ETV Bharat / state

ମନ ମୋହୁଛି ଲଣ୍ଡା ପାହାଡ଼, ଲାଗୁଛି ଲୋକଙ୍କ ପ୍ରବଳ ଭିଡ଼ - ଲଣ୍ଡା ପାହାଡ଼

ସମୁଦ୍ର ପତନ ଠାରୁ 400 ଫୁଟ ଉଚ୍ଚତାରେ ଥିବା ଏହି ଲଣ୍ଡା ପାହାଡ଼ର ଉପରି ଭାଗରେ ଅନେକ ନାଗ ନାଗୁଣିଙ୍କୁ ବହୁ ସମୟରେ ଦେଖିବାକୁ ମିଳୁଥିଲା । ଫଳରେ ଗାଁ ଲୋକ ଏଠାରେ ଏକ ଶିବ ମନ୍ଦିର ନିର୍ମାଣ କରିବାକୁ ନିଷ୍ପତି ନେଲେ । ପରେ ଏଠାରେ ପ୍ରତିଷ୍ଠା ହେଲା ବାବା ଆଖଣ୍ଡଳମଣିଙ୍କ ମନ୍ଦିର । ଅଧିକ ପଢନ୍ତୁ...

ମନ ମୋହୁଛି ଲଣ୍ଡା ପାହାଡ଼, ଲାଗୁଛି ଲୋକଙ୍କ ପ୍ରବଳ ଭିଡ଼

author img

By

Published : Jan 22, 2021, 10:59 PM IST

Updated : Jan 24, 2021, 10:29 AM IST

ନୟାଗଡ଼: ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ l ଏହି କଥାକୁ ବାସ୍ତବରେ ରୂପାୟନ କରିଛନ୍ତି ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ବାଘୁଆପଲ୍ଲୀ ଭଳି ଏକ ଅଖ୍ୟାତ ପଲ୍ଲୀର ଗାଁ ଲୋକେ । ଯେଉଁଠି ଦିନେ ଲଣ୍ଡା ପାହାଡ଼, ମଶୃଣ ପଥର ଆଉ କଣ୍ଟା ଗଛରେ ପରିପୂର୍ଣ୍ଣ ଥିଲା ଆଜି ସେ ପାହାଡ଼ ହସୁଛି । ଏହି ଦୃଶ୍ୟ ଦେଖିଲେ ବିଶ୍ୱାସ କରି ହେଉନି ଏଇଠି ଦିନେ ବଡ ବଡ ପଥର, ସିଜୁ, ଭଇଞ୍ଚ ଭଳି କଣ୍ଟା ଗଛରେ ଭରପୁର ଥିଲା । ଏ ସବୁ ସମ୍ଭବ ହୋଇଛି ଗ୍ରାମବାସୀଙ୍କ ଦୃଢ଼ ଇଛା ଶକ୍ତି ଏବଂ ମନୋବଳ ଯୋଗୁଁ ।

ମନ ମୋହୁଛି ଲଣ୍ଡା ପାହାଡ଼, ଲାଗୁଛି ଲୋକଙ୍କ ପ୍ରବଳ ଭିଡ଼

ସମୁଦ୍ର ପତନ ଠାରୁ 400 ଫୁଟ ଉଚ୍ଚତାରେ ଥିବା ଏହି ଲଣ୍ଡା ପାହାଡ଼ର ଉପରି ଭାଗରେ ଅନେକ ନାଗ ନାଗୁଣିଙ୍କୁ ବହୁ ସମୟରେ ଦେଖିବାକୁ ମିଳୁଥିଲା । ଫଳରେ ଗାଁ ଲୋକ ଏଠାରେ ଏକ ଶିବ ମନ୍ଦିର ନିର୍ମାଣ କରିବାକୁ ନିଷ୍ପତି ନେଲେ । ପରେ ଏଠାରେ ପ୍ରତିଷ୍ଠା ହେଲା ବାବା ଆଖଣ୍ଡଳମଣିଙ୍କ ମନ୍ଦିର । ସୁନ୍ଦର କାରୁକାର୍ଯ୍ୟ ସହ ପୁରା ପାହାଡ଼ ଆଜି ସଜେଇ ହୋଇଛି । ପ୍ରତିଦିନ ଏଠାରେ ଭିଡ଼ ଜମୁଛି । ଅନବରତ ଗହଳି ଚହଳି ଲାଗି ରହୁଛି । ଆଖଣ୍ଡଳମଣିଙ୍କ ଦର୍ଶନ ସାଙ୍ଗକୁ ବଣଭୋଜିର ମଜା ନେବାକୁ ଦୂର ଦୁରାନ୍ତରୁ ଛୁଟି ଆସୁଛନ୍ତି ପର୍ଯ୍ୟଟକ । ତେବେ ଗାଁ ଲୋକଙ୍କ ଅଦମ୍ୟ ଚେଷ୍ଟା ଏବଂ ଅକ୍ଲାନ୍ତ ପରିଶ୍ରମ ସାଙ୍ଗକୁ ସରକାରୀ ପ୍ରୋତ୍ସାହନ ମିଳିଲେ ଏହି ସ୍ଥାନଟି ପର୍ଯ୍ୟଟନ ମାନଚିତ୍ରରେ ସାମିଲ ହୋଇ ପାରନ୍ତା ବୋଲି ଆଶା ରଖିଛନ୍ତି ଅଞ୍ଚଳବାସୀ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Jan 24, 2021, 10:29 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.