ETV Bharat / state

ନବରଙ୍ଗପୁରରେ କେନ୍ଦ୍ରମନ୍ତ୍ରୀ ଟୁଡୁ, ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା - ଉନ୍ନୟନମୂଳକ କାର୍ଯ୍ୟ

ନବରଙ୍ଗପୁର ଗସ୍ତରେ ଦିବାସୀ ଉନ୍ନୟନ ବିଭାଗର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ । ସେ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ...

ନବରଙ୍ଗପୁରରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁ଼ଡୁ, ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା

author img

By

Published : Nov 8, 2021, 6:20 PM IST

ନବରଙ୍ଗପୁର: ଜିଲ୍ଲା ଗ୍ରସ୍ତରେ କେନ୍ଦ୍ର ଜଳ ସମ୍ପଦ ଓ ଆଦିବାସୀ ଉନ୍ନୟନ ବିଭାଗର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ । ଏହି ଅବସରରେ ସର୍କିଟ ହାଉସ ଠାରେ ନବରଙ୍ଗପୁର ଆଦିବାସୀ ଉନ୍ନୟନ ବିଭାଗ ଓ ଜଳସମ୍ପଦ ବିଭାଗର ସମୀକ୍ଷା କରିଛନ୍ତି । ଏହାସହ ମନ୍ତ୍ରୀ ପଡାଲଗୁଡା ସ୍ଥିତ ଦିନଦୟାଲ ଉପାଧ୍ୟାୟ ବାଳିକା ଆଶ୍ରମକୁ ଯାଇ ଅନ୍ତେବାସୀଙ୍କ ସମସ୍ୟା ବୁଝିବା ସହିତ ପିଲାଙ୍କୁ ଶୀତ ବସ୍ତ୍ର ଓ କମ୍ବଳ ବଣ୍ଟନ କରିଛନ୍ତି ।

ନବରଙ୍ଗପୁରରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁ଼ଡୁ, ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ୟମରେ ଚାଲିଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଏବଂ ଆଦିବାସୀ ପିଲାଙ୍କ ପାଇଁ ନିର୍ମାଣ ହେଉଥିବା ସ୍କୁଲଗୁଡ଼ିକର ବିକାଶ ପାଇଁ ଚାଲିଥିବା କାର୍ଯ୍ୟକ୍ରମର ସେ ସମୀକ୍ଷା କରିଛନ୍ତି । କେନ୍ଦ୍ର ସରକାର ବର୍ତ୍ତମାନ ଶିକ୍ଷା ଭିତ୍ତିଭୂମିର ସୁଦୃଢ଼ କରିବାରେ ଗୁରୁତ୍ବ ଦେଇଥିବାରୁ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଦିଗରେ କାମ କରାଯାଉଛି । ତେଣୁ ଆଦିବାସୀ ଉନ୍ନୟନ ବିଭାଗର ବିଭିନ୍ନ ପ୍ରକଳ୍ପ ପାଇଁ ଅନୁଦାନ ହ୍ରାସ ପାଇଥିବା ବେଳେ ଆଦିବାସୀ ଉନ୍ନୟନ ବିଭାଗକୁ ଆଗାମୀ ୨ ବର୍ଷ ଭିତରେ ଜିଲ୍ଲାକୁ ସ୍ବାଭାବିକ ଭାବେ ଅନୁଦାନ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

ଆସନ୍ତା ୨୦୨୩ ସୁଦ୍ଧା ଘରେ ଘରେ ଜଳ ପହଞ୍ଚିବା ପାଇଁ ପ୍ରଥମ ପର୍ଯ୍ୟାୟରେ ୩୩୨୩ କୋଟି ଟଙ୍କା ପ୍ରଧାନମନ୍ତ୍ରୀ ଦେଇଥିବା ବେଳେ ନବରଙ୍ଗପୁରରେ ୪ଟି ପ୍ରକଳ୍ପ କରାଯାଉଛି । ସେଥିମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୨ଟି ପ୍ରକଳ୍ପର ନିର୍ମାଣ କାମ ଚାଲୁଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହାସହ ଓଡ଼ିଶାରେ ମନରେଗା କାମରେ ବ୍ୟାପକ ଦୁର୍ନୀତି ଚାଲିଥିବା ମନ୍ତ୍ରୀ ଅଭିଯୋଗ କରିଥିବା ବେଳେ କାଗଜ ପତ୍ରରେ କାମ କରୁଥିବା ଦର୍ଶାଇ ଟଙ୍କା ହଡପ କରୁଥିବା ଗୁରୁତର ଅଭିଯୋଗ କରିଛନ୍ତି ମନ୍ତ୍ରୀ । ସେଭଳି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମଧ୍ୟ ଚଞ୍ଚକତା କରି ଗରିବ ଲୋକଙ୍କ ଟଙ୍କା ହଡପ କରି ସ୍ଥାନୀୟ ସରକାରୀ ଅଧିକାରୀ ସାମିଲ ରହୁଥିବା ମନ୍ତ୍ରୀ କହିଛନ୍ତି ।

ଏହାକୁ ନେଇ ସରକାରୀ ଅଧିକାରୀ ଜଡିତ ହୋଇ କାମ ନ କରି ମିଥ୍ୟା ବିଲ କରୁଥିବା ବେଳେ ମନରେଗା କାମ କିଭଳି ଚାଲିଛି ତାହା ସମସ୍ତେ ଜାଣିଥିବା କହି କଟାକ୍ଷ କରିଥିଲେ ମନ୍ତ୍ରୀ । ମନରେଗା କାମରେ ବ୍ୟାପକ ଦୁର୍ନୀତି ଚାଲିଥିବା ବେଳେ ଏଥିରେ ଜଡିତ ଅଭିଯୋଗ ରେ ବିଡ଼ିଓଙ୍କଠାରୁ ଆରମ୍ଭ କରି ଅନେକ ସରକାରୀ ଅଧିକାରୀ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ପ୍ରକାଶ କରିଛନ୍ତି ମନ୍ତ୍ରୀ । ରାଜ୍ୟ ସରକାର ୟୁସି ଦେଉନଥିବାରୁ ମନରେଗା କାମରେ ଅନୁଦାନ ଆସି ପାରୁନଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.