ନୟାଗଡ଼: ବେଆଇନ ଖଣି ଉପରେ ଚାନ୍ଦପୁର ପୋଲିସର ଚଢ଼ାଉ । ଏହି ଚଢାଉରେ ଏକ ଗାଡି ଜବତ ହେବା ସହ 4 ଜଣଙ୍କୁ ଗିରଫ କରିଛି ପୋଲିସ । ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ପୋଲିସ ଏବେ ଚର୍ଚ୍ଚାରେ । ଏହି ଥାନାରେ ନୂତନ ଭାବେ ଆଇଆଇସି ରଶ୍ମି ରଞ୍ଜନ ଦାସ ଯୋଗଦେବା ପରେ ଖଣି ମାଫିଆଙ୍କ ମଧ୍ୟରେ ଏକ ପ୍ରକାର ଭୟ ସୃଷ୍ଟି ହୋଇଛି । ଚାନ୍ଦପୁର ପୋଲିସ ସ୍ଥାନୀୟ ଖଣି ଉପରେ ବାରମ୍ବାର ଚଢ଼ାଉ କରୁଛି । ସଦଳବଳେ ଦିନରାତି ଖଣି ଅଞ୍ଚଳରେ ପୋଲିସ ପାଟ୍ରୋଲିଂ କରୁଛି ।
ଏନେଇ ଖଣି ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ବୃଦ୍ଧି ପାଉଥିବା ବେଆଇନ ପଥରଖଣି କାରବାରକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଅକ୍ଳାନ୍ତ ପ୍ରଚେଷ୍ଟା ଚଳାଇଛନ୍ତି ଚାନ୍ଦପୁର ଆଇଆଇସି ରଶ୍ମି ରଞ୍ଜନ ଦାସ୍ ଏବଂ ତାଙ୍କ ଏପିଆର ଫୋର୍ସ ।
ଏହି କ୍ରମରେ ଶନିବାର ମଧ୍ୟରାତ୍ରିରେ ଚାନ୍ଦପୁର ପୋଲିସ ଫୋର୍ସ ପାଟ୍ରୋଲିଂ କରୁଥିବା ସମୟରେ ଖଣି ମାଫିଆଙ୍କ ବେଆଇନ ପଥର ଚାଲାଣ କରୁଥିବା ଗାଡ଼ି ଉପରେ ଚଢ଼ାଉ କରିଥିଲେ । କିଛି ଖଣି ମାଫିଆ ସେମାନଙ୍କ ପଥର ଗାଡ଼ିକୁ ନେଇ ଖସି ପଳାଇ ଯିବାରେ ସକ୍ଷମ ହୋଇଥିଲେ । ମାତ୍ର ଗୋଟିଏ ପଥର ଗାଡ଼ି ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି ଚାନ୍ଦପୁର ପୋଲିସ । ଗିରଫ ୪ ବ୍ୟକ୍ତି ହେଲେ ହେଲେ କୈଳାସ ପ୍ରଧାନ ,ସପନା ପରିଡା , ପ୍ରକାଶ ନାୟକ , ଵଂଶି ମୁଦୁଲି । ପୋଲିସ ଏକ ମାମଲା ରୁଜୁ କରି ଏହି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି । ତେବେ ଏହି ଖଣିର ନାମ ବୋରବୋରାଝର ଖଣି । ଏଠାରୁ ବେଆଇନ ମାଙ୍କଡ଼ା ପଥର ଚାଲାଣ ହୋଇଥାଏ ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ