ETV Bharat / state

ନବରଙ୍ଗପୁରରେ 10 ହଜାର ଟପିଲା ସଂକ୍ରମଣ, ଆଜି 378 ପଜିଟିଭ ଚିହ୍ନଟ

author img

By

Published : May 1, 2021, 6:35 PM IST

ନବରଙ୍ଗପୁରରେ ଗମ୍ଭୀର ସ୍ଥିତି ସୃଷ୍ଟି କଲାଣି କୋରୋନାର ଦ୍ୱିତୀୟ ଲହର । ଜିଲ୍ଲାରେ ଆଜି ଗୋଟିଏ ଦିନରେ 378 ଜଣ ପଜିଟିଭ ଚିହ୍ନଟ ହୋଇ ସମୁଦାୟ ସଂକ୍ରମିତ ସଂଖ୍ୟା 10 ହଜାରକୁ ପାର କରିଛି । ଯାହା ଜିଲ୍ଲାବାସୀଙ୍କୁ ଚକିତ କରିଥିବାବେଳେ ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି । ଅଧିକ ପଢନ୍ତୁ...

 ନବରଙ୍ଗପୁରରେ 10 ହଜାର ଟପିଲା ସଂକ୍ରମଣ, ଆଜି 378 ପଜିଟିଭ ଚିହ୍ନଟ
ନବରଙ୍ଗପୁରରେ 10 ହଜାର ଟପିଲା ସଂକ୍ରମଣ, ଆଜି 378 ପଜିଟିଭ ଚିହ୍ନଟ

ନବରଙ୍ଗପୁର: ଜିଲ୍ଲାରେ ଗମ୍ଭୀର ସ୍ଥିତି ସୃଷ୍ଟି କଲାଣି କୋରୋନାର ଦ୍ୱିତୀୟ ଲହର। ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏବେ ନବରଙ୍ଗପୁର ଜିଲ୍ଲା ରେଡ୍‌ ଜୋନ୍‌ରେ ରହିଛି । ପୂର୍ବରୁ ଦୈନିକ କୋରୋନା ପଜିଟିଭ ସଂଖ୍ୟା 200 ରୁ 250 ଭିତରେ ରହୁଥିଲା ଶନିବାର 378 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରେ ସଂକ୍ରମିତ ସଂଖ୍ୟା ସମୁଦାୟ 10 ହଜାରକୁ ପାର କରିଛି । ଯାହା ଜିଲ୍ଲାବାସୀଙ୍କୁ ଚକିତ କରିଥିବାବେଳେ ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି ।

ଶନିବାର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଉମରକୋଟ ପୌରାଞ୍ଚଳରୁ 78 ଜଣ, ଝରିଗାଁ ବ୍ଲକରୁ 63 ଜଣ, ରାଇଘର ବ୍ଲକରୁ 61 ଜଣ, ଚନ୍ଦାହାଣ୍ଡି ବ୍ଲକରୁ 55 ଜଣ, ପାପଡାହାଣ୍ଡି ବ୍ଲକରୁ 33 ଜଣ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କୋଷାଗୁମୁଡା ବ୍ଲକରୁ 18 ଜଣ, ନବରଙ୍ଗପୁର ପୌରାଞ୍ଚଳରୁ 13 ଜଣ,ଉମରକୋଟ ପୌରାଞ୍ଚଳରୁ 12 ଜଣ, ଡାବୁଗାଁ ବ୍ଲକରୁ 9 ଜଣ, ନନ୍ଦାହାଣ୍ଡି ବ୍ଲକରୁ 5 ଜଣ ଏବଂ ନବରଙ୍ଗପୁର ବ୍ଲକରୁ 2 ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଜିଲ୍ଲାରେ ଆଜି ସୁଦ୍ଧା ସମୁଦାୟ 2 ଲକ୍ଷ 41 ହଜାର 278 ଟି ନମୁନା ଟେଷ୍ଟ କରାଯାଇଥିବାବେଳେ ସେଥିମଧ୍ୟରୁ ସମୁଦାୟ 10 ହଜାର 323 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ସମୁଦାୟ 2 ହଜାର 922 ଟି ସକ୍ରିୟ ମାମଲା ରହିଛି ଏବଂ 2 ହଜାର 825 ଜଣ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.