ETV Bharat / state

ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷକ - ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ଜଣେ ସରକାରୀ ଶିକ୍ଷକ । ପିୟୁପିଏସର ଜିଲ୍ଲା ପରିଷଦ ଶିକ୍ଷକ ଭାବେ କାର୍ଯ୍ୟରତ ସୁବ୍ରତ ଚୌଧୁରୀଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ବାସଭବନ ସମେତ ଏକକାଳୀନ 6ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
author img

By

Published : Jul 24, 2019, 11:17 AM IST

ନବରଙ୍ଗପୁର: ଏଥର ଭିଜିଲାନ୍ସ ଜାଲରେ ଜଣେ ସରକାରୀ ଶିକ୍ଷକ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ମୁଣ୍ଡାଗଡ ପିୟୁପିଏସର ଜିଲ୍ଲା ପରିଷଦ ଶିକ୍ଷକ ଭାବେ କାର୍ଯ୍ୟରତ ସୁବ୍ରତ ଚୌଧୁରୀଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ତାଙ୍କ ବାସଭବନ ସମେତ ଏକକାଳୀନ 6ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର ସହର HDFC ବ୍ୟାଙ୍କ ନିକଟରେ ଥିବା ଘର, ଆରକେ କଲୋନୀ ଥିବା ବାସଭବନ, ସହର ମଧ୍ୟରେ ଥିବା ସନ୍ତୋଷୀ ଇନଫୋଟେକ ନାମକ କମ୍ପ୍ୟୁଟର ସେଣ୍ଟର, ରଙ୍ଗମାଟି ଗୁଡା ଠାରେ ଥିବା ଦୁଇ ମହଲା ଘର, ନୂଆ ଚର୍ଚ୍ଚ ନିକଟ ଘରେ ସମେତ ନୂଆବନ୍ଧ ସାହିସ୍ଥିତ ଘରେ ଭିଜିଲାନ୍ସ ରେଡ୍ କରିଛି ।

କୋରାପୁଟ ସ୍ବତନ୍ତ୍ର କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢାଉ କରାଯାଇଛି । ବର୍ତ୍ତମାନ ସୁଦ୍ଧାର ସମ୍ପତ୍ତି ଆକଳନ କରାଯାଇ ନାହିଁ । ଚଢାଉରେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର ଜବତ କରିଛି ଭିଜିଲାନ୍ସ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

New Delhi, July 24 (ANI): Air Chief Marshal Birender Singh Dhanoa paid homage at the National War Memorial in New Delhi on July 23. Wife of late Squadron Leader Ajay Ahuja along with wife of Late Subedar Mohd Shafi also paid homage on the occasion. National War Memorial was dedicated by the Prime Minister Narendra Modi on 25 Feb 2019 to all Martyrs of the Armed Forces of India who have made supreme sacrifice for the nation.
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.