ETV Bharat / state

ଗାଁରେ ମିଳୁନି ପାଣି, ରାସ୍ତା ଉପରେ ଗରା ବାଲଟି - ବେହେରାଗୁଡା ର ଜଳ କଷ୍ଟ

ଜିଲ୍ଲା ସଦର ମହକୁମା ଉପକଣ୍ଠ ବେହେରାଗୁଡା ଗାଁରେ ପାନୀୟ ଜଳ ସମସ୍ୟା । ଏନେଇ ଆଜି ବାଧ୍ୟ ହୋଇ ହାଣ୍ଡି ଓ ଗୋରା ଧରି ରାଜରାସ୍ତା କୁ ଆସିଛନ୍ତି ଶତାଧିକ ମହିଳା l ଅଧିକ ପଢନ୍ତୁ

drinking water problem in nabarangpur
drinking water problem in nabarangpur
author img

By

Published : Feb 20, 2023, 10:56 PM IST

drinking water problem in nabarangpur

ନବରଙ୍ଗପୁର: ଆଗକୁ ଆସୁଛି ଗ୍ରୀଷ୍ମ ଋତୁ । କିନ୍ତୁ ଏବେ ଠାରୁ ଦେଖା ଦେଲାଣି ପାନୀୟ ଜଳ ସମସ୍ୟା l ଦୀର୍ଘ ୩ ରୁ ୪ ମାସ ଧରି ପ୍ରଶାସନକୁ ଗୁହାରି କରିବା ପରେ ମଧ୍ୟ ପିଇବା ପାଣି ସମସ୍ୟା ର ସମାଧାନ ହୋଇପାରୁନି। ଏନେଇ ଆଜି ବାଧ୍ୟ ହୋଇ ହାଣ୍ଡି ଓ ଗୋରା ଧରି ରାଜରାସ୍ତା କୁ ଆସିଛନ୍ତି ଶତାଧିକ ମହିଳା l ତେବେ ଏ ଘଟଣା କେଉଁ ଉପାନ୍ତ ଅଞ୍ଚଳର ନୁହେଁ ବରଂ ଜିଲ୍ଲା ସଦର ମହକୁମା ଉପକଣ୍ଠ ବେହେରାଗୁଡା ଗାଁର l

ତେବେ ସହର ଠାରୁ ମାତ୍ର ଏକ କିଲୋମିଟର ଦୂରତା ରେ ରହିଛି ଏହି ଗାଁ। ଏହି ବେହେରାଗୁଡା ଗାଁ ରେ ବସ ବାସ କରନ୍ତି ୧୫୦୦ ରୁ ଉର୍ଦ୍ଧ ଲୋକ । ହେଲେ ଗାଁ ରେ ରହିଛି ମାତ୍ର ୩ ଟି ନଳକୂପ l ୩ଟି ନଳକୂପ ଭିତରୁ ଗୋଟିଏ ଅଚଳ , ଦୁଇ ଟି ନଳକୂପ ର ପାଣି ରେ ମେଣ୍ଟୁଛି ୧୫୦୦ ଲୋକ ଙ୍କ ଶୋଷ। ସକାଳୁ ଉଠି ନଳକୂପ ରେ ଧାଡି ରେ ଠିଆ ହେବା ପାଇଁ ଗାଁ ରେ ଚାଲିଛି ପ୍ରତିଯୋଗିତା। ଅନେକ ସମୟ ରେ ନିଜ ନିଜ ଭିତରେ ପିଇବା ପାଣି ପାଇଁ ଝଗଡା ଲାଗି ସମ୍ପର୍କ ମଧ୍ୟ ଖରାପ ହେଉଥିବା ଅଭିଯୋଗ କଲେଣି ଗ୍ରାମବାସୀ । ହେଲେ ଏନେଇ ବାରମ୍ବାର ବିଡିଓ ଓ ବିଭାଗୀୟ ଅଧିକାରୀ ଙ୍କୁ ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳିପାରୁନି। ଏନେଇ ଶେଷ ରେ ବାଧ୍ୟ ହୋଇ ଆଜି ଗାଁ ର ଶତାଧିକ ମହିଳା ବେହେରାଗୁଡା ଛକ ରେ କିଛି ସମୟ ପାଇଁ ରାସ୍ତା ଅବରୋଧ କରିଥିଲେ ।

ଏହା ମଧ୍ୟ ପଢନ୍ତୁ- ରାତି ପାହିଲେ ବସିବ ବିଧାନସଭା ବଜେଟ ଅଧିବେଶନ, ସରକାରଙ୍କୁ ଘେରିବାକୁ କଂଗ୍ରେସ ପ୍ରସ୍ତୁତ

ଏନେଇ ପରେ ଘଟଣା ସ୍ଥଳରେ ଆରଡବ୍ଲ୍ୟଏସଏସ ନିର୍ବାହୀ ଯନ୍ତ୍ରୀ ପହଞ୍ଚି ସମାଧାନ ର ପ୍ରତିଶ୍ରୁତି ଦେବା ପରେ ରାସ୍ତା ରୋକ ହଟିଥିଲା । ନବରଙ୍ଗପୁର ଜିଲ୍ଲା ସଦର ମହକୁମା କୁ କୋଷାଗୁମୁଡ଼ା ବ୍ଲକ ସହ ଯୋଗାଯୋଗ କରୁଥିବା ଏହି ରାସ୍ତା ଅବରୋଧ ଫଳରେ ରାସ୍ତା ରେ ବହୁ ଗାଡି ଅଟକିଥିଲା । ଫଳରେ ନବରଙ୍ଗପୁର ରୁ କୋଷାଗୁମୁଡା ଯାତାୟାତ ବାଧାପ୍ରାପ୍ତ ହୋଇଥିଲା l ଏହାକୁ ନେଇ ସ୍ଥାନୀୟ ଅଗ୍ନିପୁର ପଞ୍ଚାୟତ ର ସରପଞ୍ଚ ଦିବାକର ପୂଜାରୀ ମଧ୍ୟ ଘଟଣାସ୍ଥଳ କୁ ଆସି ରାସ୍ତା ଅବରୋଧ କୁ ସମର୍ଥନ କରିଥିଲେ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.