ETV Bharat / state

ଅଧିକାରୀଙ୍କଠୁ ସନ୍ତୋଷଜନକ ଉତ୍ତର ନପାଇ ବିଗିଡିଲେ କେନ୍ଦ୍ରମନ୍ତ୍ରୀ

author img

By

Published : Jun 23, 2023, 2:07 PM IST

ନବରଙ୍ଗପୁରରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ । ସମୀକ୍ଷା ବୈଠକରେ ବିଭାଗୀୟ ଅଧିକାରୀଙ୍କ ଠାରୁ ସନ୍ତୋଷମୂଳକ ଉତ୍ତର ନପାଇ ବିଗିଡିଲେ କେନ୍ଦ୍ରମନ୍ତ୍ରୀ । ଅଧିକ ପଢନ୍ତୁ

ଅଧିକାରୀଙ୍କ ଠାରୁ ସନ୍ତୋଷଜନକ ଉତ୍ତର ନପାଇ ବିଗିଡିଲେ କେନ୍ଦ୍ରମନ୍ତ୍ରୀ

ବିଗିଡିଲେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ

ନବରଙ୍ଗପୁର: କେନ୍ଦ୍ର ଗ୍ରାମୀଣ ବିକାଶ ଓ ପଞ୍ଚାୟତରାଜ ମନ୍ତ୍ରୀ ଗିରିରାଜ ସିଂ ଦୁଇ ଦିନିଆ ନବରଙ୍ଗପୁର ଗସ୍ତରେ ଅଛନ୍ତି । କେନ୍ଦ୍ରମନ୍ତ୍ରୀ ଗତକାଲି ସର୍କିଟ ହାଉସ ଠାରେ ପହଞ୍ଚିବା ପରେ ଜିଲ୍ଲା ଆରଡି, ଏଲଆର ଓ ପଞ୍ଚାୟତରାଜ ବିଭାଗର ଅଧିକାରୀମାନଙ୍କ ସହ ସମୀକ୍ଷା ବୈଠକ କରିଥିଲେ । କେନ୍ଦ୍ରୀୟ ଯୋଜନାର କାର୍ଯ୍ୟକାରିତା ଓ ତାହାର ସୁବିନିଯୋଗ ନେଇ ଆଲୋଚନା ହୋଇଥିଲା । ହେଲେ ବୈଠକରେ ବିଭାଗୀୟ ଅଧିକାରୀଙ୍କ ଠାରୁ ସନ୍ତୋଷଜନକ ଉତ୍ତର ନପାଇ ବିଗିଡି ଯାଇଥିଲେ କେନ୍ଦ୍ରମନ୍ତ୍ରୀ । ଏହାସହିତ ରାଜ୍ୟରେ ମନରେଗା ଯୋଜନାରେ ଶ୍ରମିକ ବଦଳରେ ମେସିନ କାମ କରୁଥିବାର ଅଭିଯୋଗ ପାଇଥିବା କହି ଅସନ୍ତୋଷ ବ୍ୟକ୍ତି କରିଥିଲେ ।

କେନ୍ଦ୍ରମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ, ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନାକୁ ହାଇଜାକ କରି ନିଜସ୍ବ ଯୋଜନାର ଷ୍ଟିକର ମାରି ବାଃ ବାଃ ନେଉଛନ୍ତି । ବିଭିନ୍ନ ଯୋଜନାରେ କେନ୍ଦ୍ର ସରକାରଙ୍କ ଅର୍ଥ ହରିଲୁଟ କରି ବାଟମାରଣା କରାଯାଇଛି । ସବୁ ଯୋଜନାରେ ଦୁର୍ନୀତିର ଗନ୍ଧ ବାରି ହେଉଛି ବୋଲି ଗିରିରାଜ ସିଂ କହିଛନ୍ତି । ଆହୁରି ମଧ୍ୟ ସେ କହିଛନ୍ତି ଯେ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ମହିଳାଙ୍କ ଆୟ ଦ୍ବିଗୁଣିତ ହୋଇଥିବା ନେଇ ରାଜ୍ୟ ସରକାର ଡିଣ୍ଡିମ ପିଟୁଛନ୍ତି । ହେଲେ ବାସ୍ତବରେ ମହିଳାମାନେ ମାସିକ ୧୦୦୦ ରୁ ୧୨୦୦ ଆଦାୟ କରୁଛନ୍ତି । ଏତିକି ଟଙ୍କାରେ କେମିତି ମହିଳା ପରିବାର ପ୍ରତିପୋଷଣ କରିପାରିବେ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: ଜୁଲାଇ ସୁଦ୍ଧା ଶେଷ ହେବ ବିଜୁ ସେତୁ ଯୋଜନାରେ ୨୦୦ ପ୍ରକଳ୍ପର ସର୍ଭେ ଓ ଜିଏଡି ମଞ୍ଜୁରି

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗୁରୁବାର ଠାରୁ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ୨ ଦିନିଆ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଅଛନ୍ତି । ଗତକାଲି ସେ ସର୍କିଟ ହାଉସ ଠାରେ ପହଞ୍ଚିବା ପରେ ଜିଲ୍ଲାପାଳଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀ ଏବଂ ବିଜେପି କାର୍ଯ୍ୟକର୍ତ୍ତାମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ । ଏହାପରେ ସେ ଜିଲ୍ଲା ଆରଡ଼ି, ଏଲଆର ଓ ପଞ୍ଚାୟତରାଜ ବିଭାଗ ଅଧିକାରୀମାନଙ୍କ ସହ ବୈଠକରେ ଆଲୋଚନା କରିଥିଲେ । ଏହି ସମୟରେ ଅଧିକାରୀଙ୍କ ଠାରୁ ସନ୍ତୋଷ ଜନକ ଉତ୍ତର ନପାଇ ବିଗିଡି ଯାଇଥିଲେ । କେନ୍ଦ୍ରମନ୍ତ୍ରୀ ଆଜି ସ୍ଥାନୀୟ ଏକ ହୋଟେଲରେ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳନ କାର୍ଯ୍ୟକ୍ରମ ସହିତ ଅନ୍ୟାନ୍ୟ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.