ETV Bharat / state

ହଜିଗଲା ମଣିଷପଣିଆ, ଅନ୍ୟଧର୍ମର ମୃତଦେହ ସତ୍କାର ପାଇଁ ଶ୍ମଶାନରେ ଜାଗା ଦେଲେନି ଗ୍ରାମବାସୀ - ନବରଙ୍ଗପୁର ମୃତଦେହ ସତ୍କାର ଖବର

ଡାବୁଗାଁ ଥାନା ଅନ୍ତର୍ଗତ ବୋରିଗାଁ ଗ୍ରାମରେ ଏକ ପରିବାର ଧର୍ମ ପରିବର୍ତ୍ତନ କରିବା ପରେ ତାଙ୍କ ପରିବାରର ଜଣେ ମୃତକଙ୍କୁ ଗ୍ରାମର ଶ୍ମଶାନରେ ସ୍ଥାନ ଦେଲେ ନାହିଁ ଗ୍ରାମବାସୀ । ଡାବୁଗାଁ ତହସିଲଦାର ବୁଝାସୁଝା କରିବା ପରେ ମୃତଦେହ ସତ୍କାର କରାଯାଇଥିଲା । ଅଧିକ ପଢନ୍ତୁ

ଅନ୍ୟ ଧର୍ମର ମୃତ ଦେହ ସତ୍କାର ପାଇଁ ଶ୍ମଶାନରେ ଜାଗା ଦେଲେନି ଗ୍ରାମବାସୀ

author img

By

Published : Aug 22, 2022, 12:08 PM IST

Updated : Aug 22, 2022, 12:14 PM IST

ନବରଙ୍ଗପୁର: ଡାବୁଗାଁ ଥାନା ଅନ୍ତର୍ଗତ ବୋରିଗାଁ ଗ୍ରାମରେ ଏକ ପରିବାର ଧର୍ମ ପରିବର୍ତ୍ତନ କରିବା ପରେ ତାଙ୍କ ପରିବାରର ଜଣେ ମୃତକଙ୍କୁ ଗ୍ରାମର ଶ୍ମଶାନରେ ସ୍ଥାନ ମିଳିଲା ନାହିଁ । ମୃତଦେହ ସତ୍କାରକୁ ନେଇ ଦିନ ତମାମ ଗ୍ରାମରେ ଲାଗି ରହିଥିଲା ଉତ୍ତେଜନା । ମୃତ୍ୟୁର ୧୨ ଘଣ୍ଟା ପର୍ଯ୍ୟନ୍ତ ମୃତଦେହ ଗ୍ରାମରେ ପଡ଼ି ରହିଥିଲା । ଶେଷରେ ଡାବୁଗାଁ ତହସିଲଦାର ଭବାନୀ ଶଙ୍କର ମିଶ୍ର ଓ ଡାବୁଗାଁ ଥାନା ଅଧିକାରୀ ପ୍ରମୋଦ ନାୟକଙ୍କ ହସ୍ତକ୍ଷେପ ପରେ ଗ୍ରାମର ଏକ ଅଲଗା ସ୍ଥାନରେ ମୃତଦେହ ସତ୍କାର କରାଯାଇଥିଲା ।

ସୂଚନା ଅନୁଯାୟୀ, ଡାବୁଗାଁ ଥାନା ଅନ୍ତର୍ଗତ ବୋରିଗାଁ ଗ୍ରାମର ଦଶମୁ ପନକା (୭୦) ଗତ କିଛି ମାସ ହେଲା ସ୍ୱାସ୍ଥ୍ୟ ଖରାପ ଯୋଗୁଁ ଘରେ ରହି ଚିକିତ୍ସିତ ହେଉଥିଲେ । ତେବେ ଗତକାଲି ଦଶମୁ ପନକାର ମୃତ୍ୟୁ ଘଟିଥିଲା । ଦଶମୁ ପନକା ଏକ ନିଦ୍ଦିଷ୍ଟ ଧର୍ମର ହୋଇଥିବା ବେଳେ ବୋରିଗାଁର ଜଣେ ବ୍ୟକ୍ତି ଦଶମୁ ପନକାର ପୁଅ ଡମ୍ବୁରୁ ପନକାକୁ ବିଭିନ୍ନ ମିଥ୍ୟା ପ୍ରଲୋଭନ ଦେଖାଇ ଅନ୍ୟ ଧର୍ମ ପରିବର୍ତ୍ତନ କରାଇଥିଲେ । ଧର୍ମ ପରିବର୍ତ୍ତନ ପରେ ଡମ୍ବୁରୁ ପନକାର ପରିବାରକୁ ଭିନ୍ନ ଦୃଷ୍ଟିରେ ଗ୍ରାମବାସୀ ଦେଖୁଥିଲେ ।

ତେବେ ଡମ୍ବୁରୁ ହିନ୍ଦୁ ଧର୍ମ ଛାଡ଼ି ଅନ୍ୟ ଧର୍ମ ପରିବର୍ତ୍ତନ କରିଥିବା ଯୋଗୁଁ ସେହି ଧର୍ମ ଅନୁଯାୟୀ ବାପାର ଶେଷ କୃତ୍ୟ କରିବାକୁ ବାହାରିଥିଲା । ଗ୍ରାମ ନିକଟରେ ଥିବା ମଶାଣିକୁ ମରଶରୀର ନେବାକୁ ଡମ୍ବୁରୁ ନେଉଥିବା ବେଳେ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ । ଏଥିରେ ଡମ୍ବୁରୁ ପନକା ନିରୁପାୟ ହୋଇ ମୃତଦେହକୁ ରଖି ଜଗି ବସିଥିଲେ । ଖବର ପାଇ ଡାବୁଗାଁ ପୁଲିସ ଓ ରାଜସ୍ବ ବିଭାଗ ତରଫରୁ ଗ୍ରାମବାସୀଙ୍କୁ ଦିନ ତମାମ ବୁଝାସୁଝା କରା ଯାଇଥିଲା ସୁଦ୍ଧା ଗ୍ରାମବାସୀ ସେମାନଙ୍କ ଜିଦରେ ଅଟଳ ରହିଥିଲେ । ଶେଷରେ ଡାବୁଗାଁ ତହସିଲଦାର ଭବାନୀ ଶଙ୍କର ମିଶ୍ର ଓ ଡାବୁଗାଁ ଥାନା ଅଧିକାରୀ ପ୍ରମୋଦ ନାୟକ ଗ୍ରାମ ବାସୀଙ୍କୁ ବୁଝାସୁଝା କରିବା ପରେ ଗ୍ରାମର ଶେଷ ମୁଣ୍ଡରେ ମୃତଦେହ ସତ୍କାର କରାଯାଇଥିଲା ।

ଇଟିଭି ଭାରତ, ନବରଙ୍ଗପୁର

Last Updated : Aug 22, 2022, 12:14 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.