ETV Bharat / state

ଆମ୍ବ-କାଜୁ ଜମି ବିବାଦ, ଗାଁ ଛାଡିଲେ 20 ପରିବାର

ନୟାଗଡ ଶରଣକୂଳରେ ଜମି ବିବାଦୁ ନେଇ 20ଟି ପରିବାର ଗାଁ ଛାଡିଛନ୍ତି । ଅଧିକ ପଢନ୍ତୁ...

author img

By

Published : May 23, 2021, 11:19 AM IST

ଆମ୍ବ-କାଜୁ ଜମି ବିବାଦ, ଗାଁ ଛାଡିଲେ 20 ପରିବାର
ଆମ୍ବ-କାଜୁ ଜମି ବିବାଦ, ଗାଁ ଛାଡିଲେ 20 ପରିବାର

ନୟାଗଡ଼: ଜିଲ୍ଲାର ଶରଣକୂଳ ଥାନା ଯାକେଡ଼ା ଗ୍ରାମରେ ଦୀର୍ଘ ଦିନରୁ ଲାଗି ରହିଥିଲା ଆମ୍ବ ଓ କାଜୁ ଜମି ବିବାଦ । ଏଥିଲାଗି 2 ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଯୋଗୁଁ 20ଟି ପରିବାର ଗ୍ରାମ ଛାଡିଥିବା ଜଣାପଡିଛି ।

ଏହି ଜମି ବିବାଦକୁ ନେଇ ୨ ଗୋଷ୍ଠୀଙ୍କ ମଧ୍ୟରେ ଲାଗିରହିଥିବା ବିବାଦ ଯୋଗୁଁ ନିଜ ଭିଟାମାଟି ଛାଡିଛନ୍ତି ଗାଁର ଗୋଟିଏ ଗୋଷ୍ଠୀର ଏହି 20ଟି ପରିବାର । ସେମାନେ ଗାଁଠାରୁ 15 କିଲୋମିଟର ଦୂରରେ ଏକ ସ୍କୁଲ ହତାରେ ତମ୍ବୁଟାଣି ଯାଯାବର ଜୀବନ ବିତାଉଥିବା ଦେଖିବାକୁ ମିଳିଛି । ତେବେ ଏହି ଘଟଣାକୁ 15ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ କୌଣସି ହସ୍ତକ୍ଷେପ କରିନଥିବା ଦେଖିବାକୁ ମିଳିଛି ।

ବିବାଦର ସମଧାନ ନେଇ କୌଣସି ଠୋସ ପଦକ୍ଷେପ ନେଉନଥିବାରୁ ଯାକେଡ଼ା ଗାଁର 20ଟି ପରିବାର ଏବେ ସମ୍ପୂର୍ଣ୍ଣ ନିରାଶ୍ରୟ ହୋଇପଡିଛନ୍ତି । ତେବେ ଏ ଦିଗରେ ଏହି ବିବାଦର ସମାଧାନ ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.