ETV Bharat / state

ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ, ଅଭିଯୁକ୍ତ ସ୍ବାମୀ ଗିରଫ

ନବରଙ୍ଗପୁରର ଡାବୁଗାଁ ଥାନା ଅନ୍ତର୍ଗତ ସରାଗୁଡ଼ା ଗ୍ରାମର ଜଣେ ସ୍ବାମୀ ନିଜ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି । ଏ ଘଟଣାରେ ପୋଲିସ ସ୍ବାମୀକୁ ଗିରଫ କରିଛି ।

author img

By

Published : Sep 2, 2019, 6:35 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ନିଜ ସ୍ତ୍ରୀକୁ ଟାଙ୍ଗିଆରେ ହତ୍ୟା କରିଛି ସ୍ବାମୀ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଡାବୁଗାଁ ଥାନା ଅନ୍ତର୍ଗତ ସରାଗୁଡ଼ା ଗ୍ରାମରେ । ଗ୍ରାମର ମାଙ୍ଗ ଭତରା ମାନସିକ ଭାରସାମ୍ୟ ହରାଇ ସ୍ତ୍ରୀ ମନାଇ ଭାତରାକୁ ହତ୍ୟାକରିଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ସୂଚନା ଅନୁସାରେ, ରବିବାର ଦିନ ବିଳମ୍ବିତ ରାତିରେ ମାଙ୍ଗ ଭତରା ମାନସିକ ଭାରସାମ୍ୟ ହରାଇ ତାଙ୍କ ନିଜ ସ୍ତ୍ରୀ ମନାଇ ଭାତରା ବେକକୁ ଟାଙ୍ଗିଆରେ ହାଣିଦେଇଥିଲା । ଚିତ୍କାର ଶୁଣି ପରିବାର ଲୋକେ ପହଞ୍ଚି ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ମନାଇଙ୍କୁ ଦେଖିବାକୁ ପାଇଥିଲେ । ଏହାପରେ ଘଟଣା ସ୍ଥଳରେ ହିଁ ମନାଇଙ୍କ ମୃତ୍ୟୁ ହୋଇଥିଲା । ସ୍ତ୍ରୀକୁ ହତ୍ୟା କରିବାପରେ ମାଙ୍ଗ ରାତି ସାରା ସ୍ତ୍ରୀର ଶବକୁ ଜଗି ରହିଥିଲା । ଏନେଇ ପରିବାର ପକ୍ଷରୁ ଡାବୁଗାଁ ଥାନାରେ ଏତଲା ଦିଆଯାଇଥିଲା । ଏହାପରେ ପୋଲିସ ସେଠାରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସହ ଶବକୁ ଜବତ କରି ତଦନ୍ତ ଜାରି ରଖିଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲୋଗ-ସ୍ୱାମୀର ଟାଙ୍ଗିଆ ଚଟରେ ସ୍ତ୍ରୀ ର ମୃତ୍ୟୁ।
ଫର୍ମାଟ-ଏଭିଓ, ୦୨/୦୯/୧୯
ରିପୋର୍ଟ-ତପନ ବିଷୋୟୀ ,ନବରଙ୍ଗପୁର।
-----------------------------------------------------------
ଆଙ୍କର:-ସଇତାନ ସାଜିଲା ସ୍ୱାମୀ,ନିଜ ସ୍ତ୍ରୀ କୁ ଟାଙ୍ଗିଆ ରେ ନିର୍ମମ ଭାବେ କରିଛି ହତ୍ୟା।ଏପରି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ସରାଗୁଡ଼ା ଗ୍ରାମରେ।ସୂଚନା ଅନୁଯାୟୀ ରବିବାର ଦିନ ବିଳମ୍ବିତ ରାତି ପ୍ରାୟ ଏକ ଘଣ୍ଟା ସମୟରେ ମାଙ୍ଗ ଭତରା ନାମକ ବ୍ୟକ୍ତି ମାନସିକ ଭାରସାମ୍ୟ ହରାଇ ତାଙ୍କ ନିଜ ସ୍ତ୍ରୀ ମନାଇ ଭାତରା କୁ ବେକରେ ଏକ ଟାଙ୍ଗିଆ ରେ ତିନି ଥର ଚଟ ମାରିଥିଲା।ସ୍ତ୍ରୀ ମନାଇ ପ୍ରାଣ ବିକଳରେ ଚିତ୍କାର କରିବାରୁ ପରିବାର ଲୋକେ ପହଞ୍ଚି ରକ୍ତ ଜୁଡୁବୁଡ଼ୁ ହୋଇଥିବା ଦେଖିବାକୁ ପାଇଥିଲେ।ପରେ ଘଟଣା ସ୍ଥଳରେ ହିଁ ମନାଇ ଙ୍କ ମୃତ୍ୟୁ ହୋଇଥିଲା।ସ୍ତ୍ରୀ କୁ ହତ୍ୟା କରି ସଇତାନ ସ୍ଵାମୀ ରାତି ସାରା ସ୍ତ୍ରୀ ର ଶବକୁ ଜଗି ରହିଥିଲା ଏଠାରେ ପୋଲିସ ଆସିଲେ ଉଠିବି ବୋଲି କହିଥିଲା ସଇତାନ ସ୍ୱାମୀ।ଏନେଇ ପରିବାର ପକ୍ଷରୁ ଡାବୁଗାଁ ଥାନାରେ ଏତଲା ଦେଇଥିଲେ।ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବ କୁ ଜବତ କରି ଅଭିଯୁକ୍ତ କୁ ଗିରଫ କରି ତଦନ୍ତ ଜାରି ରଖିଛି।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.