ETV Bharat / state

ଲକଡାଉନ ନିୟମ ଭାଙ୍ଗି ତଣ୍ଡ ଗଣୁଛନ୍ତି ଚନ୍ଦାହାଣ୍ଡି ଜନସାଧାରଣ

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡିର ଜନସାଧାରଣ ସରକାରଙ୍କ ଲକଡାଉନ ନିୟମକୁ ଉଲ୍ଲଂଘନ । ଖିଲାପକାରୀଙ୍କଠାରୁ 200 ଟଙ୍କା ଲେଖାଏଁ ଜୋରିମାନା ଆଦାୟ କରିଛନ୍ତି ଚନ୍ଦାହାଣ୍ଡି ତହସିଲଦାର ଶ୍ରୀ ହୃଦାନନ୍ଦ ସିଂ ମାଝୀ ଓ ଅତିରିକ୍ତ ତହସିଲଦାର ଦେବବ୍ରତ କାରଟି । ଅଧିକ ପଢନ୍ତୁ...

author img

By

Published : Apr 15, 2020, 6:21 PM IST

ଲକଡାଉନ ନିୟମ ଭାଙ୍ଗି ତଣ୍ଡ ଗଣୁଛନ୍ତି ଚନ୍ଦାହାଣ୍ଡି ଜନସାଧାରଣ
ଲକଡାଉନ ନିୟମ ଭାଙ୍ଗି ତଣ୍ଡ ଗଣୁଛନ୍ତି ଚନ୍ଦାହାଣ୍ଡି ଜନସାଧାରଣ

ନବରଙ୍ଗପୁର: କୋରୋନାକୁ ନେଇ ସାରା ଦେଶରେ ଆତଙ୍କ । ରାଜ୍ୟରେ ମଧ୍ୟ ଦିନକୁ ଦିନ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସଂକ୍ରମଣ ରୋକିବା ପାଇଁ ସାରା ରାଜ୍ୟରେ ସାମାଜିକ ଦୂରତା ବଜାୟ ରଖିବାକୁ ଅପିଲ କରାଯିବା ସହ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି । ହେଲେ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡିର ଜନସାଧାରଣ ସରକାରଙ୍କ ନିୟମକୁ ଉଲ୍ଲଂଘନ କରିଥିବା ଦେଖିବାକୁ ମିଳିଛି ।

ଜନସାଧାରଣ ସରକାରଙ୍କ ନିର୍ଦ୍ଦେଶକୁ ବେଖାତିର କରି ବିନା ମାସ୍କରେ ବାହାରେ ବୁଲିବା ସହ ସାମାଜିକ ଦୂରତା ରଖୁ ନଥିବା ଦେଖାଯାଇଛି l ତେବେ ସ୍ଥାନୀୟ ଚନ୍ଦାହାଣ୍ଡି ତହସିଲଦାର ଶ୍ରୀ ହୃଦାନନ୍ଦ ସିଂ ମାଝୀ ଓ ଅତିରିକ୍ତ ତହସିଲଦାର ଦେବବ୍ରତ କାରଟି ଅଞ୍ଚଳରେ ବୁଲି ନିୟମ ଖିଲାପକାରୀଙ୍କଠାରୁ 200 ଟଙ୍କା ଲେଖାଏଁ ଜୋରିମାନା ଆଦାୟ କରିଛନ୍ତି l

ତେବେ ଚନ୍ଦାହାଣ୍ଡିର ବ୍ୟାଙ୍କ ଖାତାଧାରୀ, ବାଇକ ଆରୋହୀଙ୍କଠାରୁ ନିୟମ ଉଲ୍ଲଂଘନ ନେଇ ଜୋରିମାନା ଆଦାୟ ହୋଇଛି । ଏହାସହ ଯେଉଁ କିରାନା ଓ ଔଷଧ ଦୋକାନୀ ସରକାରଙ୍କ ଧାର୍ଯ୍ୟ ସମୟର ଉଲ୍ଲଂଘନ କରି ମନଇଛା ଦୋକାନ ଖୋଲୁଥିଲେ ସେମାନଙ୍କଠାରୁ ମଧ୍ୟ ଦୁଇଶହ ଲେଖାଏଁ ଜୋରିମାନା ଆଦାୟ କରାଯାଇଛି । ତେବେ ସନ୍ଧ୍ୟା ସୁଦ୍ଧା ଅଞ୍ଚଳରେ ଅମାନିଆ ଲୋକଙ୍କଠାରୁ ସର୍ବମୋଟ 3600 ଟଙ୍କା ଜୋରିମାନା ଆଦାୟ ହୋଇଥିବା ଜଣାପଡିଛି ।

ନବରଙ୍ଗପୁରରୁ ତପନ ବିଷୋୟି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.