ETV Bharat / state

ଫୋକସରେ ଆଦିବାସୀ ସମ୍ପ୍ରଦାୟ, ସଂସ୍କୃତି ବଖାଣିବ ନବରଙ୍ଗପୁର ସଂସ୍କୃତି ଭବନ

author img

By

Published : Jun 18, 2023, 8:27 PM IST

ନବରଙ୍ଗପୁର ଜିଲ୍ଲାର ଆଦିବାସୀ ଜନଜାତିଙ୍କ ସଂସ୍କୃତି ଓ ଭିତ୍ତିଭୂମିର ବିକାଶ ନିମନ୍ତେ ରାଜ୍ୟ ସରକାର ୧୬ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଏହି ପରିପ୍ରେକ୍ଷୀରେ ସଦର ମହକୁମାଠାରେ ଆଦିବାସୀ ସଂସ୍କୃତି ଭବନର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଅଧିକ ପଢ଼ନ୍ତୁ

lays foundation stone of cultural bhawan in nabarangpur
ନବରଙ୍ଗପୁରରେ ଆଦିବାସୀ ସଂସ୍କୃତି ଭବନ ଭିତ୍ତିପ୍ରସ୍ତର ସ୍ଥାପନ

ନବରଙ୍ଗପୁର: ଆଦିବାସୀ ସମ୍ପ୍ରଦାୟଙ୍କୁ ରାଜ୍ୟ ସରକାରଙ୍କ ଭେଟି । ଆଦିବାସୀ ଜନଜାତିଙ୍କ ସଂସ୍କୃତି ଓ ଭିତ୍ତିଭୂମିର ବିକାଶ ନିମନ୍ତେ ରାଜ୍ୟ ସରକାର ୧୬ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ରାଜ୍ୟ ସ୍ବତନ୍ତ୍ର ଉନ୍ନୟନ ପରିଷଦ (SDC) ପକ୍ଷରୁ ନବରଙ୍ଗପୁର ଜିଲ୍ଲାର ସଦର ମହକୁମାଠାରେ ଆଦିବାସୀ ସଂସ୍କୃତି ଭବନ ନିର୍ମାଣ ପାଇଁ ୫ କୋଟି ଟଙ୍କା ମଞ୍ଜୁର ହୋଇଛି । ସେହିପରି ୯ଟି ଜିଲ୍ଲାରେ ସଂସ୍କୃତି ଭବନ ନିମନ୍ତେ ୩୦ ଲକ୍ଷ ଲେଖାଏଁ ସରକାର ମଞ୍ଜୁର କରିଛନ୍ତି । ପ୍ରତ୍ୟେକ ବ୍ଲକରେ ଆଦିବାସୀ ସଂଗ୍ରହାଳୟ ତିଆରି ଲାଗି ୧୩ ଗୋଟି ଜନଜାତି ପାଇଁ ୭ କୋଟି ୭୦ ଲକ୍ଷ ଟଙ୍କା ସ୍ବତନ୍ତ୍ର ଭାବେ ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ SDC ଉପଦେଷ୍ଟା ପ୍ରଦୀପ ମାଝୀ ଏବଂ ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗଦେଇ ସଂସ୍କୃତି ଭବନର ଭିତ୍ତି ପ୍ରସ୍ତର ସ୍ଥାପନା କରିଛନ୍ତି ।

ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାର ୧୩ଟି ଆଦିବାସୀ ସମ୍ପ୍ରଦାୟର ପ୍ରାୟ ହଜାରରୁ ଊର୍ଦ୍ଧ୍ବ ପ୍ରତିନିଧି ଯୋଗ ଦେଇଥିଲେ । ଏହି ଅବସରରେ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ପାରମ୍ପରିକ ପୋଷାକ ପରିଧାନ କରି ନାଚଗୀତ କରି ଜିଲ୍ଲାରେ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ସ୍ବତନ୍ତ୍ର ଉନ୍ନନୟ ପରିଷଦର ରାଜ୍ୟ ଉପଦେଷ୍ଟା ପ୍ରଦୀପ ମାଝୀ ଚାମୁଆରିଆଗୁଡ଼ା ଛକ ଠାରେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ସ୍ଥାନୀୟ ସର୍କିଟ ହାଉସ ସମ୍ମୁଖ ପଡିଆରେ ପହଞ୍ଚି ଥିଲେ । ସେଠାରେ ସଂସ୍କୃତି ଭବନର ଭୂମି ପୂଜନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏଥିସହ ସାଧାରଣ ସଭାକୁ ଉଦବୋଧନ ଦେଇଥିଲେ ।

ଏନେଇ SDC ଉପଦେଷ୍ଟା ପ୍ରଦୀପ ମାଝୀ କହିଛନ୍ତି, "ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରି ରାଜ୍ୟ ସରକାର ଆଦିବାସୀଙ୍କୁ ଏକ ନୂଆ ପରିଚୟ ଦେଇଛନ୍ତି । ସେମାନଙ୍କ ବିକାଶ ଲାଗି ରାଜ୍ୟ ସରକାର ଅନେକ ଲୋକପ୍ରିୟ ଯୋଜନା ପ୍ରଣୟନ କରିଛନ୍ତି । ଆଦିବାସୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ସରକାର କ୍ରମାଗତ ଭାବେ ଉଦ୍ୟମ ଜାରି ରଖିଛନ୍ତି । ଯାହା ଫଳରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ଆଜି ଆୟୋଜିତ ଆଦିବାସୀ ଗୌରବ ସମାବେଶରେ ହଜାର ହଜାର ଲୋକେ ଯୋଗ ଦେଇଛନ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।"

ଆଉ ୧୪ଟି ସ୍ବତନ୍ତ୍ର ଉନ୍ନୟନ ପରିଷଦ ସୃଷ୍ଟି

ଜନଜାତି କଳା, ସଂସ୍କୃତି ଓ ସାହିତ୍ୟର ସଂରକ୍ଷଣ ପାଇଁ ୨୦୧୭-୧୮ରୁ ଗଠିତ ହୋଇଥିବା ସ୍ବତନ୍ତ୍ର ଉନ୍ନୟନ ପରିଷଦ ସଂଖ୍ୟା ୯ରୁ ୨୩କୁ ବୃଦ୍ଧି ପାଇଛି । ରାଜ୍ୟ ସରକାରଙ୍କ ଦ୍ବାରା ଆଉ ୧୪ଟି ସ୍ବତନ୍ତ୍ର ଉନ୍ନୟନ ପରିଷଦ ସୃଷ୍ଟି କରାଯାଇଛି । ଏହି ନୂତନ ଜିଲ୍ଲା ଗୁଡିକ ହେଉଛି ଅନୁଗୋଳ, ବଲାଙ୍ଗୀର, ବାଲେଶ୍ଵର, ବରଗଡ଼, ବୌଦ୍ଧ, ଦେବଗଡ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା, ନୟାଗଡ଼ ଓ ସମ୍ବଲପୁର । ପୂର୍ବରୁ ୯ଟି ଜିଲ୍ଲାର ୧୧୭ଟି ବ୍ଲକରେ କାର୍ଯ୍ୟକାରୀ ହେଉଥିଲା । ଏଥିରେ ୬୪ ଲକ୍ଷ ଲୋକ ସାମିଲ ହୋଇଛନ୍ତି । ଏବେ ଏହା ୨୩ଟି ଜିଲ୍ଲାର ୧୭୨ଟି ବ୍ଲକରେ ଏହା କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏଥିପାଇଁ ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୨୨୩ କୋଟି ଟଙ୍କା ଖର୍ଚ୍ଚ କରିବେ ।

ଆଦିବାସୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ସରକାରଙ୍କ ପଦକ୍ଷେପ
୨୦୧୭ରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ ଦ୍ଵାରା ଜନଜାତି ବର୍ଗର ଅନନ୍ୟ ସଂସ୍କୃତିର ସୁରକ୍ଷା ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଏକମାତ୍ର ରାଜ୍ୟ ଭାବେ ପଦକ୍ଷେପ ନେଇଥିଲା । ଏଥିରେ ଜନଜାତି ଲୋକଙ୍କ ପବିତ୍ର ବୃକ୍ଷର ସଂରକ୍ଷଣ, ସଂସ୍କୃତି କ୍ଲବ ଗଠନ, ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ, ଆଦି ଅନେକ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ବର୍ତ୍ତମାନ ସୁଦ୍ଧା, ଏହି କାର୍ଯ୍ୟକ୍ରମରେ ୬୦ ହଜାରରୁ ଅଧକ ପ୍ରକଳ୍ପର କର୍ଯ୍ୟାନ୍ୱୟନ ହୋଇସାରିଛି । ୪୫୯୯ ଚିହ୍ନିତ ପବିତ୍ର ବୃକ୍ଷ ମଧ୍ୟରୁ ୪୪୯୬ଟି ବୃକ୍ଷର ସଂରକ୍ଷଣ କରାଯାଇସାରିଛି । ୧୫୯୨ଟି କ୍ଲବ ଗଠନ କରାଯାଇଛି । ୨୧ଟି ଭାଷାରେ ଜନଜାତି bilingual dictionary ଓ trilingual proficiency module ପ୍ରସ୍ତୁତ କରାଯାଇ ୩୦ଟି ଜିଲ୍ଲାରେ ବଣ୍ଟନ କରାଯାଇଛି । ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଆଦିବାସୀମାନଙ୍କ ପାଇଁ ବିକାଶର ଏକ ନୂଆ ଧାରା ସୃଷ୍ଟି କରିବ । ଏହି ପରିଷଦ ସବୁ ଆଦିବାସୀ ଗୋଷ୍ଠୀ ମଧ୍ୟରେ ସମ୍ପର୍କର ସେତୁ ହୋଇ ରହିବ ବୋଲି ଆଶା ପ୍ରକାଶ କରାଯାଉଛି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.