ETV Bharat / state

ରାଜ୍ୟ ସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ, ଭୁବନେଶ୍ବର ବିଜୟୀ - ନବରଙ୍ଗପୁର ଖବର

ନବରଙ୍ଗପୁର ଜିଲ୍ଲାରେ ଆୟୋଜିତ ରାଜ୍ୟ ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଶେଷ ହୋଇଛି । ଭୁବନେଶ୍ବର ଚମ୍ପିୟାନ ହୋଇଛି । ଅଧିକ ପଢନ୍ତୁ

badminton tournament in nabarangapur
badminton tournament in nabarangapur
author img

By

Published : May 2, 2023, 9:43 AM IST

ରାଜ୍ୟ ସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ

ନବରଙ୍ଗପୁର: ଜିଲ୍ଲାରେ ରାଜ୍ୟ ସ୍ତରୀୟ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଉଦଯାପିତ ହୋଇଛି । ବିଶାଖାପାଟଣାକୁ ହରାଇ ଭୁବନେଶ୍ବର ଚମ୍ପିଆନ ହୋଇଛି । ଗତ ଏପ୍ରିଲ ୨୭ ତାରିଖଠାରୁ ଆରମ୍ଭ ହୋଇଥିବା ଏହି ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ 4ଦିନ ଧରି ଚାଲିଥିଲା ।

ନବରଙ୍ଗପୁର ଭଳି ଏକ ଉପାନ୍ତ ଜିଲ୍ଲାରେ ଏଭଳି ଏକ ପ୍ରତିଯୋଗିତାର ଆୟୋଜନ କରିବା ଜିଲ୍ଲା ପାଇଁ ଏକ ଗୌରବର ବିଷୟ । ବାହାର ରାଜ୍ୟ ଖେଳାଳିଙ୍କ ଖେଳ ଦେଖି ଜିଲ୍ଲାର ଖେଳାଳି ଉତ୍ସାହିତ ହେବା ସହ ଖେଳ ପ୍ରତି କିଭଳି ସେମାନେ ଆକୃଷ୍ଟ ହେବେ ଏହା ହିଁ କ୍ଳବର ମୁଖ୍ୟ ଲକ୍ଷ୍ୟ । ଜିଲ୍ଲାର ଖେଳାଳି ମଧ୍ୟ ବାହାର ରାଜ୍ୟକୁ ଯାଇ କିଭଳି ଉଚ୍ଚକୋଟିର ଖେଳ ପ୍ରଦର୍ଶନ କରିବେ ସେଥିପ୍ରତି ବେଶ୍‌ ସଚେତନ ଟାୱାର କମିଟି । ଏହି ଉଦଯାପନୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଖେଳାଳିଙ୍କୁ ଉତ୍ସାହିତ କରିବା ସହ ଜିଲ୍ଲାରେ କିଭଳି ଖେଳାଳିଙ୍କ ପାଇଁ ଭିତ୍ତିଭୂମି ସ୍ଥାପନ ହେବ ସେଥିପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ ।

ଏହା ବି ପଢନ୍ତୁ...Watch Video: ମଦ ପିଇ ହାଇଡ୍ରାମା, ୨୦ ଫୁଟ ଉପରେ ପୁସ୍‌ଅପ୍ ମାରିଲା ଯୁବକ

ବାହାର ରାଜ୍ୟରୁ ଆସିଥିବା ଖେଳାଳି ବେଶ ଉତ୍ସାହିତ ଥିବା ସହ କ୍ଳବ ଦ୍ବାରା ଖେଳାଳିଙ୍କ ପାଇଁ କରା ଯାଇଥିବା ସମସ୍ତ ବ୍ୟବସ୍ଥାକୁ ପ୍ରଶଂସା କରିଥିଲେ । ଟୁର୍ଣ୍ଣାମେଣ୍ଟ୍‌ର ଫାଇନାଲ ପ୍ରତିଯୋଗିତାରେ ଭୁବନେଶ୍ବର-ଏ ମଣ୍ଡଳ ଓ ପାରସ ମାଥୁରଙ୍କ ଯୋଡ଼ି ପ୍ରତିପକ୍ଷ ପ୍ରତିଯୋଗୀ ବିଶାଖାପାଟଣାର କେ.ଜଗଦିଶ୍ ଓ ଚନ୍ଦ୍ରୁଙ୍କୁ ୨୧-୨୦ ଓ ୨୧-୧୪ ରେ ହରାଇ ବିଜୟୀ ହୋଇଥିଲେ । ବିଜୟୀ ଦଳକୁ ଟ୍ରଫି ସହ ୨୩ ହଜାର ୩୩୩ ଟଙ୍କା ଏବଂ ଉପ ବିଜେତା ଦଳକୁ ଟ୍ରଫି ସହ ୧୮ ,୮୮୮ ଟଙ୍କା ପ୍ରଦାନ କରାଯାଇଥିଲା । ଏହି ଟର୍ଣ୍ଣାମେଣ୍ଟ ଟାୱାର କ୍ଲବ୍‌ର ସଭାପତି କେ. ଜଗନ୍ନାଥ ରାଓଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଦିନ ଦୟାଲ ଜୈନ ଓ ସନ୍ତୋଷ ସିଂ ପରିଚାଳନା କରିଥିଲେ ଓ ଟାୱାର କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

ଏହା ବି ପଢନ୍ତୁ...ଆକାଶରୁ ଖସିଲା ମୃତ୍ୟୁ, 2 ଯୁବକ ମୃତ

ରାଜ୍ୟ ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ ହୋଇଛି । ଏହି ପ୍ରତିଯୋଗିତା ନବରଙ୍ଗପୁର ଜିଲ୍ଲା ସହରର ଆରୋ ରୋଡ଼ରେ ଥିବା ଟାୱାର କ୍ଲବରେ ଆୟୋଜନ କରାଯାଇଥିଲା । ଏହି ପ୍ରତିଯୋଗିତାରେ ରାଜ୍ୟ ଓ ରାଜ୍ୟ ବାହାର ରାଙ୍କ୍‌ ପ୍ରତିଯୋଗୀମାନେ ଯୋଗ ଦେଇଥିଲେ । ଏହି ପ୍ରତିଯୋଗିତାରେ ନବରଙ୍ଗପୁର ଜିଲ୍ଲାପାଳ କମଳ ଲୋଚନ ମିଶ୍ର ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ନବରଙ୍ଗପୁର ଜିଲ୍ଲାର ପୂର୍ବତନ PD ରତ୍ନାକର ସାହୁ, DFO ପ୍ରଶାନ୍ତ କୁମାର ବେହେରା ଓ ସମାଜସେବୀ ଜଗନ୍ନାଥ ମହାପାତ୍ର ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.