ETV Bharat / state

ନବରଙ୍ଗପୁରରେ ୟଙ୍ଗ୍‌ ଇଣ୍ଡିଆ କେ ବୋଲ ସିଜନ୍-୨ ଅଭିଯାନର ଶୁଭାରମ୍ଭ - ନବରଙ୍ଗପୁରରେ ୟଙ୍ଗ୍‌ ଇଣ୍ଡିଆ କେ ବୋଲ ସିଜନ୍-୨ର ଶୁଭାରମ୍ଭ

ନବରଙ୍ଗପୁରରେ ‘ୟଙ୍ଗ ଇଣ୍ଡିଆ କେ ବୋଲ’ ସିଜନ୍-୨ ଅଭିଯାନର ଶୁଭାରମ୍ଭ ହୋଇଛି । ନବରଙ୍ଗପୁର ଜିଲ୍ଲା କଂଗ୍ରେସ ଭବନରେ ଏହି ଅଭିଯାନର ଶୁଭାରମ୍ଭ ହୋଇଛି । ଅଧିକ ପଢ଼ନ୍ତୁ

ନବରଙ୍ଗପୁରରେ ୟଙ୍ଗ୍‌ ଇଣ୍ଡିଆ କେ ବୋଲ ସିଜନ୍-୨ ଅଭିଯାନର ଶୁଭାରମ୍ଭ

author img

By

Published : Apr 28, 2022, 1:38 PM IST

ନବରଙ୍ଗପୁର: ଜିଲ୍ଲାରେ ‘ୟଙ୍ଗ ଇଣ୍ଡିଆ କେ ବୋଲ’ ସିଜନ୍-୨ ଅଭିଯାନର ଶୁଭାରମ୍ଭ ହୋଇଛି । ନବରଙ୍ଗପୁର ଜିଲ୍ଲା କଂଗ୍ରେସ ଭବନରେ ଏହି ଅଭିଯାନର ଶୁଭାରମ୍ଭ ହୋଇଛି । ରାଜ୍ୟ ଯୁବ କଂଗ୍ରେସ ସଭାପତି ଡକ୍ଟର ସ୍ମୁତି ରଞ୍ଜନ ଲେଙ୍କାଙ୍କ ନିର୍ଦ୍ଦେଶ କ୍ରମେ ଏହି ଅଭିଯାନ ଆରମ୍ଭ ହୋଇଛି ।

ନବରଙ୍ଗପୁରରେ ୟଙ୍ଗ୍‌ ଇଣ୍ଡିଆ କେ ବୋଲ ସିଜନ୍-୨ ଅଭିଯାନର ଶୁଭାରମ୍ଭ

ଏହି ଅଭିଯାନର ମୂଳ ଲକ୍ଷ୍ୟ ହେଲା ଗ୍ରାମାଞ୍ଚଳରେ କ୍ରମଶଃ ଲୁଚି ଯାଉଥିବା ଓ ହଜିଯାଇଥିବା ଯୁବ ପ୍ରତିଭାଙ୍କୁ ନେଇ ଜାତୀୟ ସ୍ତରରେ ପହଞ୍ଚାଇବା । ଫଳରେ ଏହି ପ୍ରତିଭାମାନେ ନିଜ ଅଞ୍ଚଳଠାରୁ ଆରମ୍ଭ କରି ଜାତୀୟ ସ୍ତରୀୟ ବିଭିନ୍ନ ପ୍ରସଙ୍ଗ ଉପରେ ନିଜର ଦୃଢ଼ ମତ ଉପସ୍ଥାପନ କରିପାରିବେ । ସାରାଦେଶରୁ ଏଭଳି ଯୁବ ପ୍ରତିଭା ଓ ସାହାସୀ ଯୁବବର୍ଗଙ୍କୁ ଖୋଜି ବାହାର କରିବା ପାଇଁ ରାହୁଲ ଗାନ୍ଧୀଙ୍କ ଏହା ଏକ ଅଭିନବ ପରିକଳ୍ପନା । ଜାତୀୟ ସ୍ତରରେ ଏହି ଅଭିଯାନ ମାର୍ଚ୍ଚ ୨୬ ତାରିଖଠାରୁ ହୋଇଥିଲା । ମେ ୩୧ ତାରିଖ ପର୍ଯ୍ୟନ୍ତ ଅଭିଯାନ ଜାରି ରହିବ ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଯୁବ କଂଗ୍ରେସର ସହ ପ୍ରଭାରୀ ଜାଭେଦ ଖାନ୍, ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ରାକେଶ ସାହୁ, ପିସିସି ଉପ ସଭାପତି ସଦନ ନାୟକ, ଜିଲ୍ଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀ, ଜିଲ୍ଲା କଂଗ୍ରେସ ଉପ ସଭାପତି ଦିଲ୍ଲୀପ କୁମାର ବେହେରା, କୋରାପୁଟ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୁକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଏହି ଅଭିଯାନର ଶୁଭାରମ୍ଭ କରିଥିଲେ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.