ETV Bharat / state

ଜେଲରୁ ଚମ୍ପଟ ମାରିଲା କଏଦୀ, ବୁଦା ଭିତରୁ ଘୋଷାଡି ଆଣିଲା ପୋଲିସ

ନବରଙ୍ଗପୁର ଉପକାରଗାରରୁ ଫେରାର୍ ହୋଇଗଲା କଏଦୀ । ସାଢେ ୩ ଘଣ୍ଟା ପରେ ଧରାପଡିଲା । ଅଧିକ ପଢନ୍ତୁ

ନବରଙ୍ଗପୁର ଉପକାରଗାରରୁ କଏଦୀ ଫେରାର୍
ନବରଙ୍ଗପୁର ଉପକାରଗାରରୁ କଏଦୀ ଫେରାର୍
author img

By

Published : Apr 12, 2023, 12:37 PM IST

ଜେଲରୁ ଚମ୍ପଟ ମାରିଲା କଏଦୀ

ନବରଙ୍ଗପୁର: ଜେଲରୁ ଚମ୍ପଟ ମାରିଲା କଏଦୀ । କୋର୍ଟରୁ ଫେରିବା ବେଳେ ପୋଲିସକୁ ଚକମା ଦେଇ ଜେଲ୍ ଗେଟ୍ ସାମ୍ନାରୁ ହୋଇଗଲା ଫେରାର୍ । ନବରଙ୍ଗପୁର ଉପକାରଗାରରୁ ଏହି କଏଦୀ ଫେରାର୍ ହୋଇଯାଇଥିବା ଜଣାପଡିଛି । ଫେରାର କଏଦୀ ନାମ ଲୁକୁ ଭୂମିଆ । ଗତ ମାର୍ଚ୍ଚ ୧୭ ତାରିଖରେ ଏକ ଡକାୟତି ମାମଲାରେ ସେ ଗିରଫ ହୋଇଥିଲା । ଲୁକୁ ଜଣେ ପେଷାଦାର ଅପରାଧୀ । ତା' ନାଁରେ ଲୁଟ, ଡକାୟତି ଭଳି ଅନେକ ସଙ୍ଗୀନ ଅଭିଯୋଗ ରହିଛି ।

ମିଳିଥିବା ସୂଚନା ଅନୁସାରେ, ଖାତିଗୁଡା ଥାନା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଘରେ ପଶି ୬ ଜଣ ଡକାୟତ ମାରଣାସ୍ତ୍ର ଦେଖାଇ ନଗଦ ୨ ଲକ୍ଷ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି କରି ଧରା ପଡିଥିଲେ । ଏହି ମାମଲାରେ ସମ୍ପୃକ୍ତି ଥିବା ନେଇ ଗତ ୧୭ ତାରିଖରେ ଲୁକୁ ଭୂମିଆକୁ ପୋଲିସ ଗିରଫ କରିଥିଲା । ମଙ୍ଗଳବାର ଦିନ କୋର୍ଟ ଭ୍ୟାନରେ ଅଭିଯୁକ୍ତ ଲୁକୁକୁ କୋର୍ଟରେ ହାଜର କରିଥିଲା ପୋଲିସ । ହେଲେ କୋର୍ଟରୁ ଉପକାରଗାରକୁ ଫେରିବା ବେଳେ ପୋଲିସକୁ ଚକମା ଦେଇ ଜେଲ୍ ଗେଟରୁ ଚମ୍ପଟ ମାରିଥିଲା ଲୁକୁ । ଦାୟିତ୍ୱରେ ଥିବା ପୋଲିସ ତାକୁ ଧରିବାକୁ ପଛରେ ଦୌଡିଥିଲେ । ହେଲେ ସେ ଖସି ଯିବାରେ ସଫଳ ହେଇଥିଲା ।

ଏହାମଧ୍ୟ ପଢନ୍ତୁ: ଜିଲ୍ଲାବାସୀଙ୍କ ସ୍ବପ୍ନ ହେଲା ପୂରଣ, କଳାହାଣ୍ଡି ମେଡ଼ିକାଲ କଲେଜକୁ ମିଳିଲା ଅନୁମୋଦନ

ନବରଙ୍ଗପୁର ଉପକାରଗାର ଫାଟକ ସାମ୍ନାରେ ଏକ କଲଭର୍ଟ ତିଆରି ଚାଲିଛି । ସେଥିଯୋଗୁଁ କୋର୍ଟ ଭ୍ୟାନ ଫାଟକ ଭିତରକୁ ପଶି ପାରି ନଥିଲା । ଏହାର ସୁଯୋଗ ନେଇ ଲୁକୁ ଚମ୍ପଟ ମାରିଥିବା ସୂଚନା ଦେଉଛନ୍ତି ଜେଲ୍ କର୍ତ୍ତୃପକ୍ଷ । ଅଭିଯୁକ୍ତକୁ ଧରିବାକୁ ପୋଲିସ ଚାରିଆଡେ ଖୋଜାଖୋଜି କରିଥିଲା । ଶେଷରେ ନିକଟସ୍ଥ ଜୋମାଲ କୋଲେନିର ଏକ ଜଙ୍ଗଲିଆ ବୁଦା ଭିତରେ ଲୁଚି ଥିବାବେଳେ ଲୁକୁ ଧରା ପଡିଥିଲା । ସାଢେ ୩ ଘଣ୍ଟା ପରେ ପୋଲିସ ତାକୁ ଧରିବାରେ ସଫଳ ହୋଇଥିଲା । ଏନେଇ ଚମ୍ପଟ କଏଦୀ ବିରୋଧରେ ଆଉ ଗୋଟିଏ ମାମଲା ରୁଜୁ କରିଛି ନବରଙ୍ଗପୁର ପୋଲିସ । ଲୁକୁ ଜଣେ ପେଷାଦାର ଅପରାଧୀ ହୋଇଥିବାବେଳେ ତା' ବିରୋଧରେ ଅନେକ ଲୁଟତରାଜ, ଡକାୟତି ଅଭିଯୋଗ ରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଏହାମଧ୍ୟ ପଢନ୍ତୁ: ସଂଘର୍ଷରୁ ସଫଳତା: ଦିନ ମଜୁରିଆରୁ କନେଷ୍ଟବଳ ହେଲେ ଆଦିବାସୀ ଯୁବକ ବିପ୍ର

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.