ETV Bharat / state

ଉତ୍ତରାଖଣ୍ଡ ଟନେଲ ଟ୍ରାଜେଡି: ଫସିଛନ୍ତି ନବରଙ୍ଗପୁରର ଭଗବାନ, ଚାହିଁ ବସିଛି ପରିବାର

author img

By ETV Bharat Odisha Team

Published : Nov 16, 2023, 9:16 PM IST

Updated : Nov 16, 2023, 9:33 PM IST

ଉତ୍ତରାଖଣ୍ଡ ଟନେଲରେ ଫସିଛନ୍ତି ନବରଙ୍ଗପୁରର ଶ୍ରମିକ ଭଗବାନ ଭତ୍ରା । ଦୁଃଖର ଭାଙ୍ଗିପଡିଛି ପରିବାର । ଉଦ୍ଧାର ପାଇଁ ସରକାରଙ୍କୁ କଲେ ଗୁହାରୀ । ଅଧିକ ପଢନ୍ତୁ

ଉତ୍ତରାଖଣ୍ଡ ଟନେଲ ଟ୍ରାଜେଡି, ଫସିଛନ୍ତି ନବରଙ୍ଗପୁରର ଭଗବାନ
ଉତ୍ତରାଖଣ୍ଡ ଟନେଲ ଟ୍ରାଜେଡି, ଫସିଛନ୍ତି ନବରଙ୍ଗପୁରର ଭଗବାନ
ଉତ୍ତରାଖଣ୍ଡ ଟନେଲ ଟ୍ରାଜେଡି: ଫସିଛନ୍ତି ନବରଙ୍ଗପୁରର ଭଗବାନ, ଚାହିଁ ବସିଛି ପରିବାର

ନବରରଙ୍ଗପୁର: ରବିବାର ଭୂସ୍ଖଳନ ଯୋଗୁଁ ଉତ୍ତରାଖଣ୍ଡ ଉତ୍ତରକାଶୀରେ ନିର୍ମାଣାଧୀନ ଟନେଲ ଭୁଶୁଡିବା ଘଟଣାରେ ଫସି ରହିଥିବା 40 ଶ୍ରମିକଙ୍କୁ ଏବେ ସୁଦ୍ଧା ଉଦ୍ଧାର କରାଯାଇପାରନି । ଏହି ଶ୍ରମିକଙ୍କ ମଧ୍ୟରେ 5 ଜଣ ଓଡିଆ ଶ୍ରମିକ ମଧ୍ୟ ରହିଛନ୍ତି । ମୟୂରଭଞ୍ଜ ଜିଲ୍ଲାର 3 ଜଣ ଶ୍ରମିକ ଥିବା ଜଣାପଡିଛି । ଏମାନଙ୍କ ମଧ୍ୟରେ ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ବ୍ଳକର ତାଲବେଡାର ଶ୍ରମିକ ଭଗବାନ ଭତ୍ରା ମଧ୍ୟ ରହିଛନ୍ତି । ଏବେ ଘଟଣାକୁ 5 ଦିନ ବିତିଥିଲେ ସୁଦ୍ଧା ଉଦ୍ଧାର ଅପରେସନରେ ଏପର୍ଯ୍ୟନ୍ତ କୌଣସି ସଫଳତା ମିଳିନି । ଭଗବାନଙ୍କ ପରିବାର ଏବେ ଚିନ୍ତାରେ ଅପେକ୍ଷା କରିଛନ୍ତି । ସୁରକ୍ଷିତ ଉଦ୍ଧାର ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ଭଗବାନ ଜଣେ ଅବିବାହିତ ହୋଇଥିବା ବେଳେ ପିଲା ବେଳୁ ତାଙ୍କ ମା’ଙ୍କ ମୃତ୍ୟୁ ଘଟିଛି । ବାପା ମଧ୍ୟ ଜଣେ ମାନସିକ ଭିନ୍ନକ୍ଷମ । ଘରେ ଭାଇ ଓ ଭାଉଜ ବି ଅଛନ୍ତି । ଗତ ଦେଢ଼ ବର୍ଷ ହେବ ଭଗବାନ ଦାଦନ ଖଟିବାକୁ ଉତ୍ତରାଖଣ୍ଡ ଯାଇଥିଲେ । ତେବେ ଭଗବାନ ଟନେଲରେ ଫସି ରହିଥିବା କଥା ପରିବାର ଲୋକେ ଗତକାଲି ଜାଣିବାକୁ ପାଇଥିବା କହିଛନ୍ତି । ଭଗବାନ କିପରି ସୁରକ୍ଷିତ ଉଦ୍ଧାର ହୋଇ ଘରକୁ ଫେରିବେ ସେଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅନୁରୋଧ କରିବା ସହ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି ଭଗବାନଙ୍କ ପରିବାର ।

ଏହା ମଧ୍ୟ ପଢନ୍ତୁ :- ବିତିଲାଣି ୪ ଦିନ, ରେସ୍କ୍ୟୁ ଅପରେସନ ପାଇଁ ଆସିବେ ବିଦେଶୀ ବିଶେଷଜ୍ଞ

ଘଟଣାଟି 12 ତାରିଖରେ ଘଟିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଟନେଲ ଭିତରୁ ଶ୍ରମିକମାନଙ୍କୁ ଉଦ୍ଧାର କରିବା ସମ୍ଭପର ହୋଇନି । ଉଦ୍ଧାରକାର୍ଯ୍ୟ ଆଜି ପଞ୍ଚମ ଦିନରେ ପହଞ୍ଚିଛି । ଉଦ୍ଧାର ପ୍ରକ୍ରିୟାକୁ ଆହୁରି ତ୍ବରାନ୍ବିତ କରିବାକୁ ଦିଲ୍ଲୀରୁ ବାୟୁସେନା ବିମାନରେ ୩ଟି ଅତ୍ୟାଧୁନିକ ଭାରି ଅଗର ଡ୍ରିଲିଂ ମେସିନ ଘଟଣାସ୍ଥଳକୁ ପଠାଯାଇଛି । ଆଜି କେନ୍ଦ୍ର ସଡକ ପରିବହନ ରାଷ୍ଟ୍ର ମନ୍ତ୍ରୀ ବି.କେ ସିଂ ଓ ଉତ୍ତରାଖଣ୍ଡ ପୋଲିସ ଡିଜି ଅଶୋକ କୁମାର ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଅପରେସନ ତଦାରଖ କରିଛନ୍ତି । ଉଦ୍ଧାରକାର୍ଯ୍ୟ ଆଉ 2 ରୁ 3 ଦିନ ମଧ୍ୟରେ ଶେଷ ହେବା ନେଇ ଆଶାପ୍ରକଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ବିକେ ସିଂ । ଆଜି ଫସି ରହିଥିବା ଜଣେ ଶ୍ରମିକ ମହାଦେବ ବଙ୍କର ମଧ୍ୟରୁ ସମ୍ପର୍କୀୟଙ୍କ ସହ କଥା ହୋଇ ସେମାନେ ସୁସ୍ଥ ଥିବା ମଧ୍ୟ ସ୍ପଷ୍ଟ କରିଛନ୍ତି ।

ଇଟିଭି ଭାରତ, ନବରରଙ୍ଗପୁର

Last Updated : Nov 16, 2023, 9:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.