ETV Bharat / state

ନବରଙ୍ଗପୁରରେ କମୁଛି ସଂକ୍ରମିତଙ୍କ ସଂଖ୍ୟା - declining corona In Nabarangpur district

ନବରଙ୍ଗପୁରରେ କମୁଛି ସଂକ୍ରମିତଙ୍କ ସଂଖ୍ୟା । ଆଜି ମାତ୍ର 4 ଜଣ ପଜିଟିଭ୍ ଚିହ୍ନଟ l ମୋଟ ସଂକ୍ରମିତଙ୍କ ସଂଖ୍ୟା 5,700ରେ ପହଞ୍ଚିଛି। ଅଧିକ ପଢନ୍ତୁ...

ନବରଙ୍ଗପୁରରେ କମୁଛି ସଂକ୍ରମିତଙ୍କ ସଂଖ୍ୟା
ନବରଙ୍ଗପୁରରେ କମୁଛି ସଂକ୍ରମିତଙ୍କ ସଂଖ୍ୟା
author img

By

Published : Nov 24, 2020, 4:18 PM IST

ନବରଙ୍ଗପୁର: ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ତଳକୁ ଖସିବାରେ ଲାଗିଛି । ସେହିପରି ନବରଙ୍ଗପୁର ଜିଲ୍ଲାରେ ମଧ୍ଯ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଦିନକୁ ଦିନ ତଳମୁହାଁ ହେବାରେ ଲାଗିଛି। ମଙ୍ଗଳବାର ଜିଲ୍ଲାରେ ମାତ୍ର 4 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ଏହାକୁ ମିଶାଇ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 5, 700ରେ ପହଞ୍ଚିଛି। ସେହିପରି 5, 560 ଜଣ ସୁସ୍ଥ ହୋଇସାରିଲେଣି।

ନବରଙ୍ଗପୁରରେ କମୁଛି ସଂକ୍ରମିତଙ୍କ ସଂଖ୍ୟା
ନବରଙ୍ଗପୁରରେ କମୁଛି ସଂକ୍ରମିତଙ୍କ ସଂଖ୍ୟା

ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ନବରଙ୍ଗପୁର ପୌରାଅଞ୍ଚଳର ଚାଉଁରିଆଗୁଡାରୁ ଜଣେ, ଉମରକୋଟ ବ୍ଲକ ଅନ୍ତର୍ଗତ କୁସୁମଗୁଡା ଓ ବଡକୁମାରୀ ଗ୍ରାମରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ମାଝୀଗୁଡା ଗ୍ରାମରୁ ଜଣେ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି l ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ 1ଲକ୍ଷ 14 ହଜାର 556 ଜଣଙ୍କ ନମୁନା ସଂଗ୍ରହ କରାଯାଇ କୋଭିଡ଼ ପରୀକ୍ଷା କରାଯାଇଥିବା ବେଳେ, ଜିଲ୍ଲାରେ ବର୍ତ୍ତମାନ 95 ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି, ସେଥିମଧ୍ୟରୁ 71 ଜଣ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିବା ସୂଚନା ଦିଆଯାଇଛି l
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଈଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.