ETV Bharat / state

ଶିକ୍ଷକ ସମସ୍ୟାକୁ ନେଇ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ - ବ୍ଲକ ଶିକ୍ଷା ଅଧିକାରୀ

ନବରଙ୍ଗପୁର ଜିଲ୍ଲାରେ ଶିକ୍ଷକ ସମସ୍ୟାକୁ ନେଇ ଡାବୁଗାଁ ବ୍ଲକର ସାନ ଓଲମା ପ୍ରାଥମିକ ବିଦ୍ୟାଳୟରେ ତାଲାପକାଇଲେ ଗ୍ରାମବାସୀ । ତୁରନ୍ତ ଶିକ୍ଷକ ନିଯୁକ୍ତି କରିବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ନବରଙ୍ଗପୁର
author img

By

Published : Nov 22, 2019, 1:00 AM IST

ନବରଙ୍ଗପୁର : ଡାବୁଗାଁ ବ୍ଲକ ବଡ଼ ଓଲମା କ୍ଲୋଷ୍ଟର ଅନ୍ତର୍ଗତ ସାନ ଓଲମା ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ନେଇ ଗ୍ରାମବାସୀ ତାଲା ପକାଇଛନ୍ତି । ତେବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ମହେଶ ଚନ୍ଦ୍ର ସାହା ଗ୍ରାମରେ ପହଞ୍ଚି ଶିକ୍ଷକ ଯୋଗାଇ ଦେବା ନେଇ ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ସ୍କୁଲରୁ ତାଲା ଖୋଲିଥିଲେ। ସ୍କୁଲ୍ ତାଲା ବନ୍ଦ ରହିବାରୁ ମଧ୍ୟାହ୍ନ ଭୋଜନରେ ବାଧା ଉପୁଜିଥିବା ବେଳେ ସ୍କୁଲ ପିଲାଙ୍କୁ ପ୍ରଥମେ ବିସ୍କୁଟ ଦିଆଯାଇ ବିଳମ୍ବରେ ମଧ୍ୟାହ୍ନ ଭୋଜନ ରୋଷେଇ କରି ଦିଆଯାଇଥିଲା । ନୂତନ ଶିକ୍ଷକ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶ୍ରୁତି ପରେ ଗ୍ରାମବାସୀ ତାଲା ଖୋଲିଥିଲେ ।

ଶିକ୍ଷକ ସମସ୍ୟାକୁ ନେଇ ସାନ ଓଲମା ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ

1957 ମସିହାରେ ସ୍ଥାପିତ ସାନ ଓଲମା ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ 52 ବର୍ଷରେ ପାଦ ଥାପିଥିବା ବେଳେ ସେହି ଅନୁପାତରେ ସ୍କୁଲର ଉନ୍ନତି ଘଟିନାହିଁ । ଏଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ 93 ଛାତ୍ରଛାତ୍ରୀ ପାଠ ପଡୁଥିବା ବେଳେ ଏଥିପାଇଁ ମାତ୍ର 2 ଜଣ ଶିକ୍ଷକ ନିଯୁକ୍ତି ହୋଇଛନ୍ତି । ସ୍ଥାୟୀ ପ୍ରଧାନ ଶିକ୍ଷକ ନଥିବା ବେଳେ ଜଣେ ସହକାରୀ ଶିକ୍ଷକ ପ୍ରଧାନ ଶିକ୍ଷକଙ୍କ ଦାୟିତ୍ଵ ତୁଲାଉଛନ୍ତି । ଜଣେ ଶିକ୍ଷକ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ପିଲାଙ୍କୁ ପାଠ ପଢାଉଛନ୍ତି । ପ୍ରାୟ ବର୍ଷେ ତଳେ ଏହି ସ୍କୁଲରୁ ଜଣେ ଶିକ୍ଷକ ନବରଙ୍ଗପୁରକୁ ବଦଳି ହୋଇଥିଲେ । ସେହି ଦିନଠାରୁ ଏଠାରେ ମାତ୍ର ଦୁଇ ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି । ଆସନ୍ତାମାସରେ ଅର୍ଦ୍ଧବାର୍ଷିକ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ଏହି ସ୍କୁଲରେ ଯଥା ଶୀଘ୍ର ଶିକ୍ଷା ନିଯୁକ୍ତି ଦିଆଯାଉ ବୋଲି ଗ୍ରାମବାସୀ ଗତ ଅକ୍ଟୋବର 30 ତାରିଖରେ ଡାବୁଗାଁ ବିଇଓଙ୍କୁ ଅଭିଯୋଗ ପତ୍ର ଦେଇଥିଲେ ଏବଂ ଅଭିଯୋଗ ପତ୍ରରେ ଶିକ୍ଷକ ନିଯୁକ୍ତି ଦିଆନଗଲେ ତାଲା ପକାଇବେ ବୋଲି ମଧ୍ୟ ଚେତାବନୀ ଦେଇଥିଲେ ।

ଗତ ଅକ୍ଟୋବର ମାସରେ ନବରଙ୍ଗପୁରଠାରେ ସାନ ଓଲମା ଗ୍ରାମବାସୀ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାସ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କୁ ମଧ୍ୟ ଶିକ୍ଷକ ଅଭାବ ନେଇ ଅଭିଯୋଗ ପତ୍ର ଦେଇଥିଲେ କିନ୍ତୁ ଶିକ୍ଷା ମନ୍ତ୍ରୀ, ଡାବୁଗାଁ ବିଧାୟକ ତଥା ବ୍ଲକ ଶିକ୍ଷା ଅଧିକାରୀ ଗ୍ରାମବାସୀଙ୍କ ଅଭିଯୋଗକୁ ଗୁରୁତ୍ବ ନଦେବାରୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ଗ୍ରାମବାସୀ ବାଧ୍ୟ ହୋଇ ସକାଳ 10ଟାରେ ସ୍କୁଲରେ ତାଲା ପକାଇଥିଲେ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲୋଗ - ଶିକ୍ଷକ ଅଭାବ ନେଇ ସାନ ଓଲମା ସ୍କୁଲ ରେ ତାଲା ଠୁଙ୍କିଲେ ଗ୍ରାମବାସୀ .
ଫର୍ମାଟ - ଏଭିବି, ୨୧/୧୧/୧୯
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
-----------------------------------------------------
ଆଙ୍କର - ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ବଡ଼ ଓଲମା କ୍ଲୋଷ୍ଟର ଅନ୍ତର୍ଗତ ସାନ ଓଲମା ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଆଜି ସକାଳ 10 ଘଣ୍ଟ ସମୟରେ ଶିକ୍ଷକ ଅଭାବ ନେଇ ଗ୍ରାମବାସୀ ତାଲା ଠୁଙ୍କି ଛନ୍ତି । ତେବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ମହେଶ ଚନ୍ଦ୍ର ସାହା ଗ୍ରାମରେ ପହଞ୍ଚି ଶିକ୍ଷକ ଯୋଗାଇ ଦେବା ନେଇ ପ୍ରତିଶ୍ରୁତି ପରେ ଗ୍ରାମବାସୀ ସ୍କୁଲ ରୁ ତାଲା ଖୋଲିଥିଲେ । ସ୍କୁଲ୍ ତାଲା ବନ୍ଦ ରହିବାରୁ ମଧ୍ୟାହ୍ନ ଭୋଜନ ରେ ବାଧା ଉପୁଜିଥିବା ବେଳେ ସ୍କୁଲ ପିଲାଙ୍କୁ ପ୍ରଥମେ ବିସ୍କୁଟ ଦିଆଯାଇ ବିଳମ୍ବରେ ମଧ୍ୟାହ୍ନ ଭୋଜନ ରୋଷେଇ କରି ଦିଆ ଯାଇଥିଲା । ଆସନ୍ତା କାଲି ସୁଦ୍ଧା ନୂତନ ଶିକ୍ଷକ ନିଯୁକ୍ତି ଦିଆଯି ବ ବୋଲି ପ୍ରତିଶ୍ରୁତି ପରେ ଗ୍ରାମବାସୀ ତାଲା ଖୋଲି ଥିଲେ । 1957 ମସିହାରେ ସ୍ଥାପିତ ସାନ ଓଲମା ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ 52 ବର୍ଷରେ ପାଦ ଥାପିଥିବା ବେଳେ ସେହି ଅନୁପାତରେ ସ୍କୁଲ ର ଉନ୍ନତି ଘଟି ନାହିଁ । ଏଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ରେ 93 ଛାତ୍ରଛାତ୍ରୀ ପାଠ ପଡୁଥିବା ବେଳେ ଏଥିପାଇଁ ମାତ୍ର 2 ଜଣ ଶିକ୍ଷକ ନିଯୁକ୍ତି ହୋଇଛନ୍ତି । ସ୍ଥାୟୀ ପ୍ରଧାନ ଶିକ୍ଷକ ନ ଥିବା ବେଳେ ଜଣେ ସହକାରୀ ଶିକ୍ଷକ ପ୍ରଧାନ ଶିକ୍ଷକ ଙ୍କ ଦାୟିତ୍ଵ ତୁଲାଉ ଛନ୍ତି . ସ୍କୁଲ୍ ର ଯାବତୀୟ କାର୍ଯ୍ୟ ସହ ଅଫିସ କାଗଜ ପତ୍ର କାର୍ଯ୍ୟ କରୁଥିବାରୁ ପ୍ରଧାନ ଶିକ୍ଷ କଙ୍କୁ ପିଲାଙ୍କୁ ପାଠ ପଡାଇବାରେ ବ୍ୟାଘାତ ଘଟୁଛି . ଯୋ ଦ୍ଵାରା ମାତ୍ର ଜଣେ ଶିକ୍ଷକ ଏକ ରୁ ଅଷ୍ଟମ ଶ୍ରେଣୀ ଯାଏ ପିଲାଙ୍କୁ ପାଠ ପଢା ଉ ଛନ୍ତି । ପ୍ରାୟ ବର୍ଷେ ତଳେ ଏହି ସ୍କୁଲ ରୁ ଜଣେ ଶିକ୍ଷକ ନବରଙ୍ଗପୁର କୁ ବଦଳି ହୋଇଥିଲେ । ସେହି ଦିନ ଠାରୁ ଏଠାରେ ମାତ୍ର ଦୁଇ ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି । ଆସନ୍ତା ମାସରେ ଅର୍ଦ୍ଧ ବାର୍ଷିକ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ଏହି ସ୍କୁଲ ରେ ଯଥା ଶୀଘ୍ର ଶିକ୍ଷା ନିଯୁକ୍ତି ଦିଆଯାଉ ବୋଲି ଗ୍ରାମବାସୀ ଗତ ଅକ୍ଟୋବର 30 ତାରିଖରେ ଡାବୁଗାଁ ବିଇଓ ଙ୍କୁ ଅଭିଯୋଗ ପତ୍ର ଦେଇଥିଲେ ଏବଂ ଅଭିଯୋଗ ପତ୍ର ରେ ଶିକ୍ଷକ ନିଯୁକ୍ତି ଦିଆ ନ ଗଲେ ତାଲା ଠୁଙ୍କିବୁ ବୋଲି ମଧ୍ୟ ଚେତାବନୀ ଦେଇ ଥିଲେ । ଗତ ଅକ୍ଟୋବର ମାସ ରେ ନବରଙ୍ଗପୁର ଠାରେ ସାନ ଓଲମା ଗ୍ରାମବାସୀ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାସ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କୁ ମଧ୍ୟ ଶିକ୍ଷକ ଅଭାବ ନେଇ ଅଭିଯୋଗ ପତ୍ର ଦେଇଥିଲେ କିନ୍ତୁ ଶିକ୍ଷା ମନ୍ତ୍ରୀ , ଡାବୁଗାଁ ବିଧାୟକ ତଥା ବ୍ଲକ ଶିକ୍ଷା ଅଧିକାରୀ ଗ୍ରାମବାସୀଙ୍କ ଅଭିଯୋଗ କୁ ଗୁରୁତ୍ବ ନ ଦେବାରୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କୁ ଆଖି ଆଗରେ ରଖି ଆଜି ଗ୍ରାମବାସୀ ବାଧ୍ୟ ହୋଇ ସକାଳ 10 ଘଣ୍ଟ ସମୟରେ ସ୍କୁଲ ରେ ତାଲା ଠୁଙ୍କି ଥିଲେ । ସୂଚନା ଥାଉ କି ଡାବୁଗାଁ ବ୍ଲକ ଶିକ୍ଷା ଅଧିକାରୀଙ୍କ ଚିଠି ନ 1168 ରେ ଡାବୁଗାଁ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ର ଶିକ୍ଷକ ଏ ବାଲ ରାଜୁ ଙ୍କୁ ସାନ ଓଲମା ଡେପୁ ଟେସନ୍ ରେ ପଠାଇ ଥିଲେ ସୁଦ୍ଧା ସେ କାର୍ଯ୍ୟରେ ଯୋଗ ଦେଇ ନ ଥିଲେ । ଯୋ ଦ୍ଵାରା ପୁଣି ଶିକ୍ଷା ବିଭାଗ ତରଫରୁ ଆଜି ଚିଠି ନ 1266 /19 ରେ ଡାବୁଗାଁ ନୁଆଗୁଡ଼ା ପ୍ରାଥମିକ ବିଦ୍ୟାଳୟ ର ସହକାରୀ ଶିକ୍ଷକ ପ୍ରତାପ ହରିଜନ ଙ୍କୁ ବଦଳି କରାଯାଇଛି ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.