ETV Bharat / state

ଚୋରକୁ ଖୁଣ୍ଟରେ ବାନ୍ଧିଲେ ଗାଁଲୋକେ, ଉଦ୍ଧାର କଲା ପୋଲିସ

author img

By

Published : Jun 21, 2020, 11:40 AM IST

ଚୋରକୁ ଖୁଣ୍ଟରେ ବାନ୍ଧିଲେ ଗାଁ ଲୋକେ। ସମସ୍ତ ଚୋରୀ ସାମଗ୍ରୀ ଜବତ । ଅଭିଯୁକ୍ତକୁ ଉଦ୍ଧାର କଲା ପୋଲିସ । ଅଧିକ ପଢନ୍ତୁ...

The villagers tied the thief to a pole in nabarangpur district
ଚୋରକୁ ନାମପଟା ଦେଲେ ଗାଁଲୋକେ

ନବରଙ୍ଗପୁର : ଚୋରକୁ ଖୁଣ୍ଟରେ ବାନ୍ଧିଲେ ଲୋକେ । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ସିଲାଟି ଗାଁରେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତକୁ ହେପାଜତକୁ ନେଇଛି । ସୂଚନା ଅନୁସାରେ, ସିଲାଟି ଗାଁର ବିଜୟ ସରକାର ତିନି ମାସ ଧରି,ବେନରା, ହୀରାପୁର ଓ ଜାମରଣ୍ଡା ପଞ୍ଚାୟତର ବିଭିନ୍ନ ଦୋକାନରୁ ଚୋରି କରୁଥିଲେ । ଚାରି ଦିନ ତଳେ ଗାଁର ଏକ ମେଡିକାଲ ଷ୍ଟୋରରୁ ଚୋରି କରିଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା । ସିସିଟିଭିରେ ସେହି ଫଟୋକୁ ଆଧାର କରି ଗ୍ରାମବାସୀ ବିଜୟଙ୍କୁ ଖୁଣ୍ଟରେ ବାନ୍ଧିବା ସହ ତାଙ୍କ ଘରୁ ଚୋରୀ ହୋଇଥିବା ସମସ୍ତ ଜିନିଷ ପାଇଥିଲେ ।

ଚୋରକୁ ଖୁଣ୍ଟରେ ବାନ୍ଧିଲେ ଗାଁଲୋକେ

ପରେ,ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଉମରକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବିଜୟଙ୍କୁ ଉଦ୍ଧାର କରିବା ସହ ସମସ୍ତ ଜିନିଷ ଜବତ କରିଛି। ଜବତ ହୋଇଥିବା ସାମଗ୍ରୀର ମୂଲ୍ୟ ପ୍ରାୟ ତିନି ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.