ନବରଙ୍ଗପୁର: ଚାଷୀମାନଙ୍କ ପୈତୃକ ପଟ୍ଟା ଜମି ଉପରେ ଭାରତ ମାଳା ରାସ୍ତା ନିର୍ମାଣକୁ ବିରୋଧ କରିଛନ୍ତି ଡାବୁଗାଁ ଅଞ୍ଚଳର କ୍ଷୁଦ୍ର ଚାଷୀ । ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ବ୍ଲକର କିଛି ଗ୍ରାମର ଚାଷୀମାନଙ୍କ ଚାଷ ଜମି ବା ପୈତୃକ ପଟ୍ଟା ଜମି ଉପରେ ଭାରତ ମାଳା ରାସ୍ତା ନିର୍ମାଣ ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଚାଲୁଛି । ଏହାକୁ ବିରୋଧ କରିଛନ୍ତି ଡାବୁଗାଁ ବ୍ଲକର ନନ୍ଦପୁରା,ଛେଳିବେଡା,ରାବନାଗୁଡା,ପରସବେଡା, ତାଳବେଡା ,ଗଡ଼େଗାଁ,ସିଂଗୁଡା,ପଙ୍ଗାଳଗୁଡା ପ୍ରମୁଖ ପ୍ରାୟ ୧୦ ଖଣ୍ଡ ଗାଁର କ୍ଷୁଦ୍ର ଚାଷୀମାନେ ।
ତାଙ୍କ ପୈତୃକ ପଟ୍ଟା ଜମି ଉପରେ ଭାରତ ମାଳା ରାସ୍ତା ନିର୍ମାଣ ହେଲେ ନିରୀହ ଆଦିବାସୀ ଭାଇମାନଙ୍କ ଜୀବନଜୀବିକା ଉପରେ ଏହାର ପ୍ରଭାବ ପଡିବ ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି । ଏହାର କିଛି ସମାଧାନ ଦିଗରେ ସରକାର ଚିନ୍ତା କଲେ ସେମାନେ ଉପକୃତ ହୋଇ ପାରିବେ ବୋଲି ଡାବୁଗାଁ ତହସିଲଦାର ଶ୍ରୀ ଉମେଶ ଚନ୍ଦ୍ର ପୂଜାରୀ କୁ ଲିଖିତ ଭାବରେ ଜଣାଇଛନ୍ତି ଏବଂ ଏ ବିଷୟରେ ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ବା ଜିଲ୍ଲାପାଳଙ୍କୁ ମଧ୍ୟ ଲିଖିତ ଭାବେ ଜଣାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ