ETV Bharat / state

ମାଆ ଦୁନିଆ ଛାଡ଼ିବା ପରେ ବାପା ହାତ ଛାଡ଼ିଦେଲା, ବୃଦ୍ଧ ଦମ୍ପତିଙ୍କ ଉପରେ ୩ କୁନି ଭବିଷ୍ୟତ ଦାୟିତ୍ୱ

author img

By

Published : Jul 28, 2023, 6:06 PM IST

ମାଆ ଆରପାରିକୁ ଚାଲି ଯାଇଛି । ବାପା ଆଉ ଥରେ ବିବାହ କରି କେଉଁଆଡେ ଯାଇଛନ୍ତି ତାର ଖବର ନାହିଁ । ଏବେ ଅଜା ଆଈଙ୍କ ଭରସାର ତିନିଜଣ ପିଲା । ନବରଙ୍ଗପୁର ଜିଲ୍ଲାରୁୁ ଏପରି ଏକ ଦୁଃଖଦ ଖବର ଆସିଛି । ଅଧିକ ପଢନ୍ତୁ

children seeking help to survive
ସାହାରା ଖୋଜୁଛନ୍ତି 3 ଭାଇ ଭଉଣୀ
ମାଆ ଦୁନିଆ ଛାଡ଼ିବା ପରେ ବାପା ହାତ ଛାଡ଼ିଦେଲା

ନବରଙ୍ଗପୁର: ଦୁଃଖ ଦେଇଛି ଦଇବ । ମାଆର ପଣତ ସେମାନଙ୍କ ପାଇଁ ସ୍ବପ୍ନ ହୋଇଛି । ଦୁନିଆ କଣ ବୁଝିବା ଆଗରୁ ତିନି ପିଲାଙ୍କୁ ଛାଡି ମାଆ ଆରପାରିକୁ ଚାଲିଯାଇଛି । ବାପା ଥାଇ ବି ନଥିବା ପରି । ଅନ୍ୟ ଜଣଙ୍କୁ ବିବାହ କରି କେଉଁଆଡେ ଚାଲିଯାଇଛନ୍ତି ବାପା । ଏତେ ବଡ଼ ଦୁନିଆର ଲମ୍ବା ରାସ୍ତାରେ କେମିତି ଆଗକୁ ଚାଲିବେ ତାହା ବି କଅଁଳ 3 ଜୀବନକୁ ଜଣାନାହିଁ । ଏବେ ବୃଦ୍ଧା ଅଜା ଆଈ ହିଁ ସେମାନଙ୍କ ଭରସା । ବୟସ ଅପରାହ୍ନରେ 3 ଜଣ ପିଲାଙ୍କୁ ମଣିଷ କରିବାକୁ ସବୁ ଚେଷ୍ଟା କରୁଛନ୍ତି ଅଜା ଆଈ ହେଲେ ତାହା କମ ପଡୁଛି । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ମାଳୀଗୁଡା ପଞ୍ଚାୟତ ଚିଲିଗୁଡା ଗାଁରୁ ଏପରି ଏକ ଦୁଃଖଦ ଖବର ଆସିଛି । ପିଲାଙ୍କ ଭବିଷ୍ୟତ ପାଇଁ ସେମାନଙ୍କ ଥାଇଥାନ ଦାବି କରିଛନ୍ତି ଗ୍ରାମବାସୀ ।

ଚିଲିଗୁଡା ଗ୍ରାମର ଡମୁ ଭତ୍ରା ଓ ବୁଦାଇ ଭତ୍ରାଙ୍କ ଗୋଟିଏ ମାତ୍ର ଝିଅ ନବିନା ଭତ୍ରା । 16 ବର୍ଷ ତଳେ ଦଶମୁଙ୍କୁ ବିବାହ କରିଥିଲେ ନବିତା । ତାଙ୍କର ଭାଇ ନଥିବାରୁ ଦଶମୁ ଘର ଜ୍ବାଇଁ ଭାବେ ରହୁଥିଲେ । 3 ପିଲାଙ୍କୁ ନେଇ ହସ ଖୁସିର ଘର ସଂସାର ଚାଲିଥିଲା । ହେଲେ ଏ ଖୁସିକୁ କାହା ନଜର ଲାଗିଗଲା । ବର୍ଷେ ତଳେ ନବିନାଙ୍କ ଦେହ ଖରାପ ହେବା ଯୋଗୁଁ ମୃତ୍ୟୁ ହୋଇଥିଲା । ଏହାପରେ ଦଶମୂ ଘରେ ତିନି ଛୁଆଙ୍କୁ ଛାଡି ଅନ୍ୟତ୍ର ବିବାହ କରି କେଉଁଆଡେ ଚାଲି ଯାଇଛନ୍ତି । ବୃଦ୍ଧ ଅଜା ଆଈଙ୍କ ପାଖରେ ତିନି ଛୁଆ ଆଶ୍ରୟ ନେଇଛନ୍ତି । ଡମୁ ଓ ବୁଦାଇ ଜମି ବାଡ଼ି ବୋଲି କିଛି ନାହିଁ । ପର ଘରେ ମୂଲ ଲାଗି ନଦୀରୁ ମାଛ ଧରି ବିକ୍ରି କରି ଯାହା ରୋଜଗାର ହୁଏ ସେହିଥିରେ 5 ପ୍ରାଣୀଙ୍କ ପେଟକୁ ଖାଇବା ଯୋଗାଡ ହୁଏ । ତିନି ଛୁଆଙ୍କୁ ଲାଳନପାଳନ କରିବା କଷ୍ଟକର ହୋଇଥିଲେ ସୁଦ୍ଧା ସେ ସମସ୍ତ ପ୍ରୟାସ କରିଛନ୍ତି ହେଲେ ସେମାନଙ୍କ ଅନ୍ତେ ପିଲାଙ୍କର କଣ ହେବ ସେହି ଚିନ୍ତାରେ ରହିଛନ୍ତି ଅଜା ଆଈ ।

ଲାଳନ ପାଳନ ବୋଝ ବୃଦ୍ଧ କାନ୍ଧ ସମ୍ଭାଳି ପାରୁନାହିଁ, ତିନି ଛୁଆଙ୍କୁ ଭଲ ଭାବରେ ଦୁଇ ଓଳି ଖାଇବାକୁ ମଧ୍ୟ ଦେଇ ପାରୁନାହାନ୍ତି । ତିନି ଛୁଆଙ୍କୁ ଲାଳନ ପାଳନ କରିବା କଷ୍ଟକର ହୋଇଥିଲେ ସୁଦ୍ଧା ସେ ସମସ୍ତ ପ୍ରୟାସ କରିଛନ୍ତି ହେଲେ ସେମାନଙ୍କ ଅନ୍ତେ ପିଲାଙ୍କର କଣ ହେବ ସେହି ଚିନ୍ତାରେ ରହିଛନ୍ତି ଅଜା ଆଈ । ବଡ ନାତି ସୁରେଶଙ୍କୁ ବିଞିଗୁଡା ଆଶ୍ରମ ଆବାସିକ ବିଦ୍ୟାଳୟରେ ଛାଡ଼ିଛନ୍ତି । ଦୁଇ ନାତୁଣୀଙ୍କ ମଧ୍ୟରୁ ବଡ଼ ନାତୁଣୀ ମିନି ପ୍ରଥମ ଶ୍ରେଣୀରେ ପଢ଼ୁଥିବା ବେଳେ ସାନ ନାତୁଣୀ ଖିରମନି ଅଙ୍ଗନୱାଡି କେନ୍ଦ୍ର ଯାଉଛି । ଛୁଆଙ୍କ ଭବିଷ୍ୟତ ନେଇ ସେମାନଙ୍କୁ ଥଇଥାନ କରିବା ପାଇଁ ଡମୁ ଓ ଗ୍ରାମବାସୀ ନିବେଦନ କରିଛନ୍ତି ।

ଏହା ବି ପଢନ୍ତୁ...ପଲିଥିନି ଟଣା କୁଡିଆ ସାଜିଛି ସାହାର, ସହାୟତା ଅପେକ୍ଷାରେ ତିନି ଭଉଣୀ

ତିନି ପିଲାଙ୍କ ଦୟନୀୟ ଅବସ୍ଥା ଦେଖି ସ୍ଥାନୀୟ ବାସିନ୍ଦା ଦୁଃଖ ପ୍ରକାଶ କରିବା ସହ ସେମାନଙ୍କ ଭବିଷ୍ୟତ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଥଇଥାନ ବ୍ୟବସ୍ଥା କରିବାକୁ ନିବେଦନ କରିଛନ୍ତି । ଏହି ସମ୍ପର୍କରେ ନନ୍ଦାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷୀରୋଦ ଚନ୍ଦ୍ର ସାହୁଙ୍କ ସହ ଯୋଗାଯୋଗ କରିବାରୁ ତିନି ଛୁଆଙ୍କୁ ସମସ୍ତ ପ୍ରକାରର ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.