ETV Bharat / state

ଶୋଚନୀୟ ଗାଁ ରାସ୍ତା, ତଳି ଲଗାଇ ଗ୍ରାମବାସୀଙ୍କ ପ୍ରତିବାଦ - ନବରଙ୍ଗପୁର ଖବର

ଆସରାଏ ବର୍ଷାରେ ରାସ୍ତାର ଅବସ୍ଥା ବେହାଲ। ସାଇକେଲ ତ ଦୂରରେ ଥାଉ ପାଦରେ ଚାଲିକି ଯିବା ଅସମ୍ଭବ । ରାସ୍ତାର ଏପରି ଅବସ୍ଥା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ପାରୁଆ ପଞ୍ଚାୟତ ଅନ୍ତର୍ଗତ ଛତାବେଡ଼ା ଦୁଇ ନମ୍ବର DNK ଗ୍ରାମରେ।

ଶୋଚନୀୟ ଗାଁ ରାସ୍ତା, ତଳି ଲଗାଇ ଗ୍ରାମବାସୀଙ୍କ ପ୍ରତିବାଦ

author img

By

Published : Jul 12, 2022, 12:22 PM IST

ନବରଙ୍ଗପୁର: କାଦୁଆ ପଚପଚ ରାସ୍ତା । ଅସରାଏ ବର୍ଷାରେ ରାସ୍ତାର ଅବସ୍ଥା ବେହାଲ । ସାଇକେଲ ତ ଦୂରରେ ଥାଉ ପାଦରେ ଚାଲିକି ଯିବା ଅସମ୍ଭବ । ରାସ୍ତାର ଏପରି ଅବସ୍ଥା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ପାରୁଆ ପଞ୍ଚାୟତ ଅନ୍ତର୍ଗତ ଛତାବେଡ଼ା ଦୁଇ ନମ୍ବର DNK ଗ୍ରାମରେ । ବର୍ଷା ଦିନ ଆସିଲେ ରାସ୍ତାକୁ ନେଇ ଚିନ୍ତାରେ ଗ୍ରାମବାସୀ । ରାସ୍ତା ମରାମତି ପାଇଁ ବାରମ୍ବାର ଅଭିଯୋଗ କଲେ ସୁଦ୍ଧା କିଛି ଲାଭ ହେଉନି । ଶେଷରେ ଗାଁ ରାସ୍ତା ମଝିରେ ତଳି ଲଗାଇ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି ଗ୍ରାମବାସୀ।

ଶୋଚନୀୟ ଗାଁ ରାସ୍ତା, ତଳି ଲଗାଇ ଗ୍ରାମବାସୀଙ୍କ ପ୍ରତିବାଦ

ଗତ 3 ମାସ ପୂର୍ବେ ମନରେଗା ଯୋଜନାରେ 8 ଲକ୍ଷ ଟଙ୍କା ବ୍ୟୟ କରି ଗ୍ରାମ୍ୟ ସଡକ ଉନ୍ନତିକରଣ କରାଯାଇଥିଲା । ବର୍ତ୍ତମାନ ଏହି ରାସ୍ତା ଏତେ କଦର୍ଯ୍ୟ ହୋଇଛି ନ କହିବା ଭଲ । ପାଣି କାଦୁଅରେ ଭର୍ତ୍ତି ହୋଇଛି ଏହି ନବ ନିର୍ମିତ ରାସ୍ତା । ଫଳରେ ନିୟମିତ ଯାତାୟାତରେ ବାଧା ସୃଷ୍ଟି ଯୋଗୁଁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ରାସ୍ତା ମଝିରେ ଧାନ ତଳି ଲଗାଇ ପ୍ରତିବାଦ କରିଛନ୍ତି ଗ୍ରାମବାସୀ । ତୁରନ୍ତ ପ୍ରଶାସନ ଏହି ରାସ୍ତା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ମରାମତି କରିବା ସହ ଡ୍ରେନ୍‌ ବ୍ୟବସ୍ଥା କରିବା ପାଇଁ ଦାବି କହିଛନ୍ତି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.