ETV Bharat / state

ଅନଲାଇନ ପରୀକ୍ଷା ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ଅଫଲାଇନ ପରୀକ୍ଷାକୁ ବିରୋଧ କରି ନବରଙ୍ଗପୁର ଜିଲ୍ଲା ମହାବିଦ୍ୟାଳୟ ସମ୍ମୁଖରେ ଛାତ୍ରଛତ୍ରୀଙ୍କ ବିକ୍ଷୋଭ । ଅଧିକ ପଢନ୍ତୁ...

କଲେଜ କର୍ତ୍ତୃପକ୍ଷଙ୍କୁ ଦାବିପତ୍ର
କଲେଜ କର୍ତ୍ତୃପକ୍ଷଙ୍କୁ ଦାବିପତ୍ର
author img

By

Published : Apr 16, 2021, 8:02 AM IST

ନବରଙ୍ଗପୁର: ଅନଲାଇନ ପରୀକ୍ଷା ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ । ନବରଙ୍ଗପୁର ଜିଲ୍ଲା ମହାବିଦ୍ୟାଳୟ ସମ୍ମୁଖରେ ଅନଲାଇନ ପରୀକ୍ଷା ଦାବି କରି ବିକ୍ଷୋଭ ପ୍ରର୍ଦଶନ କରିଛନ୍ତି ଛାତ୍ରଛାତ୍ରୀ ।

ଦେଶରେ ପୁଣି ଅଣାୟତ୍ତ ସ୍ଥିତିରେ ରହିଛି କୋରୋନା । ଦିନକୁ ଦିନ ଭୟାନକ ହେଉଛି ଦ୍ବିତୀୟ ଲହର । କୋରୋନା ସଂକ୍ରମଣକୁ ଦୁଷ୍ଟିରେ ରଖି ଅଫଲାଇନ ପରୀକ୍ଷାକୁ ବିରୋଧ କରିଛନ୍ତି ନବରଙ୍ଗପୁର ମହାବିଦ୍ୟାଳୟର ଛାତ୍ରଛାତ୍ରୀ ।

ଅନଲାଇନ ପରୀକ୍ଷା ଦାବିରେ ଛାତ୍ରଛାତ୍ରୀ

ଅଫଲାଇନ ପରିବର୍ତ୍ତେ ଅନଲାଇନ ପରୀକ୍ଷା କରିବାକୁ ଦାବି କରିଛନ୍ତି ଛାତ୍ରଛତ୍ରୀ । ଏନେଇ କଲେଜ ଆଗରେ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏ ନେଇ କଲେଜ ଅଧକ୍ଷାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଛାତ୍ରଛାତ୍ରୀମାନଙ୍କ ଦାବି କଲେଜ କର୍ତ୍ତୃପକ୍ଷ ଉପଯୁକ୍ତ ନିଷ୍ପତ୍ତି ନେବେ ବୋଲି ଆଶା ରଖିଛନ୍ତି ଛାତ୍ରଛାତ୍ରୀ ।

ପ୍ରକାଶ ଥାଉ କି, କୋରୋନା ସଂକ୍ରମଣ ବୃଦ୍ଧି ନେଇ ରାଜ୍ୟରେ ଚଳିତ ବର୍ଷ ଦଶମ ଓ ଦ୍ବାଦଶ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି ରଜ୍ୟ ସରକାର । ଜୁନ ପ୍ରଥମ ସପ୍ତାହରେ ସମୀକ୍ଷା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ଏହା ସହିତ ଆସନ୍ତା 19 ତାରିଖରେ ସମସ୍ତ କ୍ଲାସରୁମ ପାଠପଢା ଓ ହଷ୍ଟେଲ ବନ୍ଦ ରହିବ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.