ETV Bharat / state

ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ - ଓଡିଶା ବ୍ୟାଡମିଣ୍ଟନ ସଙ୍ଘ

ନବରଙ୍ଗପୁରରେ ଆରମ୍ଭ ହୋଇଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ । ନବରଙ୍ଗପୁର ଷ୍ଟାଡିୟମ ଇଣ୍ଡୋର ହଲରେ ଓଡିଶା ବ୍ୟାଡମିଣ୍ଟନ ସଙ୍ଘ ଆନୁକୂଲ୍ୟରେ ଏହା ଗତ ୧୪ ତାରିଖରୁ ଆରମ୍ଭ ହୋଇଥିଲା । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଓ ସ୍ଥାନୀୟ ବିଧାୟକ ଉପସ୍ଥିତ ରହି ଖେଳାଳିଙ୍କୁ ପୁରସ୍କୃତ କରିଥିଲେ । ଅଧିକ ପଢ଼ନ୍ତୁ

ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ

author img

By

Published : Oct 20, 2022, 9:54 AM IST

ନବରଙ୍ଗପୁର: ଗତ ୧୪ ତାରିଖରୁ ଆରମ୍ଭ ହୋଇଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ ହୋଇଛି । ନବରଙ୍ଗପୁର ଷ୍ଟାଡିୟମ ଇଣ୍ଡୋର ହଲରେ ଓଡିଶା ବ୍ୟାଡମିଣ୍ଟନ ସଙ୍ଘ ଆନୁକୂଲ୍ୟରେ ଏହା ଆରମ୍ଭ ହୋଇଥିଲା । ଓଡିଶାର ୨୬ ଜିଲ୍ଲାରୁ ୩୫ ବର୍ଷରୁ ୬୫ ବର୍ଷ ବୟସର ପ୍ରାୟ ୧୦୮ ଜଣ ପ୍ରତିଯୋଗୀ ଏଥିରେ ଭାଗ ନେଇଥିବାବେଳେ ସିଙ୍ଗଲସ ଓ ଡବଲସ ଉଭୟରେ ୯୮ଟି ମ୍ୟାଚ ଖେଳାଯାଇଥିଲା ।

ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ

ଏଠାରେ ମ୍ୟାଚ ପରିଚାଳନା ପାଇଁ ଓଡିଶା ବ୍ୟାଡମିଣ୍ଟନ ସଙ୍ଘ ପକ୍ଷରୁ ୮ ଜଣ ସହଯୋଗ କରିଥିଲେ । ନବରଙ୍ଗପୁର ବ୍ୟାଡମିଣ୍ଟନ ସଙ୍ଘ ସଭାପତି ରାକେଶ ଗୁପ୍ତାଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ, ବିଧାୟକ ଓ ଆରକ୍ଷୀ ଅଧିକ୍ଷକଙ୍କ ଦ୍ବାରା ଉଦଘାଟନ କରାଯାଇଥିଲା । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଓ ସ୍ଥାନୀୟ ବିଧାୟକ ଉପସ୍ଥିତ ରହି ଖେଳାଳିଙ୍କୁ ପୁରସ୍କୃତ କରିଥିଲେ । ନବରଙ୍ଗପୁର ସଙ୍ଘ ତରଫରୁ ସମ୍ପାଦକ ଲିଙ୍ଗରାଜ ମହାନ୍ତି, ଚନ୍ଦନ ମହାରଣା, ଅଶୋକ ସାହୁ, ଏସ ପ୍ରହଲ୍ଲାଦ ପ୍ରମୁଖ ସହଯୋଗ କରିଥିଲେ ।

ସ୍ଥାନୀୟ ବିଧାୟକ ସଦାଶିବ ପ୍ରଧାନୀ ମଧ୍ୟ ଏକ ଜାତୀୟସ୍ତରର ବ୍ୟାଡମିଣ୍ଟନ ଖେଳାଳି ହୋଇଥିବାରୁ ବିଧାୟକଙ୍କ ଉପସ୍ଥିତି ସମସ୍ତଙ୍କୁ ଉତ୍ସାହ ଯୋଗାଇଥିଲା । ନବରଙ୍ଗପୁର ଭଳି ରାଜ୍ୟର ଉପାନ୍ତ ଜିଲ୍ଲାରେ ରାଜ୍ୟସ୍ତରୀୟ ପ୍ରତିଯୋଗିତା କରିବା ଏବଂ ବୟସ୍କ ଖେଳାଳି ସେମାନଙ୍କ ଖେଳ ପ୍ରଦର୍ଶନ କରିବା ଜିଲ୍ଲା ପାଇଁ ଏକ ସୌଭାଗ୍ୟର କଥା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ଏହି ଖେଳାଳିଙ୍କ ପ୍ରେରଣା ପାଇ ଜିଲ୍ଲାରୁ ମଧ୍ୟ ବ୍ୟାଡମିଣ୍ଟନ ଖେଳିବାକୁ କ୍ରୀଡ଼ାବିତ ଆଗେଇ ଆସିବେ ବୋଲି ସମସ୍ତେ ଆଶାବ୍ୟକ୍ତ କରିଛନ୍ତି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.