ETV Bharat / state

ରାଜ୍ୟ ଯୋଜନା ବୋର୍ଡ ଉପାଧକ୍ଷଙ୍କ 3 ଦିନିଆ ନବରଙ୍ଗପୁର ଗସ୍ତ

author img

By

Published : Jul 19, 2020, 3:32 AM IST

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମାଙ୍କ 3 ଦିନିଆ ନବରଙ୍ଗପୁର ଜିଲ୍ଲା ଗସ୍ତ । ଏହି ଅବସରରେ ସେ ବିଭିନ୍ନ ଅଞ୍ଚଳ ଗସ୍ତ କରି ଉନ୍ନୟନମୂଳକ କାମର ସମୀକ୍ଷା କରିଥିଲେ ।

state-planning-board-deputy-chairmans-3-day-visit-to-nabarangpur
ରାଜ୍ୟ ଯୋଜନା ବୋର୍ଡ ଉପାଧକ୍ଷଙ୍କ 3 ଦିନିଆ ନବରଙ୍ଗପୁର ଗସ୍ତ

ନବରଙ୍ଗପୁର: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମାଙ୍କ 3 ଦିନିଆ ନବରଙ୍ଗପୁର ଜିଲ୍ଲା ଗସ୍ତ । ଏହି ଅବସରରେ ସେ ବିଭିନ୍ନ ଅଞ୍ଚଳ ଗସ୍ତ କରି ଉନ୍ନୟନମୂଳକ କାମର ସମୀକ୍ଷା କରିଥିଲେ । ଏହାସହର ନବରଙ୍ଗପୁର ମିଶନ ଶକ୍ତି ଗୃହଠାରେ ଜିଲ୍ଲାର ସମସ୍ତ ବିଧାୟକ, ସାଂସଦ, ଜିଲ୍ଲାର ସମସ୍ତ ବିଭାଗର ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦାନ କରିଥିଲେ ।

ଜିଲ୍ଲାପାଳ ଅଜିତ କୁମାର ମିଶ୍ର ଉପାଧ୍ୟକ୍ଷଙ୍କୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଓ ମହାମାରୀ କୋରୋନାର ମୁକାବିଲା ନେଇ ଜିଲ୍ଲା ପ୍ରଶାସନ ନେଇ ଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ । କୋଭିଡ-୧୯ ମୁକାବିଲା ପାଇଁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆବଶ୍ୟକ ଥିବା ଉପକରଣ, ଔଷଧ, 3ଟି ଆମ୍ବୁଲାନ୍ସ ତୁରନ୍ତ କିଣାଯିବାର ବ୍ୟବସ୍ଥା କରିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଉପାଧ୍ୟକ୍ଷ ବର୍ମା ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାରେ ଥିବା ପ୍ରବାସୀଙ୍କ ଦକ୍ଷତା ବିକାଶ ଆଧାରରେ ଶ୍ରମିକ କାର୍ଡ ଦେବାକୁ ସେ ପରାମର୍ଶ ଦେଇଥିଲେ । ମିଶନ ଶକ୍ତି ଓ ଜୀବିକା ମିଶନ ହିତାଧିକାରୀଙ୍କ ନାମ ତାଲିକା ପ୍ରସ୍ତୁତ କରିବା ପାଇଁ ସେ ସମ୍ପୃକ୍ତ ବିଭାଗର ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ବୈଠକରେ ମନରେଗା, କୃଷି, ଉଦ୍ୟାନ କୃଷି, ପାନୀୟ ଜଳ ଓ ପରିମଳ ବିଭାଗ, ବିଦ୍ୟୁତ ବିଭାଗ, ମିଶନ ଶକ୍ତି ଓ ଜୀବିକା ମିଶନ, ଗ୍ରାମ୍ୟ ଉନ୍ନୟନ ଓ ନିୟନ୍ତ୍ରିତ ବଜାର କମିଟି, ପୂର୍ତ୍ତ ବିଭାଗ ସମେତ ଅନ୍ୟ ସମସ୍ତ ବିଭାଗର କାର୍ଯ୍ୟର ସମୀକ୍ଷା କରିଥିଲେ । ଏହାସହ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ ପରିସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦନ ହୋଇଥିବା ୧୦ କୋଟି ୮୩ ଲକ୍ଷ ଟଙ୍କା ବ୍ୟୟରେ 2 ଶହ ଶଯ୍ୟା ବିଶିଷ୍ଟ କୋଠାର ନିର୍ମାଣ ପାଇଁ ଶୁଭ ଦେଇଥିଲେ । ସଠିକ ସମୟରେ ଏହି କୋଠାର ନିର୍ମାଣ କାମ ସାରିବାକୁ ସମ୍ପୃକ୍ତ ବିଭାଗର ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.