ETV Bharat / state

କାରରେ ଆଇନଜୀବୀ ଲୋଗୋ ଲଗାଇ ଗଞ୍ଜେଇ ଚାଲାଣ, 7 ଗିରଫ - ନୟାଗଡରେ 22 କିଲୋରୁ ଉର୍ଦ୍ଧ ଗଞ୍ଜେଇ ଜବତ

ଗଞ୍ଜେଇ ଚାଲାଣକାରୀ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ କରୁଥିଲେ । ଗଞ୍ଜେଇ ଚାଲାଣ କରୁଥିବା ଗାଡିରେ ଚାଲାକି କରି ଲଗାଇ ଥିଲେ ଆଇନଜୀବୀର ଲୋଗୋ । ହେଲେ ଗଞ୍ଜେଇ ଚାଲାଣ କରିବା ସମୟରେ ପୋଲିସ ହାତରେ ଧରାପଡିଥିଲେ ଗଞ୍ଜେଇ ଚାଲାଣକାରୀ । ୭ଜଣଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ

କାରରେ ଆଇନଜୀବୀ ଲୋଗ ଲଗାଇ ଗଞ୍ଜେଇ ଚାଲାଣ, 22 କିଲୋରୁ ଉର୍ଦ୍ଧ ଗଞ୍ଜେଇ ଜବତ

author img

By

Published : Jul 23, 2022, 9:44 PM IST

ନୟାଗଡ଼: ଅଭିନବ ଉପାୟରେ ଚାଲିଥିଲା ଗଞ୍ଜେଇ ଚାଲାଣ । ହେଲେ ଚାଲାଣ ବେଳେ ହଠାତ ମାଡି ବସିଲା ପୋଲିସ । ଏଭଳି ଘଟଣା ସାମ୍ନାକୁ ଆସିଛି ଦଶପଲ୍ଲା ଘୋଳାହାଣ୍ଡି ନିକଟ ତାଲେରାରୁ । ପୋଲିସ ପେଟ୍ରୋଲିଂ ସମୟରେ ତାଲେରା ଭୂଇଁଆଣୀ ମନ୍ଦିର ପାର୍ଶ୍ଵରେ କିଛି ଯୁବକଙ୍କ ଗହଳି ଦେଖିବାକୁ ପାଇଥିଲା । ହେଲେ ପୋଲିସକୁ ଦେଖି ଛତ୍ରଭଙ୍ଗ ଦେଇଥିଲେ ଯୁବକ । ଘଟଣା ସ୍ଥଳରୁ 7 ଜଣକୁ ଗିରଫ କରିବା ସହିତ 22 କିଲୋରୁ ଉର୍ଦ୍ଧ ଗଞ୍ଜେଇ ଜବତ କରିଛି ପୋଲିସ ।

କାରରେ ଆଇନଜୀବୀ ଲୋଗ ଲଗାଇ ଗଞ୍ଜେଇ ଚାଲାଣ, 22 କିଲୋରୁ ଉର୍ଦ୍ଧ ଗଞ୍ଜେଇ ଜବତ

ଗଞ୍ଜେଇ ଚାଲାଣକାରୀ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ କରୁଥିଲେ । ଗଞ୍ଜେଇ ଚାଲାଣ କରୁଥିବା ଗାଡିରେ ଚାଲାକି କରି ଲଗାଇ ଥିଲେ ଆଇନଜୀବୀର ଲୋଗୋ । ହେଲେ ଗଞ୍ଜେଇ ଚାଲାଣ କରିବା ସମୟରେ ପୋଲିସ ହାତରେ ଧରାପଡିଥିଲେ ଗଞ୍ଜେଇ ଚାଲାଣକାରୀ । ରାତିର ପୋଲିସ ପେଟ୍ରୋଲିଂ କରିବା ସମୟରେ ଦଶପଲ୍ଲା ଘୋଳାହାଣ୍ଡି ନିକଟ ତାଲେରାର ଭୂଇଁଆଣୀ ମନ୍ଦିର ପାର୍ଶ୍ଵରେ କିଛି ଯୁବକଙ୍କ ଗହଳି ଦେଖିବାକୁ ପାଇଥିଲା ଦଶପଲ୍ଲା ପୋଲିସ l ପୋଲିସକୁ ଦେଖି ଯୁବକ ମାନେ ଛତ୍ର ଭଙ୍ଗ ଦେଇଥିବା ବେଳେ ଗଞ୍ଜେଇ ଚାଲାଣକାରୀମାନେ କାରରେ ପଳାଇଯିବାକୁ ଚେଷ୍ଟା କରିଥିଲେ । ମାତ୍ର ଦଶପଲ୍ଲା ପୋଲିସ ସେହି କାରକୁ ପିଛା କରି ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତଙ୍କ ପାଖରୁ ୨୨.୫୦୦ କି.ଗ୍ରାର ଗଞ୍ଜେଇ, ଗୋଟିଏ ବନ୍ଧୁକ, ଏବଂ ଭୂଇଁଆଣି ମନ୍ଦିରଠାରୁ ୩ଟି ବାଇକ ସହ ଗଞ୍ଜେଇ ଚାଲାଣ କରାଯାଉଥିବା ୱାଗ୍ନର କାରକୁ ଜବତ କରିବା ସହ ୭ଜଣଙ୍କୁ ଗିରଫ କରିଛି । ସମସ୍ତ ଅଭିଯୁକ୍ତ ମାନଙ୍କ ଘର ଦଶପଲ୍ଲା ନିକଟ ମଧ୍ୟଖଣ୍ଡ ଗାଁର ବୋଲି ଜଣା ପଡିଛି l ସବୁଠୁ ବଡ଼ କଥା ହେଲା ଜବତ ହୋଇଥିବା ୱାଗ୍ନର କାରପଛ ପଟେ ଆଇନଜୀବୀ ଲୋଗ ରହିଥିବାର ଦେଖିବାକୁ ମିଳିଛି ।

ଇଟିଭି ଭାରତ, ନୟାଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.