ନୟାଗଡ଼ : ଗଣିଆ ବନବିଭାଗ ପକ୍ଷର ଓ୍ବାଲିପୁର ଗାଁରେ ଚଢାଉ । ୧୫ କିଲୋ ହରିଣ ମାଂସ ଜବତ କରାଯିବା ସହ ଘଟଣାରେ ଦୁଇ ଜଣକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ଓ୍ବାଲିପୁର ଗାଁର ବାପ ପୁଅ ତ୍ରିନାଥ ପଣ୍ଡା ଓ ଅଜିତ କୁମାର ପଣ୍ଡା ।
ବିଶେଷ ସୂତ୍ରରୁ ଖବର ପାଇ ବନାଞ୍ଚଳ ଅଧିକାରୀ ସୋନାଲି ସିଓ, ଓ୍ବାଲିପୁର ଗାଁରେ ଚଢାଉ କରି ଘଟଣାସ୍ଥଳରୁ ବାପ ପୁଅଙ୍କୁ ଧରିବା ସହ ମାଂସ କଟାରେ ବ୍ୟବହୃତ ଚାପଡ, ଛୁରୀ, ଆଦି ଜବତ କରିଛନ୍ତି । ହରିଣ ଶୀକାରରେ ଆଉ ଜଣେ ଅଭିଯୁକ୍ତ ରାମଚନ୍ଦ୍ର ପ୍ରଧାନ ଫେରାର ଥିବା ବନାଞ୍ଚଳ ଅଧିକାରୀ କହିଛନ୍ତି । ଗୋଟିଏ ପଟେ ଜଙ୍ଗଲରେ ନିଆଁ ଲାଗୁଥିବା ବେଳେ ଅନ୍ୟପଟେ ବନ୍ୟଜନ୍ତୁ ଶିକାର ହେଉଛନ୍ତି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ