ନବରଙ୍ଗପୁର: ଜିଲ୍ଲାର ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ରାଇଘର ବ୍ଲକ ମାରାଥନ୍ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର (୨୮ଲକ୍ଷ ଟଙ୍କାର) ଭିତ୍ତିପ୍ରସ୍ତର ସ୍ଥାପନା କରିଛନ୍ତି ।
ରାଇଘର ଖୁଟୁଗାଁ ଗାୟତ୍ରୀ ମନ୍ଦିର ଚେତନା କେନ୍ଦ୍ର ପାଇଁ ୫ଲକ୍ଷ ଟଙ୍କା, ହାଟଭରଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଠାରେ ୩ଲକ୍ଷ ଟଙ୍କା, ଖାଲେପାରା କଂକ୍ରିଟ ରାସ୍ତା ପାଇଁ ୩ ଲକ୍ଷ ଟଙ୍କା, ହାଟମହଲି ରଙ୍ଗମଞ୍ଚ ନିର୍ମାଣ ନିମନ୍ତେ ୨ ଲକ୍ଷ ଟଙ୍କା, ସନାରପାରା ହନୁମାନ ମନ୍ଦିର ନିର୍ମାଣ ନିମନ୍ତେ ୨ ଲକ୍ଷ ଟଙ୍କା, ରାବନାଗୁଡା ଗାୟତ୍ରୀ ମନ୍ଦିର ନିର୍ମାଣ ନିମନ୍ତେ ୫ ଲକ୍ଷ ଟଙ୍କା, ହାଟଭରଣ୍ଡି କ୍ଷତ୍ରିୟ ଗଣ୍ଡ ସମାଜ ଭବନ ନିର୍ମାଣ ନିମନ୍ତେ ୩ ଲକ୍ଷ ଟଙ୍କା, ଝଟିଆରପାରା ରାମଚରିତ ମାନସ ପିଣ୍ଡି ନିମନ୍ତେ ୩ ଲକ୍ଷ ଟଙ୍କା, ଧୁଙ୍ଗିଆ ଡିହି କମ୍ୟୁନିଟି ସେଣ୍ଟର ନିର୍ମାଣ ନିମନ୍ତେ ୨ ଲକ୍ଷ ଟଙ୍କାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ