ନବରଙ୍ଗପୁର: ସରକାରୀ କୃଷି ଫାର୍ମରୁ ଲକ୍ଷାଧିକ ଟଙ୍କାର ସମ୍ପତି ଚୋରି ଅଭିଯୋଗ ଆଣିଛନ୍ତି ବିଭାଗୀୟ ଅଧିକାରୀ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟରେ।
ଜିଲ୍ଲାର ଉମରକୋଟ କୃଷି ଫାର୍ମରେ ଲକ୍ଷାଧିକ ଟଙ୍କାରେ ପାଚେରୀ ନିର୍ମାଣ କରାଯାଇଥିଲା । କିଛି ଵର୍ଷ ତଳେ ପ୍ରାୟ 2 କିଲୋମିଟର ପର୍ଯ୍ୟନ୍ତ ସିମେଣ୍ଟ ପ୍ଲେଟରେ ତିଆରି ହୋଇଥିଲା । ଫାର୍ମ ଠାରୁ ବହୁତ ଦୂରରେ ପାଚେରୀ ଥିବାରୁ ଏହାର ସୁଯୋଗ ନେଇ ସ୍ଥାନୀୟ ଗ୍ରାମର କିଛି ପରିବାର ସିମେଣ୍ଟ ପ୍ଲେଟ ଗୁଡିକୁ ବହୁତ ଦିନରୁ ଚୋରି କରି ନିଜ ଘର କାର୍ଯ୍ୟରେ ନିୟୋଜିତ କରିଥିଲେ | ସକାଳୁ କୃଷି ଫାର୍ମର ଅଧିକାରୀ ମାନେ କିଛି କୌଣସି ସୂତ୍ରରୁ ପାଇ ସ୍ଥାନୀୟ uv-52 ଗ୍ରାମରେ ଘର ଘର ବୁଲି ଦେଖିଲେ କିଏ ତାଙ୍କ ଘର ସାମ୍ନାରେ ପକେଇଛି ତ ଆଉ କିଏ ଘର ଭିତରେ ଥାକ ତିଆରି କରିଛି । ଯେତେବେଳେ ସମସ୍ତେ ଜାଣିବାରୁ ସିମେଣ୍ଟ ପ୍ଲେଟ ଗୁଡିକୁ ନିଜ ବାଇକରେ ଆଣି କୃଷି ଫାର୍ମ କାର୍ଯ୍ୟାଳୟରେ ରଖିଦେଇ ଚାଲିଯାଇଥିଲେ |
ବିଭାଗୀୟ ଅଧିକାରୀ ଧନୁ ଖୋସଲା କହିବା ଅନୁସାରେ 5ଲକ୍ଷ ଟଙ୍କାରୁ ଉର୍ଦ୍ଧ ଟଙ୍କାର ସରକାରୀ ସମ୍ପତ୍ତି ଚୋରି ହୋଇଥିବା କହିଛନ୍ତି । ଏନେଇ ଥାନାରେ କୌଣସି ଅଭିଯୋଗ କିମ୍ବା ମାମଲା ରୁଜୁ ହୋଇନଥିବା ଜଣାପଡିଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ