ETV Bharat / state

ନବରଙ୍ଗପୁରରେ ଆଦିବାସୀ ଗୌରବ ସମାବେଶ

author img

By

Published : Jun 18, 2023, 2:06 PM IST

Updated : Jun 18, 2023, 2:33 PM IST

ନବରଙ୍ଗପୁରରେ ଆଦିବାସୀ ଗୌରବ ସମାବେଶ ଅନୁଷ୍ଠିତ । ସାମିଲ ହେଲେ ଅନୁସୂଚିତ ଜାତି ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା । ଅଧିକ ପଢନ୍ତୁ

ନବରଙ୍ଗପୁରରେ ଆଦିବାସୀ ଗୌରବ ସମାବେଶ
ନବରଙ୍ଗପୁରରେ ଆଦିବାସୀ ଗୌରବ ସମାବେଶ
ନବରଙ୍ଗପୁରରେ ଆଦିବାସୀ ଗୌରବ ସମାବେଶ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ(SDC) ପକ୍ଷରୁ ଆଜି ଆଦିବାସୀ ଗୌରବ ସମାବେଶ ଅନୁଷ୍ଠିତ ହୋଇଛି । ଏଥିରେ ୧୩ ଗୋଟି ଆଦିବାସୀ ସମ୍ପ୍ରଦାୟର ପ୍ରତିନିଧିମାନେ ଯୋଗ ଦେଇଛନ୍ତି । SDC ଉପଦେଷ୍ଟା ପ୍ରଦୀପ ମାଝୀଙ୍କ ସହିତ ଅନୁସୂଚିତ ଜାତି ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା ମଧ୍ୟ ସମାବେଶରେ ସାମିଲ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଦିବାସୀଙ୍କ ପାରମ୍ପରିକ ନୃତ୍ୟ ଓ ବାଦ୍ୟର ତାଳେ ତାଳେ ନବରଙ୍ଗପୁର ଚାଉରିଆଗୁଡା ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରିଛି । ମନ୍ତ୍ରୀ ସାରକା ଆଜି ଜିଲ୍ଲାରେ ୧୬ କୋଟି ୫୦ ଲକ୍ଷ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।

ଏହି ଅବସରରେ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ସ୍ତରରେ ଆଦିବାସୀଙ୍କ ଉନ୍ନତି ଓ ବିକାଶ ପାଇଁ ଅହରହ ଚେଷ୍ଟା କରୁଛନ୍ତି । ଜନଜାତି ସଂସ୍କୃତିର ସଂରକ୍ଷଣ ଓ ପ୍ରସାର ପାଇଁ ନାନା ପଦକ୍ଷେପ ଗ୍ରହଣ କରିଛନ୍ତି । ନିକଟରେ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦରେ ଆଉ ୧୪ଟି ଜିଲ୍ଲାକୁ ସାମିଲ କରିଥିଲେ । ପୂର୍ବରୁ ୯ ଗୋଟି ଜିଲ୍ଲା SDCରେ ଥିବାବେଳେ ତାହା ୨୩କୁ ବୃଦ୍ଧି ପାଇଛି । ଆଦିବାସୀଙ୍କ ବିକାଶ ଲାଗି ମୁଖ୍ୟମନ୍ତ୍ରୀଙ୍କ ଏଭଳି ପଦକ୍ଷେପ ପାଇଁ ଧନ୍ୟବାଦ ଜଣାଇଛନ୍ତି ମନ୍ତ୍ରୀ ।

SDC ଉପଦେଷ୍ଟା ପ୍ରଦୀପ ମାଝୀ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇ କହିଛନ୍ତି, ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ମାଧ୍ୟମରେ ଜନଜାତି ସଂସ୍କୃତି ଓ ପ୍ରଗତି ପାଇଁ ସହାୟତାର ହାତ ବଢାଉଛନ୍ତି । ଗତମାସ ୧୪ ତାରିଖରେ ୧୪ ଜିଲ୍ଲାକୁ SDCରେ ସାମିଲ କରି ଆଦିବାସୀମାନଙ୍କୁ ବଡ ଉପହାର ଦେଇଥିଲେ । ନବରଙ୍ଗପୁର ଜିଲ୍ଲାରେ ଆଦିବାସୀଙ୍କ ପାଇଁ ସଂସ୍କୃତି ଭବନ, ଅଡିଟୋରିୟମ, ସଂସ୍କୃତି ମଣ୍ଡପ ପାଇଁ ୭ କୋଟିରୁ ଅଧିକ ଟଙ୍କା ମଞ୍ଜୁର ହୋଇଛି । ଏଥିପାଇଁ ସମସ୍ତେ ଆଜି ଏକଜୁଟ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବାକୁ ଶୋଭାଯାତ୍ରା କରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, ଜନଜାତି କଳା, ସଂସ୍କୃତି ଓ ସାହିତ୍ୟର ସଂରକ୍ଷଣ ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ (SDC) ଗଠନ ହୋଇଥିଲା । ବର୍ତ୍ତମାନ SDC ଜିଲ୍ଲା ସଂଖ୍ୟା ୨୩ରେ ପହଞ୍ଚିଛି । ନିକଟରେ SDCରେ ସାମିଲ ହୋଇଥିବା ଜିଲ୍ଲା ଗୁଡିକ ହେଉଛି, ଅନୁଗୋଳ, ବଲାଙ୍ଗୀର, ବାଲେଶ୍ବର, ବରଗଡ, ବୌଦ୍ଧ, ଦେବଗଡ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡା, କଳାହାଣ୍ଡି, ନୂଆପଡା, ନୟାଗଡ ଓ ସମ୍ବଲପୁର । ମୁଖ୍ୟମନ୍ତ୍ରୀ ନବୀନ ଜନଜାତି ସଂସ୍କୃତିର ସଂରକ୍ଷଣ ଉପରେ ଗୁରୁତ୍ବ ଦେଉଥିବା ଦେଖାଯାଇଛି ।

ଇଟିଭି ଭାରତ, ନବରଙ୍ଗପୁର

Last Updated : Jun 18, 2023, 2:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.