ETV Bharat / state

ପ୍ରେମକୁ ନେଇ ବେପାର, ପ୍ରେମିକାକୁ ୭୦ ହଜାର ଟଙ୍କାରେ ବିକି ଦେଲା ପ୍ରେମିକ - ନବରଙ୍ଗପୁରରେ ପ୍ରେମକୁ ନେଇ ବେପାର

ଦଲାଲ ସାଜି ପ୍ରେମିକାକୁ ବିକ୍ରି କରିଦେଲା ପ୍ରେମିକ । ପ୍ରେମିକାକୁ ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ଟଙ୍କା ଲୋଭରେ ଅନ୍ୟ ଜଣଙ୍କୁ ବିକ୍ରି କରିବାକୁ ପଛାଇଲା ନାହିଁ ପ୍ରେମିକ । ଅଧିକ ପଢନ୍ତୁ

ପ୍ରେମକୁ ନେଇ ବେପାର, ପ୍ରେମିକାକୁ ୭୦ ହଜାର ଟଙ୍କାରେ ବିକ୍ରି କରିଦେଲା ପ୍ରେମିକ

author img

By

Published : May 20, 2022, 10:08 AM IST

ନବରଙ୍ଗପୁର: ପ୍ରେମକୁ ନେଇ ବେପାର । ଦଲାଲ ସାଜି ପ୍ରେମିକାକୁ ବିକ୍ରି କରିଦେଲା ପ୍ରେମିକ । ପ୍ରେମିକାକୁ ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ଟଙ୍କା ଲୋଭରେ ଅନ୍ୟ ଜଣଙ୍କୁ ବିକ୍ରି କରିବାକୁ ପଛାଇଲା ନାହିଁ ପ୍ରେମିକ । ମାତ୍ର ୭୦ ହଜାର ଟଙ୍କାରେ ପ୍ରେମିକାକୁ ବିକ୍ରି କରିଦେବା ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲାରୁ । ଗତ ଦୁଇ ଦିନ ପୂର୍ବେ ନନ୍ଦାହାଣ୍ଡି ବ୍ଲକରେ ଜଣେ ଯୁବତୀଙ୍କୁ ୧୦ ହଜାର ଟଙ୍କାରେ ବିକ୍ରି କରିଥିବା ଘଟଣା ସାମ୍ନାକୁ ଆସିଥିବା ବେଳେ ଗତକାଲି ଏଭଳି ଆଉ ଏକ ଘଟଣା ଜିଲ୍ଲାରେ ଯୁବତୀ ବିକ୍ରି ରାକେଟ ସକ୍ରିୟ ଥିବା ଦିଗକୁ ଇଙ୍ଗିତ କରୁଛି ।

ଏହା ମଧ୍ୟ ପଢନ୍ତୁ:-ଯୁବତୀଙ୍କୁ 10 ହଜାର ଟଙ୍କାରେ ବିକ୍ରି ଅଭିଯୋଗ, କାର୍ଯ୍ୟନୁଷ୍ଠାନ ଦାବି କଲା BJP

ପ୍ରେମକୁ ନେଇ ବେପାର, ପ୍ରେମିକାକୁ ୭୦ ହଜାର ଟଙ୍କାରେ ବିକ୍ରି କରିଦେଲା ପ୍ରେମିକ

ଅଭିଯୋଗ ଅନୁସାରେ, ପାପଡାହାଣ୍ଡି ବ୍ଲକର ଜଣେ ଯୁବତୀ କଳାହାଣ୍ଡି ଜିଲ୍ଲା ଗୋଲମୁଣ୍ଡାର ଜଣେ ଯୁବକଙ୍କ ସହିତ ସାକ୍ଷାତ ହୋଇଥିଲା । ଯୁବକ ଜଣଙ୍କ ସାଙ୍ଗ ହେବା ବାହାନାରେ ଯୁବତୀଙ୍କ ଫେସବୁକ ଆଇଡି ଓ ନମ୍ବର ନେଇଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ପ୍ରେମ ସମ୍ପର୍କ । ପ୍ରେମିକ ଜଣଙ୍କ ଯୁବତୀଙ୍କ ଘରେ କେହି ନଥିବାର ସୁଯୋଗ ନେଇ ତାଙ୍କୁ ଜୋର ଜବରଦସ୍ତି ଉଠାଇନେଇଥିଲେ । ପରେ ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ସ୍ଥାନରେ ତାଙ୍କୁ ଧମକ ଦେଇ ଶାରୀରିକ ସମ୍ପର୍କ ରଖିଥିଲେ ।

ଏହାପରେ ଯୁବତୀ ଜଣଙ୍କୁ ନାଗପୁରକୁ ନେଇ ଲାଲା ନାମକ ଜଣେ ବ୍ୟକ୍ତିଙ୍କୁ ୭୦ ହଜାର ଟଙ୍କାରେ ବିକ୍ରି କରିଥିଲେ । ପରେ ଲାଲା ଉକ୍ତ ଯୁବତୀଙ୍କୁ ଜୋରଜବରଦସ୍ତି ଶାରିରୀକ ସମ୍ପର୍କ ରଖିଥିଲେ । ଏହାକୁ ବିରୋଧ କରିଥିଲେ ଯୁବତୀ । ଏହାସହ ତାଙ୍କୁ ଛାଡି ଦେବାକୁ ଅନୁରୋଧ କରିଥିଲେ । ପରେ ଯୁବତୀ ଜଣକ ଛାଡିବାକୁ କାକୁତି ମିନତି ହେବାରୁ ଯଦି ଭୂମି ଦିଦି କହିଲେ ତା ଘରକୁ ଛାଡି ଦେବି କହିଥିଲେ ଲାଲା ।

ଘଟଣା କ୍ରମେ ଏକ ମାରୱାଡି ଦମ୍ପତି ସେହି ମହିଳା ନିକଟରେ ୭୦ ହଜାର ଟଙ୍କା ଦେଇ ଯୁବତୀକୁ ଉଦ୍ଧାର କରିଥିଲେ । ଯୁବତୀ ଜଣକ କୌଶଳ କ୍ରମେ ନବରଙ୍ଗପୁର ମା ଘର ଶାଖାର ଅଧ୍ୟକ୍ଷା କାଦମ୍ବିନୀ ତ୍ରିପାଠୀଙ୍କ ସହାୟତା ରେ ସେଠାରୁ ଉଦ୍ଧାର ହୋଇଥିଲେ । ଓ ନିଜ ଘରକୁ ଫେରିଥିବା ପ୍ରକାଶ କରିଛନ୍ତି । ନ୍ୟାୟ ପାଇଁ ପାପଡାହାଣ୍ଡି ଥାନାର ଦ୍ୱାରସ୍ଥ ହୋଇଛନ୍ତି ପୀଡ଼ିତା ଯୁବତୀ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଘଟଣା ରେ ବାରମ୍ବାର ଉଠୁଥିବା ଭୂମି ନାମ୍ନୀ ମହିଳା ଜଣକ କିଏ । ଆଉ କିଏ ସେହି ମାରୱାଡୀ ଦମ୍ପତି ଯିଏ ୭୦ ହଜାର ଟଙ୍କା ଦେଇ ଏହି ଯୁବତୀଙ୍କୁ ଉଦ୍ଧାର କରିଥିଲେ । ଘଟଣାରେ ତାଙ୍କ ଭୂମିକା କଣ । କାହିଁକି ସେମାନେ ଏହି ଯୁବତୀ ଙ୍କ ସହାୟତା କରିଥିଲେ । ତାହା ବର୍ତ୍ତମାନ ରହସ୍ୟ ଘେରରେ ଚାଲିଆସିଛି ।

ନବରଙ୍ଗପୁରରୁ ତାପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.