ETV Bharat / state

GRS ହିମାଞ୍ଚଳ ବାଘଙ୍କ ଘରେ ଭିଜିଲାନ୍ସ ରେଡ୍

ଉମରକୋଟ ବ୍ଲକ ସିଂସାରୀ ଓ ଭଣ୍ଡାରୀଗୁଡା ପଞ୍ଚାୟତର ଗ୍ରାମ୍ୟ ରୋଜଗାର ସହାୟକ (GRS) ହିମାଞ୍ଚଳ ବାଘ(ହିମାଂଶୁ)ଙ୍କ ବଭିନ୍ନ ସ୍ଥାନରେ ଥିବା ଘରେ ଭିଜିଲାନ୍ସ ଚଢାଉ ଜାରି ରହିଛି । ଚଢାଉ ସମୟରେ GRSଙ୍କ ଘରୁ ୧୭ ଲକ୍ଷ ୮୩ ହଜାର ଟଙ୍କା ନଗଦ, ଗୋଟିଏ କାର, ତିନୋଟି ମୋଟର ସାଇକେଲ ଓ ଗୋଟିଏ ଅଟୋ ଠାବ କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Jan 21, 2021, 4:16 PM IST

ନବରଙ୍ଗପୁର GRS ହିମାଞ୍ଚଳ ବାଘଙ୍କ ଘରେ ଭିଜିଲାନ୍ସ ଚଢାଉ

ନବରଙ୍ଗପୁର: ଜିଲ୍ଲାର ଉମରକୋଟ ବ୍ଲକ ସିଂସାରୀ ଓ ଭଣ୍ଡାରୀଗୁଡା ପଞ୍ଚାୟତର ଗ୍ରାମ୍ୟ ରୋଜଗାର ସହାୟକ (GRS) ହିମାଞ୍ଚଳ ବାଘ(ହିମାଂଶୁ)ଙ୍କ ବିଭିନ୍ନ ସ୍ଥାନରେ ଥିବା ଘରେ ଭିଜିଲାନ୍ସ ଚଢାଉ ଜାରି ରହିଛି । ଉମରକୋଟ ଭଗବତୀ ନଗର ସ୍ଥିତ ବାସଭବନ, ସାନଭରଣ୍ଡି ସ୍ଥିତ ବାସ ଭବନ ଓ ସିଂସାରୀ ଓ ଭଣ୍ଡାରୀଗୁଡା ପଞ୍ଚାୟତରେ ଥିବା ଘରେ ରେଡ ଚାଲିଛି ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିଥିଲା ତାଙ୍କ ନାଁରେ । ଅଭିଯୋଗ ପରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି । ଚଢାଉ ସମୟରେ GRSଙ୍କ ଘରୁ ୧୭ ଲକ୍ଷ ୮୩ ହଜାର ଟଙ୍କା ନଗଦ, ଗୋଟିଏ କାର, ତିନୋଟି ମୋଟର ସାଇକେଲ ଓ ଗୋଟିଏ ଅଟୋ ଠାବ କରାଯାଇଛି । ଏହି ଚଢାଉରେ ନବରଙ୍ଗପୁର, କଳାହାଣ୍ଡି, ଜୟପୁର, ମାଲକାନଗିରି ଓ ନୂଆପଡାର 3ଟି ଟିମ ସାମିଲ ଅଛନ୍ତି । ବ୍ୟାଙ୍କ, ମଇକ୍ରୋଫାଇନାନ୍ସ ଓ ପୋଷ୍ଟାଲରେ ରହିଥିବା ପାସବୁକର ଜମା ଗୁଡିକ ଦେଖିବା ପରେ କେତେ ଟଙ୍କା ଜମା ରହିଛି ଓ ସ୍ଥାବର ଅସ୍ଥାବର ସମ୍ପତ୍ତି କେତେ ରହିଛି ଆକଳନ ପରେ ଜଣା ପଡିବ ବୋଲି କହିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.