ETV Bharat / state

ଦୋକାନୀଙ୍କୁ ମାଡ ମାରି ଟେକିନେଲେ 20ଲିଟର ରିଫାଇନ ତେଲ - Theft from the stor

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଧୀନ ଚିକିଲି ଗ୍ରାମର ଏକ ଦୋକାନରୁ ମଙ୍ଗଳବାର ରାତିରେ ଚୋରି ହୋଇଥିବା ନେଇ ଡାବୁଗାଁ ଥାନାରେ ବୁଧବାର ଅଭିେଯାଗ ହୋଇଛି । ଅଧିକ ପଢନ୍ତୁ...

Theft from the stor in Nabarangpur district
ଦୋକାନୀଙ୍କୁ ମାଡ ମାରି ଟେକିନେଲେ 20ଲିଟର ରିଫାଇନ ତେଲ
author img

By

Published : Jun 10, 2020, 10:38 PM IST

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଧୀନ ଚିକିଲି ଗ୍ରାମର ଏକ ଦୋକାନରୁ ମଙ୍ଗଳବାର ରାତିରେ ଚୋରି ହୋଇଥିବା ନେଇ ଡାବୁଗାଁ ଥାନାରେ ବୁଧବାର ଅଭିଯୋଗ ହୋଇଛି ।

ସୂଚନାମୁତାବକ, ଡାବୁଗାଁ ବ୍ଲକ ଅଧୀନ ଚିକିଲି ଗ୍ରାମର ଅଜୁତ ଗୌଡଙ୍କ ଦୋକାନରୁ ମଙ୍ଗଳବାର ଦିନ ବିଳମ୍ବିତ ରାତ୍ରିରେ ଆଠରୁ ଦଶ ଜଣ ମୁଖାପିନ୍ଧା ଦୁର୍ବୁତ୍ତ ଆସି ଦୋକାନ ଘର କବାଟକୁ ଧକ୍କା ଦେଇ ଖୋଲି ଦୋକାନରେ ଥିବା ୩୦୦୦ ଟଙ୍କା ଓ ୨ କାର୍ଟୁନ(୨୦ ଲିଟର) ରିଫାଇନ ତେଲ ଚୋରି କରି ନେଇଛନ୍ତି । ଏହାସହ ଦୋକାନ ଘର ପାଖ ଘରେ ଶୋଇଥିବା ଅଜୁତଙ୍କ ଭଣଜା ହରି ଗୌଡଙ୍କୁ ମାରପିଟ ମଧ୍ୟ କରିଥିଲେ ।

ଏହି ସମୟରେ, ଗ୍ରାମବାସୀମାନେ ଉଠି ଘଟଣାସ୍ଥଳେରେ ପହଞ୍ଚିବାରୁ ଦୁର୍ବୁତ୍ତମାେନ ସେଠାରୁ ଚାଲି ଯାଇଥିଲେ । ଏନେଇ ବୁଧବାର ସକାଳେ ଅଜୁତ ଗୌଡ ଡାବୁଗାଁ ଥାନାରେ ଏତଲା ଦେଇଥିଲେ ।

ଏହାପରେ ନବରଙ୍ଗପୁର ଅରକ୍ଷୀ ଅଧିକ୍ଷକ ନୀତିନ କୁଶାଲକର, ଉମରେକାଟ ଉପଖଣ୍ଡ ପୋଲିସ ଅଧିକାରୀ ହେମନ୍ତ କୁମାର ପାଢୀ, ଥାନା ଆଇଆଇସି ସୁରେନ୍ଦ୍ର କୁମାର ବେଉରିଆ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ପରେ କୋରାପୁଟରୁ ସାଇଣ୍ଟିଫିକ ଦଳ ପହଞ୍ଚି ତଦନ୍ତ କରିଥିଲେ ।

ଥାନା ସବଇନିସପେକ୍ଟର ଅରୁଣ କୁମାର ପଟ୍ଟନାୟକ ଉକ୍ତ ମାମଲାର ତଦନ୍ତ କରୁଛନ୍ତି । ଏନେଇ ଥାନା କେସ ନଂ 119/960 ର ଏକ ମାମଲା ରୁଜୁ କରାଯାଇଛି ।

ପ୍ରକାଶ ଥାଉ କି, ଗତ ମେ ୨୫ରେ ହଳଦୀଗୁଡା ଗ୍ରାମର ହାେସମ ଖାନଙ୍କ ଘରୁ ୮ ଲକ୍ଷ ୧୫ ହଜାର ଟଙ୍କା ସଶସ୍ତ୍ର ଡକାୟତି ସହ ପରିବାର ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ୧୫ ଦିନ ମଧ୍ୟରେ ଏପରି ସଶସ୍ତ୍ର ଡକାୟତି ବୃଦ୍ଧି ପାଉଥିବାରୁ ଡାବୁଗାଁ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହେବା ସହ ଡାବୁଗାଁ ପୋଲିସ ପ୍ରଶାସନର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ବର୍ତ୍ତମାନ ଲକଡାଉନ ଚାଲିଥିବା ସମୟରେ ଏପରି ବାରମ୍ବାର ଚୋରି ଘଟଣା ଡାବୁଗାଁ ଜନସାଧାରଣଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.