ETV Bharat / state

ଶିକ୍ଷା ବିଭାଗର ବିକଳ ଚିତ୍ର, ପାଠପଢା ପରିବର୍ତ୍ତେ ସ୍କୁଲ ମରାମତିରେ ଲାଗିଛନ୍ତି ଛାତ୍ର - ନବରଙ୍ଗପୁର ଶିକ୍ଷା ବିଭାଗର ବିକଳ ଚିତ୍ର

ନବରଙ୍ଗପୁର ରାଇଘର ବ୍ଲକ ଅନ୍ତର୍ଗତ କାଚରାପାରା ୩ ପଞ୍ଚାୟତର ଉଡଣ୍ଡି ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ିବା ପରିବର୍ତ୍ତେ ସ୍କୁଲ କାମରେ ଲାଗିଛନ୍ତି ଛାତ୍ର । ଅଧିକ ପଢ଼ନ୍ତୁ

ନବରଙ୍ଗପୁର ପାଠପଢା ପରିବର୍ତ୍ତେ ସ୍କୁଲ ମରାମତିରେ ଲାଗିଛନ୍ତି ଛାତ୍ର

author img

By

Published : Aug 17, 2022, 5:29 PM IST

ନବରଙ୍ଗପୁର: ଶିକ୍ଷାର ମାନ ବୃଦ୍ଧି କରିବା ପାଇଁ ଅନେକ ଯୋଜନା କରୁଛନ୍ତି ସରକାର । ହେଲେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ ଅଟେ । ସ୍କୁଲରେ ପାଠପଢା ବଦଳରେ ମୋରମ ବୋହି ରାସ୍ତା ମରାମତି କରୁଛନ୍ତି ଛାତ୍ର । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କାଚରାପାରା-୩ ପଞ୍ଚାୟତର ଉଡଣ୍ଡି ପ୍ରାଥମିକ ବିଦ୍ୟାଳୟରେ ।

ନବରଙ୍ଗପୁର ପାଠପଢା ପରିବର୍ତ୍ତେ ସ୍କୁଲ ମରାମତିରେ ଲାଗିଛନ୍ତି ଛାତ୍ର

ସୂଚନା ଅନୁସାରେ, ଉଡଣ୍ଡି ପ୍ରାଥମିକ ବିଦ୍ୟାଳୟର କିଛି ଛାତ୍ର କୋଦାଳ ଧରି ମୋରମ ବୋହି ନେଇ ବିଦ୍ୟାଳୟ ଭିତରେ ଥିବା ଖାଲ ଗୁଡ଼ିକରେ ପକାଇ ମରାମତି କରୁଥିବା ଦେଖିବାକୁ ମିଳିଛି । ଏହି କାମ ପାଇଁ ପ୍ରଧାନ ଶିକ୍ଷକ ଆଦେଶ ଦେଇଥିବା ଅଭିଯୋଗ ହୋଇଛି । ତେବେ କୋମଳମତି ଶିଶୁମାନଙ୍କୁ ପାଠପଢା ପରିବର୍ତ୍ତେ ଏସବୁ କାର୍ଯ୍ୟ କରାଇବା ଠିକ ନୁହେଁ ବୋଲି ଅଭିଯୋଗ ହୋଇଛି । ଅନ୍ଯପଟେ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ଥାନୀୟ ବ୍ଲକ ଶିକ୍ଷା ଅଧିକାରୀ କହିଥିବା ବେଳେ ସ୍କୁଲ ଶିକ୍ଷକଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଇଟିଭି ଭାରତ, ନବରଙ୍ଗପୁର

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.