ETV Bharat / state

ତାତିରୁ ମୁକ୍ତି ଦେଉଛି 10 ଟଙ୍କିଆ ଆଖୁରସ

ନବରଙ୍ଗପୁରରେ ଆଖୁରସ ବିକି ବେଶ ଦୁଇ ପଇସା ପାଉଛନ୍ତି ଆଖୁରସ ବେପାରୀ । ଖରା ଚାରିମାସ ଆଖୁରସ ମିଳୁଥିବାରୁ ଗରିବ ଠାରୁ ଆରମ୍ଭ କରି ଧନୀ ସମସ୍ତେ ଏହାକୁ ଥଣ୍ଡା ପାନୀୟ ଭାବେ ଗ୍ରହଣ କରିଥାନ୍ତି ।

author img

By

Published : May 6, 2019, 8:22 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ଜିଲ୍ଲାରେ ବଢୁଛି ତାପମାତ୍ରା, ଅସ୍ତବ୍ୟସ୍ତ ସାଧାରଣ ଜନଜୀବନ । ପ୍ରବଳ ଖରା ଓ ଗରମକୁ ମୁକାବିଲା କରିବା ଲାଗି କିଏ କେତେ ପ୍ରକାର ବ୍ୟବସ୍ଥା ଓ ପଦକ୍ଷେପ ନେଉଛନ୍ତି । ତେବେ ଗରମ ଦାଉରୁ ରକ୍ଷା ପାଇବା ପାଇଁ ସହରରେ ଏବେ ଆଖୁରସର ଚାହିଦା ବଢ଼ିଛି । ମାତ୍ର 10 ଟଙ୍କାରେ ମିଳୁଛି ଆଖୁରସ ଯାହାକୁ ପିଇ ଆନନ୍ଦିତ ହେଉଛନ୍ତି ସଭିଏଁ । ପିଲା ଠାରୁ ବୁଢ଼ା ସଭିଙ୍କ ପ୍ରଥମ ପସନ୍ଦ ଏବେ ଆଖୁରସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ସହରର ମୁଖ୍ୟ ରାସ୍ତାକଡ ବିଭିନ୍ନ ଛକ ନିକଟରେ ଆଖୁରସ ବିକ୍ରି ହେଉଥିବା ବେଳେ ଏହାର ଢେର ଚାହିଦା ରହିଛି । ଦୋକାନର କୃତ୍ରିମ ମୃଦୁ ପାନୀୟ ଅପେକ୍ଷା ସ୍ୱାସ୍ଥ୍ୟ ଲାଗି ହିତକର ଆଖୁରସ ପିଇବାକୁ ଅଧିକ ପସନ୍ଦ କରୁଛନ୍ତି ସାଧାରଣ ଲୋକେ । ଅନ୍ୟ ଥଣ୍ଡା ପାନୀୟ ଠାରୁ ଖୁବ କମ ଦରରେ ଆଖୁରସ ମିଳୁଥିବାରୁ ଏହାର ମଜା ନେବାକୁ ସମସ୍ତେ ପ୍ରସ୍ତୁତ । ଫେବ୍ରୃଆରୀରୁ ଖରା ଚାରିମାସ ଆଖୁରସ ମିଳୁଥିବାରୁ ଗରିବ ଠାରୁ ଆରମ୍ଭକରି ଧନୀ ଶ୍ରେଣୀ ସମସ୍ତେ ଏହାକୁ ଥଣ୍ଡା ପାନୀୟ ଭାବେ ଗ୍ରହଣ କରିଥାନ୍ତି । ବିଭିନ୍ନ ଗାଁରୁ ଚାଷୀଙ୍କ ଠାରୁ ସଜ ଆଖୁ ଆଣି ପେଡି ବରଫ, ଅଦା, ଲେମ୍ବୁ ଓ ଲୁଣ ପକାଇ ସ୍ଵାଦିଷ୍ଟ କରି ପ୍ରସ୍ତୁତ ହୋଇଥିବା ଆଖୁରସ ବିକ୍ରି କରିଥାନ୍ତି ବେପାରୀ ।

ଆଖୁରସ ବିକି ବେଶ ଦୁଇପଇସା ପାଉଛନ୍ତି ଆଖୁରସ ବେପାରି । 4 ମାସ ଧରି ଆଖୁରସ ବିକିବା ପରେ ଅନ୍ୟକାମ କରିବାକୁ ଗାଁକୁ ଫେରନ୍ତି ଆଖୁରସ ବେପାରୀ । ମାତ୍ର 10 ଟଙ୍କାରେ ଆଖୁରସ ପିଇବା ପରେ ଆତ୍ମସନ୍ତୋଷ ଲାଭ କରି ଆଖୁରସ ବେପାରୀଙ୍କୁ ଧନ୍ୟବାଦ ଦେବାକୁ ଭୁଲି ନାହାନ୍ତି ଲୋକେ ।

ଆଖୁରସ ତ ସବୁଠାରେ ମିଳେ କିନ୍ତୁ ନବରଙ୍ଗପୁର ଜିଲ୍ଲାର ଦେଶୀ ଆଖୁରସର ସ୍ଵାଦ ଟିକେ ଅଲଗା । ଯିଏ ପିଇଛି ସେ ହିଁ ଜାଣିଛି ଏହାର ମଜା ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.