ETV Bharat / state

ନୟାଗଡରୁ ନାବାଳକ ଅପହରଣ, ଥାନାରେ ଅଭିଯୋଗ - 12 year boy kidnapped in Nayagarh

ନୟାଗଡ କୁରାଳ ଗାଁରେ 12 ବର୍ଷର ବାଳକ ଅପହରଣ ନେଇ ଥାନାରେ ଅଭିଯୋଗ । ଟ୍ୟୁସନରୁ ଫେରୁଥିବା ବେଳେ 12 ବର୍ଷର ବାଳକକୁ ଅପହରଣ ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ନୟାଗଡରୁ  12 ବର୍ଷର ବାଳକ ଅପହରଣ ନେଇ ଥାନାରେ ଅଭିଯୋଗ

author img

By

Published : Dec 16, 2022, 10:46 PM IST

ନୟାଗଡରୁ 12 ବର୍ଷର ବାଳକ ଅପହରଣ ନେଇ ଥାନାରେ ଅଭିଯୋଗ

ନୟାଗଡ: ନୟାଗଡ କୁରାଳ ଗାଁରେ 12 ବର୍ଷର ବାଳକ ଅପହରଣ ନେଇ ଥାନାରେ ଅଭିଯୋଗ । ଟ୍ୟୁସନରୁ ଫେରୁଥିବା ବେଳେ 12 ବର୍ଷର ବାଳକକୁ ଅପହରଣ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ନିଖୋଜ ନାବାଳକ ନୟାଗଡ ଜିଲ୍ଲା କୁରାଳ ନେଳିଆ ସାହିର କାଳିଆ ପାତ୍ରଙ୍କ ପୁଅ ଅମ୍ରିତ ପାତ୍ର । ଅମ୍ରିତ ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ବେଳେ ଅମ୍ରିତ ଗତକାଲି ଟିଉସନରୁ 5ଟା ବେଳେ ଘରକୁ ଫେରୁଥିବା ବେଳେ ରାସ୍ତାରୁ ନିଖୋଜ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ଅମ୍ରିତଙ୍କୁ କିଏ ଏବଂ କାହିଁକି ଅପହରଣ କରିଥିବ ସେ ନେଇ ପରିବାର ପକ୍ଷରୁ ଓଡ଼ଗାଁ ଥାନାରେ ଲିଖିତ ଅଭିଯୋଗ ହୋଇଛି ।

ଅଭିଯୋଗକୁ କେନ୍ଦ୍ର କରି ପୋଲିସ ତଦନ୍ତ ପରେ ପାଖ ପୋଖରୀରେ ଥିବା ନେଳିଆପୋଖରୀ ରାସ୍ତାର ଏକ ବାଉଁଶ ବୁଦାରୁ ଅମ୍ରିତର ସାଇକେଲ ଉଦ୍ଧାର କରାଯାଇଛି । ଏହାକୁ ନେଇ ପୋଲିସ ଅନୁମାନ କରୁଛି ଅପହରଣ ହୋଇଥାଇପାରେ । ତେଣୁ ତଦନ୍ତକୁ ଜୋରଦାର କରିଛି ।

ସେପଟେ ଅମ୍ରିତର ବାପାଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି । ଗ୍ରାମବାସୀ ମାନେ କହିବା କଥା ଅମ୍ରିତ ଟ୍ୟୁସନ ସାରି ଘରକୁ ଫେରୁଥିବା ରାସ୍ତାରେ 4 ଦିନ ହେଲା ଗୋଟିଏ ପିକ ଭ୍ୟାନ ରହୁଥିଲା । ହେଲେ ଗତକାଲି ରହିଥିବା ପିକପ ଭ୍ୟାନ ଉଭାନ ହୋଇଯାଇଥିବାରୁ ଲୋକ ମାନଙ୍କ ମଧ୍ୟରେ ସନ୍ଦେହ ଘନୀଭୂତ ହେଉଛି । ଅନ୍ୟପଟେ ନୟାଗଡ SP ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଛନ୍ତି ।

ଇଟିଭି ଭାରତ, ନୟାଗଡ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.