ETV Bharat / state

ତାମିଲନାଡୁକୁ ଚାଲାଣବେଳେ 16 ମହିଳା ଶ୍ରମିକ ଉଦ୍ଧାର - ନବରଙ୍ଗପୁରରୁ ମହିଳା ଶ୍ରମିକ ଉଦ୍ଧାର ଉଦ୍ଧାର

କୋଷାଗୁମୁଡା ବ୍ଲକରୁ ମହିଳା ଦାଦନ ଶ୍ରମିକ ଉଦ୍ଧାର। ନବରଙ୍ଗପୁର ଜିଲ୍ଲା ପୋଲିସ, ଚାଇଲଡ଼ ଲାଇନ ଓ ଜିଲ୍ଲା ଶ୍ରମ ବିଭାଗର ମିଳିତ ଚଢ଼ାଉରେ 16 ଜଣ ମହିଳା ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଅଧିକ ପଢ଼ନ୍ତୁ

women labor rescued during smuggling in nabarangpur
ତାମିଲନାଡୁକୁ ଚାଲାଣ ବେଳେ 16 ମହିଳା ଶ୍ରମିକ ଉଦ୍ଧାର
author img

By

Published : Apr 12, 2022, 3:43 PM IST

ନବରଙ୍ଗପୁର: କୋଷାଗୁମୁଡା ବ୍ଲକରୁ ମହିଳା ଦାଦନ ଶ୍ରମିକ ଉଦ୍ଧାର । ନବରଙ୍ଗପୁର ଜିଲ୍ଲା ପୋଲିସ, ଚାଇଲଡ଼ ଲାଇନ ଓ ଜିଲ୍ଲା ଶ୍ରମ ବିଭାଗର ମିଳିତ ଚଢ଼ାଉରେ 16 ଜଣ ମହିଳା ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି ।

ତାମିଲନାଡୁକୁ ଚାଲାଣ ବେଳେ 16 ମହିଳା ଶ୍ରମିକ ଉଦ୍ଧାର

ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍ଥାନରୁ ଏକ ଘରୋଇ ବସରେ ତାମିଲନାଡୁକୁ ଶ୍ରମିକ ଚାଲାଣ ହେଉଥିବାବେଳେ ଉଦ୍ଧାର କରିଛି ପୋଲିସ । ଚଢ଼ାଉବେଳେ ୧୬ ଜଣ ମହିଳା ଶ୍ରମିକ ଉଦ୍ଧାର ହୋଇଛନ୍ତି । ସେମାନେ ତାମିଲନାଡୁ ଶିରପୁରର ଏକ ସୂତା କଳରେ କାମ କରିବାକୁ ଯାଉଥିବା ଜଣାପଡ଼ିଛି। ଆଜି ସମସ୍ତଙ୍କୁ ସର୍ଟ ଷ୍ଟେ ହୋମରେ ରଖି ଯାଞ୍ଚ କରାଯିବ ଓ ସେମାନଙ୍କ ପରିବାର ଲୋକ ଆସିବା ପରେ ସମସ୍ତ ଡକ୍ୟୁମେଣ୍ଟ ଯାଞ୍ଚ କରି ହସ୍ତାନ୍ତର କରାଯିବ ବୋଲି ଜିଲ୍ଲା ଶ୍ରମ ଅଧିକାରୀ କହିଛନ୍ତି। ଏବଂ ଯାଞ୍ଚ ପରେ ସେଥିମଧ୍ୟରୁ କେତେ ନାବାଳିକା ଅଛନ୍ତି ସ୍ପଷ୍ଟ ସୂଚନା ମିଳିପାରିବ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.