ETV Bharat / state

ନବରଙ୍ଗପୁରରେ ଆଜି  67 କୋରୋନା ପଜିଟିଭ୍ ଚିହ୍ନଟ

ନବରଙ୍ଗପୁର ଜିଲ୍ଲାରୁ ଆଜି(ବୁଧବାର) ପୁଣି 67 ଜଣ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି l ଦିନକୁ ଦିନ ନବରଙ୍ଗପୁର ଜିଲ୍ଲାରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି l

author img

By

Published : Oct 7, 2020, 3:48 PM IST

କୋରୋନା ପଜିଟିଭ୍ ଚିହ୍ନଟ
କୋରୋନା ପଜିଟିଭ୍ ଚିହ୍ନଟ

ନବରଙ୍ଗପୁର: ରାଜ୍ୟରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂକ୍ୟା ବଢିବାରେ ଲାଗିଥିବାବେଳେ ପ୍ରତିଦିନ ସବୁ ଜିଲ୍ଲାରେ ମଧ୍ୟ ସଂକ୍ରମଣ ବଢିବାରେ ଲାଗିଛି । ନବରଙ୍ଗପୁର ଜିଲ୍ଲାରୁ ଆଜି(ବୁଧବାର) ପୁଣି 67 ଜଣ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି l

67 ଜଣ କୋରୋନା ପଜିଟିଭ୍ ଚିହ୍ନଟ
67 ଜଣ କୋରୋନା ପଜିଟିଭ୍ ଚିହ୍ନଟ

ଦିନକୁ ଦିନ ନବରଙ୍ଗପୁର ଜିଲ୍ଲାରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି l ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ନବରଙ୍ଗପୁର ପୌରାଞ୍ଚଳରୁ 22 ଜଣ, ତେନ୍ତୁଳିଖୁଣ୍ଟି ବ୍ଲକରୁ 17 ଜଣ, କୋଷାଗୁମୁଡା ବ୍ଲକରୁ 13 ଜଣ ସର୍ବାଧିକ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ନନ୍ଦାହାଣ୍ଡି ବ୍ଲକରୁ 7 ଜଣ, ଉମରକୋଟ ପୌରାଞ୍ଚଳରୁ ଓ ଉମରକୋଟ ବ୍ଲକରୁ 3 ଜଣ ଲେଖାଏଁ ଏବଂ ଡାବୁଗାଁ ବ୍ଲକରୁ 2 ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି l

ଚିହ୍ନଟ କୋରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 4,185କୁ ବୃଦ୍ଧି ହୋଇଥିବା ବେଳେ ସେଥିମଧ୍ୟରୁ 3,544 ଜଣ ସୁସ୍ଥ ହୋଇଛନ୍ତି l ଏବେ ଜିଲ୍ଲାର 610 ଜଣ ସକ୍ରିୟ ଆକ୍ରାନ୍ତଙ୍କ ମଧ୍ୟରୁ 492 ଜଣ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ 7,1758 ଜଣଙ୍କର କୋରୋନା ପରୀକ୍ଷା କରାଯାଇଥିବା ସୂଚନା ମିଳିଛି l

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.