ETV Bharat / state

ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ପ୍ରସ୍ତୁତ ନବରଙ୍ଗପୁର ଜିଲ୍ଲା କଂଗ୍ରେସ

ନବରଙ୍ଗପୁର ଜିଲ୍ଲାରେ ୨୬ଟି ଜିଲ୍ଲା ପରିଷଦ ଆସନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ତାଲିକାକୁ ପିସିସିକୁ ଅନୁମୋଦନ ପାଇଁ ପଠାଇଥିବା କହିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି। ପ୍ରାର୍ଥୀ ପତ୍ର ଚୟନ ବେଳେ ମହିଳା ପ୍ରାର୍ଥୀତ୍ବଙ୍କୁ ଅଧିକ ଗୁରୁତ୍ବ ଦିଆଯାଇଛି । ଅଧିକ ପଢନ୍ତୁ

author img

By

Published : Jan 16, 2022, 10:59 PM IST

ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ପ୍ରସ୍ତୁତ ନବରଙ୍ଗପୁର ଜିଲ୍ଲା କଂଗ୍ରେସ
ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ପ୍ରସ୍ତୁତ ନବରଙ୍ଗପୁର ଜିଲ୍ଲା କଂଗ୍ରେସ

ନବରଙ୍ଗପୁର: ଆସନ୍ତାକାଲି ଠାରୁ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବାର ପ୍ରକ୍ରିୟା ଆରମ୍ଭ ହେବ। ଜିଲ୍ଲାରେ ୨୬ ଗୋଟି ଆସନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ତାଲିକାକୁ ପିସିସିକୁ ଅନୁମୋଦନ ପାଇଁ ପଠାଇଥିବା କହିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି । ପ୍ରାର୍ଥୀ ପତ୍ର ଚୟନବେଳେ ମହିଳା ପ୍ରାର୍ଥୀତ୍ବଙ୍କୁ ଅଧିକ ଗୁରୁତ୍ବ ଦିଆଯାଇଛି । ୫୦ ପ୍ରତିଶତ ମହିଳାଙ୍କୁ ଟିକେଟ ପ୍ରଦାନ କରିବା ପାଇଁ ଅନୁମୋଦନ ପାଇଁ ପଠାଇଥିବା ଜିଲ୍ଲା ସଭାପତି କହିଛନ୍ତି ।

ସ୍ଥାନୀୟ ଏକ କଲ୍ୟାଣମଣ୍ଡପଠାରେ ଜିଲ୍ଲା ସଭାପତି ମୁନ୍ନା ତ୍ରିପାଠୀଙ୍କ ନେତୃତ୍ବରେ ରାଜ୍ୟ କଂଗ୍ରେସ ଉପସଭାପତି ଭୁଜବଳ ମାଝୀ ଓ ରାଜ୍ୟ ଉପସଭାପତି ସଦନ ନାୟକଙ୍କ ଉପସ୍ଥିତିରେ ଜିଲ୍ଲା କଂଗ୍ରେସର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାସ୍ତରୀୟ ନେତାଙ୍କ ଉପସ୍ଥିତିରେ ପଞ୍ଚାୟତ ନିର୍ବାଚନ ନେଇ ଆଲୋଚନା ହେବା ସହ ଜିଲ୍ଲାର ୨୬ ଗୋଟି ଆସନ ପାଇଁ ପ୍ରାର୍ଥୀତ୍ବକୁ ନେଇ ଆଲୋଚନା କରାଯାଇଛି ।

ସର୍ବସମ୍ମତି କ୍ରମେ ୨୬ ଗୋଟି ଜିଲ୍ଲା ପରିଷଦ ଆସନ ପାଇଁ ପ୍ରାର୍ଥୀଙ୍କ ନାମକୁ ଅନୁମୋଦନ ପାଇଁ ପଠାଯାଇଥିବା କହିଛନ୍ତି ଜିଲ୍ଲା ସଭାପତି । ପ୍ରାର୍ଥୀ ଚୟନ ସମୟରେ ମହିଳା ପ୍ରାର୍ଥୀତ୍ବକୁ ଅଧିକ ଗୁରୁତ୍ବ ଦିଆଯାଇ ୫୦ ପ୍ରତିଶତ ମହିଳାଙ୍କୁ ଟିକେଟ ଦିଆଯିବା ନେଇ ପଦକ୍ଷେପ ନିଆଯାଇଥିବା ଜିଲ୍ଲା କଂଗ୍ରେସ କହିଛି।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.