ETV Bharat / state

ଅବ୍ୟବସ୍ଥା ଘେରରେ ସ୍କୁଲ, ଅବହେଳିତ ଛାତ୍ରଛାତ୍ରୀ

author img

By

Published : Sep 29, 2019, 3:01 PM IST

ନା ଅଛି ପିଲାଙ୍କ ପାଇଁ ଶ୍ରେଣୀଗୃହ, ନା ଅଛି ଶୌଚାଳୟ । ପିଇବା ପାଣି କଥା ତ ନ କହିଲେ ଭଲ । ଏ ହେଉଛି ରାଇଘର ବ୍ଲକ ଡୁମୁରିମୁଣ୍ଡା ଗାଁ ସ୍କୁଲର ଦୃଶ୍ୟ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ରାଜ୍ୟରେ ପିଲାଏ ସଠିକ୍‌ ଶିକ୍ଷା ଗ୍ରହଣ କରିବା ପାଇଁ ହୋଇଛି ମାଳ ମାଳ ଯୋଜନା । ହେଲେ ଏତେ ସବୁ ଯୋଜନା ପରେ ବି ବିପଦ ସଙ୍କୁଳ ଅବସ୍ଥାରେ ସ୍କୁଲ ଘରେ ଚାଲିଛି ପାଠପଢା । ନା ଅଛି ପିଲାଙ୍କ ପାଇଁ ଶ୍ରେଣୀଗୃହ, ନା ଅଛି ଶୌଚାଳୟ । ପିଇବା ପାଣି କଥା ତ ନକହିଲେ ଭଲ । ଏ ହେଉଛି ରାଇଘର ବ୍ଲକ ଡୁମୁରିମୁଣ୍ଡା ଗାଁ ସ୍କୁଲର ଦୃଶ୍ୟ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ଏହି ସ୍କୁଲରେ ପିଲାମାନେ ପଢିବା ପାଇଁ ରହିଛି ଶ୍ରେଣୀଗୃହର ଅଭାବ । ଫଳରେ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଗୋଟିଏ ଶ୍ରେଣୀଗୃହରେ ପାଠ ପଢିବା ପାଇଁ ବାଧ୍ୟ ହେଉଛନ୍ତି । ଏହା ଉଭୟ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ପାଇଁ ଅସୁବିଧା ହେଉଥିବା ପ୍ରକାଶ କରିଛନ୍ତି ଉଭୟେ ।

ତେଣେ ଅତି ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ସ୍କୁଲ ବିଲ୍ଡିଂ । କେଉଁଠି ଛାତ ଫାଟି ଆଁ କଲାଣି ତ କେତେବେଳେ ପୁଣି ଟିକେ ବର୍ଷା ହେଲେ ଶ୍ରେଣୀଗୃହରେ ପଶି ଯାଉଛି ବର୍ଷାପାଣି । ସେପଟେ ପିଇବା ପାଣି ଓ ଶୌଚାଳୟକୁ ନେଇ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକ ।

ସରକାର ଏହି ଅବହେଳିତ ବିଦ୍ୟାଳୟ ପ୍ରତି କେବେ ଦୃଷ୍ଟି ଦେଉଛନ୍ତି ତାହା ଉପରେ ନଜର ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ- ଅସୁରକ୍ଷିତ ଅବସ୍ତା ରେ ସ୍କୁଲ ବିଲଡିଂ
ଫର୍ମାଟ - ଏଭିଓ ୨୯/୦୯/୧୯
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
--------------------------------------------------------------
ଆଙ୍କର -ଅସୁରକ୍ଷିତ ଅବସ୍ତା ରେ ସ୍କୁଲ ବିଲଡିଂ 117 ପିଲା ବାହାରେ ବସି ପଢୁଛନ୍ତି ପାଠ ନାହିଁ ନଥିବା ଅସୁବିଧା ର ସମୁଖୀନ ହେବାର ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ର ଡୁମୁରିମୁଣ୍ଡା ଗାଁ ସ୍କୁଲ ରେ
ସରକାର ଶିକ୍ଷା କ୍ଷେତ୍ର ରେ ମାଳ ମାଳ ଟଙ୍କା ଖର୍ଚ୍ଚ କରୁଥିବା ବେଳେ କେଉଁ ଯାଗା ରେ ତାହା ବିନିଯୋଗ ହେଉଛି ତୋ ଅନ୍ୟ କେତେକ ସ୍ଥାନ ରେ ତାହା ଅଣଦେଖା ହେଉଥିବା ଅଭିଯୋଗ ଆଣିଛନ୍ତି ଉଭୟ ଶିକ୍ଷକ ଓ ଛାତ୍ର ଛାତ୍ରୀ ଏମିତି ଏକ ଦୃଶ୍ୟ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ର ଡୁମୁରିମୁଣ୍ଡା ଗାଁ ସ୍କୁଲ ରେ. ସ୍କୁଲ ର ଅବସ୍ଥା କହିଲେ ନସରେ
ସ୍କୁଲ ବିଲଡିଂ ର କାନ୍ଥ ଓ ଛାତ ଫାଟି ଥିବାରୁ ଅଳ୍ପ ବର୍ଷା ହେଲେ କ୍ଲାସ ରୁମ ରେ ପାଣି ଭର୍ତି ହେବା ଫଳରେ ନବମ ଓ ଦଶମ ଶ୍ରେଣୀ ର ପିଲାମାନେ ଗୋଟିଏ ଶ୍ରେଣୀ ଗୃହ ବସି ପାଠ ପଢୁ ଥିବାରୁ ଛାତ୍ର ଛାତ୍ରୀ ମାନଙ୍କ ପାଠ ପଢା ଅସୁବିଧା ସେପଟେ ଶିକ୍ଷକ ମାନଙ୍କୁ ମଧ୍ୟ ପିଲାଙ୍କୁ ପାଠ ପୋଡାଇବା ରେ ଅସୁବିଧା ବୋଲି କହିଛନ୍ତି ଉଭୟ ଶିକ୍ଷକ ଓ ଛାତ୍ର ଛାତ୍ରୀ ମାନେ ଓ ଅନ୍ୟ ପକ୍ଷ ରେ ଗଣିତ ଶିକ୍ଷକ ପାଇଁ ମଧ୍ୟ ପିଲାମାନଙ୍କ ପାଠ ପଢ଼ାରେ ଅସୁବିଧା.
ଅନ୍ୟପକ୍ଷେ ପିଇବା ପାଇଁ ପାଣି ର ସମସ୍ୟା ସ୍କୁଲ ରେ କରେଣ୍ଟ ନଥିଲେ ପିଲାମାନେ ପାଣି ପାଇଁ ବହୁତ ଅସୁବିଧା ର ସମ୍ମୁଖୀନ ହେବାର ଦେଖିବାକୁ ମିଳିଥିଲା.Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.