ETV Bharat / state

କାଜୁବାଡରୁ ମୁର୍ମୁଷୁ ଅବସ୍ଥାରେ ଯୁବତୀ ଉଦ୍ଧାର, ତଦନ୍ତ ଆରମ୍ଭ - young woman rescued

କାଜୁ ବାଡ଼ରୁ ଜଣେ 22 ବର୍ଷୀୟ ଯୁବତୀଙ୍କୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରାଯାଇଛି। ଅବସ୍ଥା ଖରାପ ଥିବାରୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି l ଅଧିକ ପଢନ୍ତୁ...

କାଜୁବାଡରୁ ମୁର୍ମୁଷ ଅବସ୍ଥାରେ ଯୁବତୀ ଉଦ୍ଧାର, ପୋଲିସ୍ ତଦନ୍ତ ଆରମ୍ଭ

author img

By

Published : Jan 3, 2021, 10:28 AM IST

ନବରଙ୍ଗପୁର: କାଜୁବାଡରୁ ମୁର୍ମୁଷ ଅବସ୍ଥାରେ ଯୁବତୀ ଉଦ୍ଧାର। ଘଟଣାକୁ ନେଇ ଯୁବତୀଙ୍କ ମା ଦୁଷ୍କର୍ମ ହୋଇଥିବା ସନ୍ଦେହ କରିଛନ୍ତି l ଶୁକ୍ରବାର ତେନ୍ତୁଳୀଖୁଣ୍ଟି ଥାନା ଅନ୍ତର୍ଗତ କଙ୍ଗରା ଗ୍ରାମର ଏକ କାଜୁ ବାଡ଼ରୁ ଜଣେ 22 ବର୍ଷୀୟ ଯୁବତୀ ମୁର୍ମୁଷୁ ଅବସ୍ଥାରେ ପଡ଼ିଥିଲେ। ଖବର ପାଇ ପରିବାର ଉଦ୍ଧାର କରି ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ l

କାଜୁବାଡରୁ ମୁର୍ମୁଷ ଅବସ୍ଥାରେ ଯୁବତୀ ଉଦ୍ଧାର, ପୋଲିସ୍ ତଦନ୍ତ ଆରମ୍ଭ

ପିଡିତାର ମୁଣ୍ଡରେ ଓ ବେକରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି l ପିଡିତା ଜଣକ କଥା କହିବାର ପରିସ୍ଥିତିରେ ନଥିବାବେଳେ, ତା ମାଆ କିନ୍ତୁ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇ ହତ୍ୟା କରିବାକୁ ଚେଷ୍ଟା କରାଯାଇଥିବା ସନ୍ଦେହ କରିଛନ୍ତି l

ସମ୍ପୃକ୍ତ ଯୁବତୀ କିମ୍ବା ପରିବାର ଲୋକେ କିଛି ମୁହଁ ଖୋଲି ନଥିବା ବେଳେ ଆଜି ଯୁବତୀର ମା ଙ୍କ ବୟାନ, ଘଟଣାଟିକୁ ଗୁରୁତ୍ବ ଦେଇଛି l ଶନିବାର ଯୁବତୀଙ୍କ ମା ନବରଙ୍ଗପୁର ଓ ତେନ୍ତୁଳୀଖୁଣ୍ଟି ପୋଲିସ ସମ୍ମୁଖରେ ମୌଖିକ ଭାବେ ଅଭିଯୋଗ କରିଛି l ଅଭିଯୋଗ ପାଇଲା ପରେ ପୋଲିସ ତତ୍ପରତା ଦେଖାଇ ଯୁବତୀକୁ ପଚରାଉଚରା କରୁଥିବା ଦେଖିବାକୁ ମିଳିଛି l

ଅନ୍ୟପଟେ ନବରଙ୍ଗପୁର ସମାଜସେବୀ କାଦମ୍ବିନୀ ତ୍ରିପାଠୀ ପୀଡିତ ଓ ତାର ପରିବାରକୁ ଭେଟି ଶୀଘ୍ର ନ୍ୟାୟ ପ୍ରଦାନ କରୁ ବୋଲି ଦାବି କରିଛନ୍ତି l ଯୁବତୀ ଜଣକ ସୁସ୍ଥ ହେବା ପରେ ହିଁ ପ୍ରକୃତ ଘଟଣା କଣ ହୋଇଛି ତାହା ଜଣାପଡିବ ବୋଲି ପୋଲିସ କହିଛି l

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.