ETV Bharat / state

ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲା ଉମରକୋଟ ବିକାଶ ପରିଷଦ - ଉମରକୋଟ ବ୍ଳକରେ ଲାଗି ରହିଛି ବିଭିନ୍ନ ସମସ୍ୟା

ଉମରକୋଟ ବ୍ଳକରେ ଲାଗି ରହିଛି ବିଭିନ୍ନ ସମସ୍ୟା । ଏହାର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲା ଉମରକୋଟ ବିକାଶ ପରିଷଦ। ଅଧିକ ପଢନ୍ତୁ

Umerkot bikash parisada
Umerkot bikash parisada
author img

By ETV Bharat Odisha Team

Published : Oct 27, 2023, 12:26 PM IST

Updated : Oct 27, 2023, 2:15 PM IST

Umerkot bikash parisada

ନବରଙ୍ଗପୁର: ଉମରକୋଟରେ ଲାଗି ରହିଥିବା ସମସ୍ୟାକୁ ଦୂର କରିବାକୁ ଗଠନ ହୋଇଛି ଉମରକୋଟ ବିକାଶ ପରିଷଦ । ବିଭିନ୍ନ ବିକାଶ କାର୍ଯ୍ୟ ହାତକୁ ନିଆଯାଇ ଜିଲ୍ଲାପାଳଙ୍କୁ ଏକ ପାଞ୍ଚ ଦଫା ଦାବିପତ୍ର ସଂଗଠନ ତରଫରୁ ପ୍ରଦାନ କରାଯାଇଛି । ଦୀର୍ଘ ପଚାଶ ବର୍ଷ ହେଲା ଉମରକୋଟ ଅଞ୍ଚଳର ଭୂ-ବନ୍ଦୋବସ୍ତ ହୋଇ ନାହିଁ, ଯାହା ବିଭିନ୍ନ ସମସ୍ୟା ସୃଷ୍ଟି କରୁଛି, ଉମରକୋଟକୁ ଉପ ଖଣ୍ଡର ମାନ୍ୟତା, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଉପ ଖଣ୍ଡ ସ୍ତରୀୟ ସ୍ବାସ୍ଥ୍ୟ କେନ୍ଦ୍ରର ମାନ୍ୟତା, ଉମରକୋଟ ଠାରେ ରକ୍ତ ଭଣ୍ଡାରର ପ୍ରତିଷ୍ଠା ଓ ବଢୁଥିବା ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ବାଇପାସ ରାସ୍ତାର ନିର୍ମାଣ ପାଇଁ ଦାବି ହୋଇଛି । ଅଧିକାଂଶ ଦାବି ଶେଷ ପର୍ଯ୍ୟାୟରେ ଅଛି ନଭେମ୍ବର ମାସ ସୁଦ୍ଧା ପୂରଣ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ବିକାଶ ହୋଇଛି ବିଫଳ, ରାସ୍ତା ନିର୍ମାଣ ପାଇଁ ରାସ୍ତାରୋକ

ପ୍ରଥମେ ଜିଲ୍ଲାପାଳ ନିକଟରେ ଦାବିପତ୍ର ଦିଆଯାଇଥିବା ବେଳେ ପରେ ରାଜ୍ୟ ସ୍ତରରେ ଦାବି ଉପସ୍ଥାପନା କରାଯିବ । ସାଂସଦ ରମେଶ ଚନ୍ଦ୍ର ମାଝୀ ସମସ୍ୟା ସମ୍ପର୍କରେ 5T ଅଧ୍ୟକ୍ଷଙ୍କ ସହ ଆଲୋଚନା କରିବେ, ବିଧାୟକ ଆଗରୁ ଏହି ସମସ୍ୟା ସମ୍ପର୍କରେ ବିଧାନସଭାରେ ଉପସ୍ଥାପନା କରିଥିଲେ । ଆଗକୁ ମଧ୍ୟ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଉମରକୋଟର ବିକାଶ ସକାଶେ ଦୁଇ ଗୋଟି କମିଟି ଗଠନ କରାଗଲା, ମୁଖ୍ୟ କମିଟିର ସଭାପତି ବରିଷ୍ଠ ଆଇନଜୀବୀ ଜୟଦେବ ପରିଡ଼ା, ଉପଦେଷ୍ଟା ଭାବେ ସାଂସଦ ରମେଶ ଚନ୍ଦ୍ର ମାଝୀ, ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ବରିଷ୍ଠ ଶିକ୍ଷାବିତ୍ ଉମେଶ ଚନ୍ଦ୍ର ଭୁକ୍ତା, ସୁରେନ୍ଦ୍ର ନାଥ ଦାସ, ବିଘ୍ନରାଜ ସନ୍ତ୍ରା, ତପନ ପାଲ , ଉପ ସଭାପତି ରମେଶ ଚନ୍ଦ୍ର ସାହୁ, ସାଧାରଣ ସମ୍ପାଦକ ଝାଡେଶ୍ୱର୍ ମହାନ୍ତି, ସମ୍ପାଦକ ତପନ ଦେବନାଥ, ଶ୍ରୀନିବାସ ପଟ୍ଟନାୟକ, ସୁରେଶ ଆଚାର୍ଯ୍ୟ ଓ କୋଷାଧ୍ୟକ୍ଷ ଦ୍ବାରିକା ନାଥ ପାଣିଗ୍ରାହୀ।

ଏହା ମଧ୍ୟ ପଢନ୍ତୁ-ଘୋଡାଡିଆଁ ଗାଁରେ ଅପହଞ୍ଚ ବିକାଶ, କେବେ ଦୂର ହେବ ଆଦିବାସୀଙ୍କ ଦୁଃଖ?

ଅନ୍ୟ ଏକ କମିଟି ଗଠନ କରାଯାଇଛି, ଯେଉଁ କମିଟି ବିଭିନ୍ନ ସମସ୍ୟାକୁ ମୂଳ କମିଟି ନିକଟରେ ଉପସ୍ଥାପନା କରିବେ । ଏହି କମିଟିରେ ବ୍ଲକ ଅଧ୍ୟକ୍ଷ, ପୌରାଞ୍ଚଳ ଅଧକ୍ଷ ଏବଂ 13 ଜଣ ସଦସ୍ୟ ରହିଛନ୍ତି । ସରକାର ଯଦି ସମସ୍ୟା ଉପରେ ଦୃଷ୍ଟି ନ ଦିଅନ୍ତି ତେବେ ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ ବୋଲି ବିଜେପି ବିଧାୟକ ନିତ୍ୟାନନ୍ଦ ଗଣ୍ଡ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ନବରଙ୍ଗପୁର

Last Updated : Oct 27, 2023, 2:15 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.