ETV Bharat / state

କାଠ ଚାଲାଣ ବେଳେ 6 କାଠ ମାଫିଆ ଗିରଫ - timber mafia arrested

ନୟାଗଡ଼ ଜିଲ୍ଲା ଦଶପଲ୍ଲା ବନାଞ୍ଚଳ ଅନ୍ତର୍ଗତ ଶାଳଭଙ୍ଗା ଏବଂ ଦୁର୍ଗାପ୍ରସାଦ ଗାଁମଝି ଜଙ୍ଗଲ ଅଞ୍ଚଳରେ ୫ କାଠ ମାଫିଆ କାଠ ଚାଲାଣ କରୁଥିବା ବେଳେ ଗତକାଲି(ଶନିବାର) ଭୋର ସମୟରେ ବାଣିଗୋଚ୍ଛା ପଶ୍ଚିମ ବନାଞ୍ଚଳ କର୍ମଚାରୀଙ୍କ ହାତରେ ଧରା ପଡ଼ିଥିଲେ ।

କାଠ ମାଫିଆ ଗିରଫ
କାଠ ମାଫିଆ ଗିରଫ
author img

By

Published : Oct 11, 2020, 10:13 PM IST

ନୟାଗଡ: କାଠ ଚାଲାଣ ବେଳେ 6 କାଠ ମାଫିଆ ଗିରଫ । ନୟାଗଡ଼ ଜିଲ୍ଲା ଦଶପଲ୍ଲା ବନାଞ୍ଚଳ ଅନ୍ତର୍ଗତ ଶାଳଭଙ୍ଗା ଏବଂ ଦୁର୍ଗାପ୍ରସାଦ ଗାଁମଝି ଜଙ୍ଗଲ ଅଞ୍ଚଳରେ ୫ କାଠ ମାଫିଆ କାଠ ଚାଲାଣ କରୁଥିବା ବେଳେ ଗତକାଲି(ଶନିବାର) ଭୋର ସମୟରେ ବାଣିଗୋଚ୍ଛା ପଶ୍ଚିମ ବନାଞ୍ଚଳ କର୍ମଚାରୀଙ୍କ ହାତରେ ଧରା ପଡ଼ିଥିଲେ । ନୟାଗଡ଼ ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡି ଏବଂ ଅତିରିକ୍ତ ବନଖଣ୍ଡ ଅଧିକାରୀ ଅରବିନ୍ଦ ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅଧିକ ତଦନ୍ତ ଚଳାଇଛନ୍ତି ।

ସେମାନଙ୍କ ମଧ୍ୟରେ ରହିଥିବା ବଡ଼ମ୍ବା ଅଞ୍ଚଳର ମନୋଜ ପାଣିଗ୍ରାହୀ, ଜାନୀପଦର ଗ୍ରାମର ପଦ୍ମଚରଣ ଜେନା, ନରସିଂହପୁରର ଦିଲ୍ଲିପ ସାହୁ, ଦଶପଲ୍ଲା ବନଖଣ୍ଡ ଅନ୍ତର୍ଗତ ଦୁଆରଗାଁର ପର୍ଶୁରାମ ମୁଦୁଲି ଏବଂ ବିଜୟ ପ୍ରଧାନଙ୍କ ଆଜି(ରବିବାର) କୋଭିଡ ଟେଷ୍ଟ କରାଯାଇ କୋର୍ଟ ଚାଲାଣ କରା ଯାଇଥିଲା । ସେଠାରେ ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

ସେହିଭଳି ଭାବେ ବନବିଭାଗ ଗତକାଲି(ଶନିବାର) ଦୁଆରଗାଁ ଗ୍ରାମରୁ ବହୁ ପରିମାଣର କାଠ ପଟା ଏବଂ କାଠ ସାମଗ୍ରୀକୁ ଜବତ କରିଥିବାବେଳେ ଏହି ଘଟଣାରେ କାଠ ମାଫିଆ ପ୍ରଭାତ ମହାରଣାକୁ ଗିରଫ କରି ରବିବାର କୋର୍ଟଚାଲାଣ କରିଥିଲା । ପ୍ରଭାତଙ୍କର ମଧ୍ୟ ଜାମିନ ନାମାଞ୍ଜୁର ହେବାରୁ ତାକୁ ମଧ୍ୟ ଜେଲକୁ ପଠାଇ ଦିଆଯାଇଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.