ETV Bharat / state

ଚରିତ୍ରକୁ ଆକ୍ଷେପ କରିବାରୁ ଆତ୍ମହତ୍ୟା ଉଦ୍ୟମ କଲେ ଛାତ୍ରୀ

author img

By

Published : Feb 10, 2023, 2:12 PM IST

କଲେଜ ଛାତ୍ରୀଙ୍କ ଚରିତ୍ରକୁ ଆକ୍ଷେପ କଲେ କଲେଜ ମୁଖ୍ୟ । ଆତ୍ମହତ୍ୟା ଉଦ୍ୟମ କଲେ ଛାତ୍ରୀ । ଅଧିକ ପଢନ୍ତୁ

Student attempted suicide
Student attempted suicide
Student attempted suicide

ନବରଙ୍ଗପୁର: ନର୍ସିଂ କଲେଜରେ ଛାତ୍ରୀଙ୍କୁ ନିର୍ଯାତନା । ଅଭିଯୋଗ କରିବାରୁ ଛାତ୍ରୀଙ୍କ ଚରିତ୍ରକୁ ଆକ୍ଷେପ କଲେ କଲେଜ ମୁଖ୍ୟ । ଶେଷରେ ଆତ୍ମହତ୍ୟା ଉଦ୍ୟମ ପରେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ଛାତ୍ରୀ ଜଣଙ୍କ । ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଅନ୍ତର୍ଗତ ଧୋଡ୍ରା ଠାରେ ଥିବା ଏକ ଘରୋଇ ନର୍ସିଂ କଲେଜରେ । ଗୁରୁତର ଛାତ୍ରୀ ଜଣଙ୍କ ହେଉଛନ୍ତି ସୁତପା ପଣ୍ଡା।

ମିଳିଥିବା ସୂଚନା ଅନୁଯାୟୀ, ଛାତ୍ରୀ ଜଣଙ୍କ କଲେଜରେ ନିର୍ଯାତନାର ଶିକାର ହେଉଥିବା ନେଇ ଗତକାଲି କଲେଜର କର୍ତ୍ତୃପକ୍ଷ ପ୍ରସାଦ ଛାଟୋଇଙ୍କୁ ଭେଟିଥିଲେ । ଏହି ସମୟରେ କଲେଜ ମୁଖ୍ୟ ତାଙ୍କ ଚରତ୍ରକୁ ଆକ୍ଷେପ କରିବା ସହ ତାଙ୍କ ବାପାଙ୍କ ଚରିତ୍ରକୁ ମଧ୍ୟ ଆକ୍ଷେପ କରିଥିଲେ । ଶେଷରେ ମାନସିକ ଭାରସାମ୍ୟ ହରାଇ ଛାତ୍ରୀ ଜଣକ ଗତକାଲି ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ଗୁରୁତର ଅବସ୍ଥାରେ ତାଙ୍କୁ ଝରିଗାଁ ତହସିଲଦାର ଏବଂ ଉମରକୋଟ ପୋଲିସ କଲେଜରୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଛାତ୍ରୀ ଜଣଙ୍କ ଅବସ୍ଥା ସ୍ଥିର ରହିଛି । ଏହାପରେ ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରିଥିବା କହିଛନ୍ତି ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ତ୍ରୀ ଏବଂ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ସୁମନ୍ତ ରାଉଳ।

ତେବେ, ଏହା ପୂର୍ବରୁ କଲେଜ କର୍ତ୍ତୃପକ୍ଷ ଛାତ୍ରୀ ଜଣଙ୍କୁ ନିର୍ଯାତନା ଦେଇଥିବା ନେଇ ନବରଙ୍ଗପୁର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ଛାତ୍ରୀ ଜଣଙ୍କ । ତେବେ ଜିଲ୍ଲା ପ୍ରଶାସନ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ଅଭିଯୋଗ କରିଛନ୍ତି ଛାତ୍ରୀ ଏବଂ ତାଙ୍କ ବାପା । ଏପରିକି ଅନେକ ସମୟରେ ଛାତ୍ରୀ ଜଣଙ୍କୁ କଲେଜ ପରିଚାଳନା ନିର୍ଦ୍ଦେଶକ ଏକାକୀ ତାଙ୍କ ଚାମ୍ବରକୁ ଡାକି ଅଶ୍ଳୀଳ ବ୍ୟବହାର କରୁଥିଲେ ।

ଏନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ଉପରେ ତାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦିଆଯାଇଥିବା ଅଭିଯୋଗ କରିଛନ୍ତି ଛାତ୍ରୀ । ଅନ୍ୟ ପକ୍ଷରେ କଲେଜ ପରିଚାଳନା ନିର୍ଦ୍ଦେଶକ ଜଣେ ସରକାରୀ ଚାକିରିଆ ହୋଇ ସୁଦ୍ଧା ଗୋଟିଏ ବେସରକାରୀ ଅନୁଷ୍ଠାନ କିଭଳି ଚଳାଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ପୀଡିତା ଛାତ୍ରୀ ଏବଂ ତାଙ୍କ ବାପା । ଏଥି ସହିତ ଏହାର ସଠିକ୍ ତଦନ୍ତ କରି କଲେଜ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ କାର୍ଯ୍ୟାନୁଷ୍ଠାନ ନହେଲେ କଲେଜ ସାମ୍ନାରେ ଅନଶନରେ ବସିବା ସହ ଆତ୍ମହୁତି ଦେବେ ବୋଲି କହିଛନ୍ତି ଛାତ୍ରୀଙ୍କ ବାପା ବିଭୁ ପ୍ରସାଦ ପଣ୍ଡା ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.