ETV Bharat / state

ଗାଁରେ ବୁଲୁଛି ମା’ ସହ ୨ ଛୁଆ ଭାଲୁ, ଭିଡିଓ ଭାଇରାଲ - ଆମ୍ବ ବଗିଚାରେ ମାଆ ଭାଲୁ ସହ ୨ ଛୁଆ ଭାଲୁ

ଦୁଇ ଛୁଆ ଭାଲୁକୁ ଧରି ଗାଁ ଭିତରେ ବୁଲୁଛି ମା ଭାଲୁ । ମା ଭାଲୁ ସହ ଛୁଆ ଭାଲୁର ଏ ଭିଡିଓ ସୋସିଆଲ ମଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ

Bear In Nabarangpur :ଆମ୍ବ ବଗିଚାରେ ମାଆ ଭାଲୁ ସହ ୨ ଛୁଆ ଭାଲୁ, ଭାଇରାଲ ହେଲା ଭିଡିଓ

author img

By

Published : Mar 11, 2022, 3:40 PM IST

ନବରଙ୍ଗପୁର: ଦୁଇ ଛୁଆ ଭାଲୁକୁ ଧରି ଗାଁ ଭିତରେ ବୁଲୁଛି ମା ଭାଲୁ । ନବରଙ୍ଗପୁର ଜିଲ୍ଲାରେ ଆତଙ୍କ ଖେଳାଇଛି ଏ ବନ୍ୟଜନ୍ତୁ । ଆଉ ମା’ ଭାଲୁ ସହ ଛୁଆ ଭାଲୁର ଏ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

Bear In Nabarangpur :ଆମ୍ବ ବଗିଚାରେ ମାଆ ଭାଲୁ ସହ ୨ ଛୁଆ ଭାଲୁ, ଭାଇରାଲ ହେଲା ଭିଡିଓ

ଗତ କିଛି ଦିନ ଧରି ଗୋଟିଏ ମାଇ ଭାଲୁ ତାହାର ଦୁଇ ଛୁଆଙ୍କୁ ଧରି ନନ୍ଦାହାଣ୍ଡି ବ୍ଲକର ସିନ୍ଧିଗୁଡା ଓ ନିକଟସ୍ଥ ଗାଁରେ ବୁଲୁଛି । ଭାଲୁଟି ଦୁଇ ଛୁଆ ସହ ସିନ୍ଧିଗୁଡା ଗାଁର ଜଗନ୍ନାଥ ପାତ୍ରଙ୍କ ଆମ୍ବ ବଗିଚାରେ ପଶିଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ସୁଦ୍ଧା ଭାଲୁଟି କାହାର କିଛି କ୍ଷତି କରି ନ ଥିଲେ ମଧ୍ୟ ଆତଙ୍କିତ ଅବସ୍ଥାରେ ରହିଛନ୍ତି ଲୋକେ ।

ଏହାବି ପଢନ୍ତୁ : ଡବଲ ଇଞ୍ଜିନ ସରକାରରେ ଲୋକେ ଅଧିକ ଉପକୃତ ହେଉଛନ୍ତି: ସମୀର ମହାନ୍ତି

ଜଙ୍ଗଲ କ୍ଷୟ ହେଉ ଥିବାରୁ ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହେଉଛନ୍ତି ଭାଲୁ । ବିଗତ କିଛି ଦିନ ତଳେ ନନ୍ଦାହାଣ୍ଡି ବ୍ଲକର ଖୁଣ୍ଟିଆ ଛକର ଗୋଟିଏ କଲଭର୍ଟ ତଳେ ଗୋଟେ ଭାଲୁ ଛୁଆକୁ ଉଦ୍ଧାର କରିଥିଲା ବନ ବିଭାଗ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.