ETV Bharat / state

ପୁଅକୁ ସହାୟତା ପାଇଁ ବାପାର ଆକୁଳ ନିବେଦନ - nayagarh malisahi handicap son news

ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଡିହଗାଁ ମାଳିସାହିରେ ଜଣେ ଦିବ୍ୟାଙ୍ଗ ପୁଅର ସହାୟତା ପାଇଁ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ଅସହାୟ ବାପା । ଅଧିକ ପଢନ୍ତୁ...

ପୁଅକୁ ସହାୟତା ପାଇଁ ବାପାର ଆକୁଳ ନିବେଦନ
ପୁଅକୁ ସହାୟତା ପାଇଁ ବାପାର ଆକୁଳ ନିବେଦନ
author img

By

Published : Feb 21, 2021, 7:25 PM IST

ନୟାଗଡ଼: ଦିବ୍ୟାଙ୍ଗ ପୁଅର ସହାୟତା ପାଇଁ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ଅସହାୟ ବାପା ।

ପୁଅକୁ ସହାୟତା ପାଇଁ ବାପାର ଆକୁଳ ନିବେଦନ

ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଡିହଗାଁ ମାଳିସାହିରେ ରୁହନ୍ତି ୧୬ ବର୍ଷୀୟ ଦିବ୍ୟାଙ୍ଗ ରିତେଶ ରଣା l ପିଲାଟି ଦିନରୁ ସେ ମା ଛେଉଣ୍ଡ l ଦୁଃଖ ବୁଝିବାକୁ କେହି ନାହାଁନ୍ତି l ବାପା ପ୍ରମୋଦ ରଣା ତାଙ୍କ ପାଇଁ ବାପା ଓ ମା ।

ତେବେ ପ୍ରମୋଦଙ୍କ ଆଉ ଦୁଇଟି ନାବାଳକ ପୁଅ ଅଛନ୍ତି l ସରକାରଙ୍କ ତରଫରୁ ମିଳୁଥିବା ଭିନ୍ନକ୍ଷମ ଭତ୍ତା ୭୦୦ ଟଙ୍କା ଏବଂ ରାସନ କାର୍ଡ଼ରେ ମିଳୁଛି ୫ କେଜି ଚାଉଳ ଯାହା ସମୁଦ୍ରକୁ ଶଙ୍ଖେ l ଦିବ୍ୟାଙ୍ଗ ପୁଅର ଦେଖାଶୁଣା କରିବାକୁ କେହି ନଥିବାରୁ ପ୍ରମୋଦଙ୍କୁ ଅନ୍ୟ କୌଣସି ସ୍ଥାନକୁ ଯାଇ ଦୁଇ ପଇସା ରୋଜଗାର କରିବା ସମ୍ଭବ ହେଉନି l

ଏଭଳି ସ୍ଥିତିରେ କଷ୍ଟ ଯନ୍ତ୍ରଣା ମଧ୍ୟରେ ବିତୁଛି ପ୍ରମୋଦ ରଣାଙ୍କ ଜୀବନ l ଏପଟେ ଦିବ୍ୟାଙ୍ଗ ପୁଅର ଚିକିତ୍ସା ପାଇଁ ଅର୍ଥ ଆବଶ୍ୟକ l ଏଣୁ ସରକାର ପୁଅର ଚିକିତ୍ସା ପାଇଁ ଦୃଷ୍ଟି ଦେବାକୁ ନିବେଦନ କରିଛନ୍ତି ଅସହାୟ ବାପା l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.