ନବରଙ୍ଗପୁର: ସାଧାରଣତଃ ନେତା ମନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିବା ଘଟଣା ସାମ୍ନାକୁ ଆସିଥାଏ । ନବରଙ୍ଗପୁର ନିୟନ୍ତ୍ରିତ ବଜାର କମିଟି ଆକାଉଣ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସର ଚଢାଉ ଘଟଣା ସାଧାରଣରେ ଚାଞ୍ଚଲ୍ୟ ଖେଳାଇଛି ।
ସୂଚନାଅନୁସାରେ ନିୟନ୍ତ୍ରିତ ବଜାର କମିଟିର ସିନିୟର ଆକାଉଣ୍ଟାଣ୍ଟ ଅଶୋକ ନନ୍ଦଙ୍କ ଘରେ ଓ କାର୍ଯ୍ୟାଳୟରେ ବୁଧବାର ସକାଳେ ଭିଜିଲାନ୍ସ ଚଢାଉ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଶୋକ ନନ୍ଦଙ୍କ ଘରେ ଚଢାଉ ହୋଇଥିବା ଜଣାପଡିଛି । ଚଢାଉ ପରେ ଅଶୋକଙ୍କର ସାତଟି ଚାରିଚକିଆ ଗାଡି ଥିବା କହିଛନ୍ତି ଭିଜିଲାନ୍ସ ଡିଏସପି ସୁରେନ୍ଦ୍ର ନାଥ ପାଣିଗ୍ରାହୀ ।
ତେବେ ଜଣେ ସାଧାରଣ ବଜାର କମିଟି ଆକାଉଣ୍ଟାଣ୍ଟଙ୍କ ଘରେ ଏତେ ମାତ୍ରାର ସମ୍ପତ୍ତି କେଉଁଠୁ ଆସିଲା, ତାହା ସମସ୍ତଙ୍କୁ ଚକିତ କରିଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ