ETV Bharat / state

ଦୈନିକ ସଂକ୍ରମଣ ପାଇଁ ଚିନ୍ତାରେ ନବରଙ୍ଗପୁର ପ୍ରଶାସନ, ଆଜି 368 ସଂକ୍ରମିତ

ନବରଙ୍ଗପୁର ଜିଲ୍ଲାରେ ଉପରମୁହାଁ କୋରୋନା । ଦୈନିକ ସଂକ୍ରମଣ ବୃଦ୍ଧି ଜିଲ୍ଲା ପ୍ରଶାସନର ଚିନ୍ତା ବଢାଇଛି । ଅଧିକ ପଢନ୍ତୁ...

author img

By

Published : Apr 30, 2021, 5:30 PM IST

ଦୈନିକ ସଂକ୍ରମଣ ପାଇଁ ଚିନ୍ତାରେ ଜିଲ୍ଲା ପ୍ରଶାସନ

ନବରଙ୍ଗପୁର: ଦିନକୁ ଦିନ କୋରୋନା ସ୍ଥିତି ସଙ୍ଗିନ ହେବାରେ ଲାଗିଛି । ଗତ ତିନି ଦିନ ଭିତରେ ସଂକ୍ରମଣ ହଜାରେ ପାର୍‌ କରିଛି । ଗତ ବୁଧବାର ୨ୟ ଲହରରେ ରେକର୍ଡ ସଂଖ୍ୟକ ସଂକ୍ରମିତ 388 ଚିହ୍ନଟ ହୋଇଥିବା ବେଳେ ଗୁରୁବାର 255 ଜଣ ଏବଂ ଆଜି ଶୁକ୍ରବାର ପୁଣି 368 ଜଣ ସର୍ବାଧିକ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।

ଏଭଳି ଉପରମୁହାଁ କରୋନା ଗ୍ରାଫ୍‌ ପାଇଁ ଚିନ୍ତାରେ ପଡ଼ିଛି ନବରଙ୍ଗପୁର ଜିଲ୍ଲା ପ୍ରଶାସନ । ସଂକ୍ରମଣ ଚେନ୍‌ ଭାଙ୍ଗିବା ପାଇଁ ଜିଲ୍ଲାର ବିଭିନ୍ନ ବ୍ଲକର ପଞ୍ଚାୟତକୁ ସରପଞ୍ଚ ସଟଡାଉନ ଘୋଷଣା କରିଛନ୍ତି l ସେହିପରି ଭାବେ ଉମରକୋଟ ପୌରାଞ୍ଚଳକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଟଡାଉନ ଘୋଷଣା କରାଯାଇଛି ।

ଶୁକ୍ରବାର ଚିହ୍ନଟ ହୋଇଥିବା 368 ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ଉମରକୋଟ ବ୍ଲକରୁ 69, ଚନ୍ଦାହାଣ୍ଡି ବ୍ଲକରୁ 62, ରାଇଘର ବ୍ଲକ 49, ଝରିଗାଁ ବ୍ଲକ୍ 47, କୋଷଗୁମୁଡା ବ୍ଲକ୍ 29, ଉମରକୋଟ ପୌରାଞ୍ଚଳରୁ 26, ନବରଙ୍ଗପୁର ପୌରାଞ୍ଚଳରୁ 24, ପାପଡାହାଣ୍ଡି ବ୍ଲକ 22 ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ତେନ୍ତୁଳିଖୁଣ୍ଟି ବ୍ଲକରୁ 12,ନନ୍ଦାହାଣ୍ଡି 11, ନବରଙ୍ଗପୁର ବ୍ଲକରୁ 9 ଏବଂ ଡାବୁଗାଁ ବ୍ଲକରୁ 8 ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l

ଆଜି ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ସମୁଦାୟ 9956ରେ ପହଞ୍ଚିଛି l ସେଥି ମଧ୍ୟରୁ 7126 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ବେଳେ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ସମୁଦାୟ 2758 ଜଣ ସକ୍ରିୟ ଆକ୍ରାନ୍ତଙ୍କ ମାମଲା ରହିଛି ଏବଂ 2665 ଜଣ ଏକାନ୍ତବାସରେ ରହି ଚିକିତ୍ସିତ ହେଉଛନ୍ତି l ଜିଲ୍ଲାରେ ଆଜି ସୁଦ୍ଧା 2 ଲକ୍ଷ 40 ହଜାର 108 ଜଣଙ୍କର ସ୍ୱାବ ସଂଗ୍ରହ କରାଯାଇ କରୋନା ପରୀକ୍ଷା କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି l

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.