ETV Bharat / state

ନବରଙ୍ଗପୁରରେ କେନ୍ଦ୍ରମନ୍ତ୍ରୀ ଶୋଭା କରନ୍ଦାଲାଜେ, ବିଭିନ୍ନ ପ୍ରକଳ୍ପର କଲେ ସମୀକ୍ଷା

author img

By

Published : Apr 21, 2022, 9:42 AM IST

ରାଷ୍ଟ୍ରମନ୍ତ୍ରୀ ଶୋଭା କରନ୍ଦାଲାଜେ ନବରରଙ୍ଗପୁର ଜିଲ୍ଲା ଗସ୍ତ କରି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି । କରନ୍ଦାଲାଜେ ପୂଜାରିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ସେଠାରେ ଜାତୀୟ ସ୍ଵାସ୍ଥ୍ୟ ମିଶନ ଓ ଆୟୁଷ୍ମାନ ଭାରତ ଯୋଜନାର କାର୍ଯ୍ୟ ତଦାରଖ କରି ଖୁସି ପ୍ରକଟ କରିଥିଲେ । ଅଧିକ ପଢ଼ନ୍ତୁ

ରାଷ୍ଟ୍ରମନ୍ତ୍ରୀ ସୁଶ୍ରୀ ଶୋଭା କରନ୍ଦାଲାଜେଙ୍କ ନବରରଙ୍ଗପୁର ଗସ୍ତ

ନବରଙ୍ଗପୁର: କେନ୍ଦ୍ର କୃଷି ଓ କୃଷକ ସଶକ୍ତିକରଣ ବିଭାଗ ରାଷ୍ଟ୍ରମନ୍ତ୍ରୀ ଶୋଭା କରନ୍ଦାଲାଜେ ନବରରଙ୍ଗପୁର ଜିଲ୍ଲା ଗସ୍ତ କରି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି । ମନ୍ତ୍ରୀ କରନ୍ଦାଲାଜେ ଜିଲ୍ଲାର ଉମରକୋଟ ଠାରେ ପହଞ୍ଚିବା ପରେ ତାଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହାପରେ ମନ୍ତ୍ରୀ ପୂଜାରିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ସେଠାରେ ଜାତୀୟ ସ୍ଵାସ୍ଥ୍ୟ ମିଶନ ଓ ଆୟୁଷ୍ମାନ ଭାରତ ଯୋଜନାର କାର୍ଯ୍ୟ ତଦରାଖ କରି ଖୁସି ପ୍ରକଟ କରିଥିଲେ ।

ପରେ ବାଟି ବେଡ଼ା ଠାରେ ମନରେଗା ଯୋଜନାରେ ନିର୍ମିତ ଏକ ପୋଖରୀ ନିର୍ମାଣ କାର୍ଯ୍ୟ ଦେଖିଲେ । ସେହି ଠାରେ ମହିଳାମାନେ ଉକ୍ତ ପୋଖରୀ ଖନନ କାର୍ଯ୍ୟରେ ଶ୍ରମିକ ପରିବର୍ତ୍ତେ ମେସିନରେ କାର୍ଯ୍ୟ ହୋଇଥିବା ଅଭିଯୋଗ କରିଥିଲେ । ଉମରକୋଟ ଠାରେ ୱାଟର ଟ୍ରିଟମେଣ୍ଟ ପ୍ଳାଣ୍ଟ କାର୍ଯ୍ୟ ଅତି ମନ୍ଥର ଗତିରେ ଚାଲୁଛି । ୨୦୧୯ରେ କାର୍ଯ୍ୟକ୍ଷମ ହେବାକୁ ଥିବା ପ୍ରକଳ୍ପ ଆଜି ପର୍ଯ୍ୟନ୍ତ ନିର୍ମାଣଧିନ ରହିଥିବା ଯୋଗୁଁ ଯନ୍ତ୍ରୀଙ୍କୁ ତୁରନ୍ତ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ସେହିପରି ଜାତୀୟ କୃଷି ବଜାର ଅଧୀନରେ କାର୍ଯ୍ୟକ୍ଷମ ହୋଇଥିବା ଇ-ନାମ ଲାବ୍ରୋଟାରୀ ଦେଖିବା ପରେ ବଡ କୁମାରୀ ଠାରେ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଅଧୀନରେ ନିର୍ମିତ ଏକ ମାଛ ଜାଆଁଳ ଉତ୍ପାଦନ କେନ୍ଦ୍ର ପରିଦର୍ଶନ କରିଥିଲେ । ପରେ ଡାବୁ ଗାଁ ବ୍ଲକର ମହେନ୍ଦ୍ରୀ ଠାରେ ଚେକ୍ ଡ୍ୟାମ ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ । ଆଜି ମନ୍ତ୍ରୀ ଶୋଭା କରନ୍ଦାଲାଜେ ନବରଙ୍ଗପୁର ଠାରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସମସ୍ତ କେନ୍ଦ୍ରୀୟ ଯୋଜନାର ପ୍ରକଳ୍ପ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ସମୟରେ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଜିଲ୍ଲାପାଳ କମଳଲୋଚନ ମିଶ୍ର, ପିଡି ଡିଆରଡିଏ ରତ୍ନାକର ସାହୁ ଜିଲ୍ଲାର ବରିଷ୍ଠ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.