ETV Bharat / state

ମୂର୍ତ୍ତି ଉଦଘାଟନରେ ମନ୍ତ୍ରୀ, କୁନି ଝିଅ କାଟିଲା ଫିତା

author img

By

Published : Jan 26, 2020, 8:35 PM IST

ନବରଙ୍ଗପୁରରେ 71ତମ ସାଧାରଣତନ୍ତ୍ର ଦିବସରେ ଯୋଗ ଦେବା ପାଇଁ ଆସିଥିବା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ସଦାଶିବ ତ୍ରିପାଠୀ ଓ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତିକୁ ଅନାବରଣ କରିଛନ୍ତି । ଅଧିକ ପଢନ୍ତୁ...

skill-development-and-technology-minister-visit-nabarangpur
ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କ ନବରଙ୍ଗପୁର ଗସ୍ତ

ନବରଙ୍ଗପୁର: 71ତମ ସାଧାରଣତନ୍ତ୍ର ଦିବସରେ ଯୋଗ ଦେବା ପାଇଁ ଆସିଥିବା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ସହର ମାଝୀଗୁଡା ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତିକୁ ଅନାବରଣ କରିଛନ୍ତି । ମୂର୍ତ୍ତି ଅନାବରଣ ଅବସରରେ ଭିନ୍ନ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଏକ ଛୋଟ ବାଳିକା ମନ୍ତ୍ରୀ ଙ୍କୁ ଫିତା କାଟିବା ପାଇଁ କଇଁଚି ଦେବା ସମୟରେ ମନ୍ତ୍ରୀ ସେହି ବାଳିକାକୁ ହିଁ ଫିତା କାଟିବା ପାଇଁ କହିଥିଲେ । ସେହି ବାଳିକା ଦ୍ବାରା ହିଁ ଫିତା କାଟି ପ୍ରତିମୂର୍ତିକୁ ଅନାବରଣ କରାଯାଇଥିଲା ।

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କ ନବରଙ୍ଗପୁର ଗସ୍ତ

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନବରଙ୍ଗପୁର ମାଟିର ସନ୍ତାନ ଡ. ସଦାଶିବ ତ୍ରିପାଠୀଙ୍କ ଏକ ପୂର୍ଣ୍ଣାଙ୍ଗ ମୂର୍ତ୍ତିର ସ୍ଥାପନ କରିଥିଲେ । ପାର୍କ ଭିତରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଏକ ଅଧା ମୂର୍ତ୍ତି ସ୍ଥାପିତ ହୋଇଥିଲା ତେବେ ସଦାଶିବଙ୍କ ପରିବାର ତରଫରୁ ଏକ ପୂର୍ଣ୍ଣାଙ୍ଗ ମୂର୍ତ୍ତି ସ୍ଥାପନ କରିବା ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଅନେକ ଥର ଦାବି କରିଥିଲେ । ଯାହାକୁ ଜିଲ୍ଲା ପ୍ରଶାସନ ପୂରଣ କରି ସଦାଶିବଙ୍କ ପୂର୍ଣ୍ଣାଙ୍ଗ ମୂର୍ତ୍ତି ସ୍ଥାପନ କରିଛନ୍ତି ।

ସେହିପରି ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ନବରଙ୍ଗପୁର ପୋଲିସ ବିଭାଗ ତରଫରୁ ରକ୍ତ ଅଭାବରେ କେହି ମୃତ୍ୟୁ ବରଣ ନକରନ୍ତୁ ଲକ୍ଷ୍ୟ ନେଇ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପୋଲିସ ପଡିଆ ଠାରେ ଆୟୋଜିତ ଏହି ଶିବିରକୁ ମନ୍ତ୍ରୀ ଉଦଘାଟନ କରିଛନ୍ତି । ଏହି ଅବସରରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଜିଲ୍ଳାପାଳ ଅଜିତ କୁମାର ମିଶ୍ର,ଏବଂ ଆରକ୍ଷୀ ଅଧୀକ୍ଷକ ନିତିନ କୁଶଳକର ଯୋଗ ଦେଇଥିଲେ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ - ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଙ୍କ ଓ ସଦାଶିବ ତ୍ରିପାଠୀ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ
ଫର୍ମାଟ - ଏଭିଓ, ୨୬/୦୧/୨୦
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
-----------------------------------------------------
ଆଙ୍କର - ନବରଙ୍ଗପୁର ସହର ମାଝୀଗୁଡା ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ଏକ ମୂର୍ତ୍ତି କୁ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଅନାବରଣ କରିଛନ୍ତି । ମୂର୍ତ୍ତି ଅନାବରଣ ଅବସରରେ ଭିନ୍ନ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଏକ ଛୋଟ ବାଳିକା ମନ୍ତ୍ରୀ ଙ୍କୁ ଫିତା କାଟିବା ପାଇଁ କତୁରୀ ଦେବା ସମୟରେ ମନ୍ତ୍ରୀ ସେହି ବାଳିକା ଙ୍କୁ ହିଁ ଫିତା କାଟିବା ପାଇଁ କହିଥିଲେ । ଏବଂ ସେହି ବାଳିକା ଦ୍ୱାରା ହିଁ ଫିତା କାଟି ମୂର୍ତି କୁ ଅନାବରଣ କରିଥିଲେ । ଏହା ସହ ସହର ର ରାମ ମନ୍ଦିର ନିକଟରେ ଅବସ୍ଥିତ ସଦାଶିବ ପାର୍କ ଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନବରଙ୍ଗପୁର ମାଟିର ସନ୍ତାନ ଡକ୍ଟର ସଦାଶିବ ତ୍ରିପାଠୀ ଙ୍କ ଏକ ପୂର୍ଣ୍ଣାଙ୍ଗ ମୂର୍ତ୍ତି ର ସ୍ଥାପନ କରିଥିଲେ ମନ୍ତ୍ରୀ । ପାର୍କ ଭିତରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଙ୍କ ଏକ ଅଧା ମୂର୍ତ୍ତି ସ୍ଥାପିତ ହୋଇଥିଲା ତେବେ ସଦାଶିବ ଙ୍କ ପରିବାର ତରଫରୁ ଏକ ପୂର୍ଣ୍ଣାଙ୍ଗ ମୂର୍ତ୍ତି ସ୍ଥାପନ କରିବା ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଅନେକ ଥର ଦାବି କରିଥିଲେ । ଯାହାକୁ ଜିଲ୍ଲା ପ୍ରଶାସନ ପୂରଣ କରି ସଦାଶିବ ଙ୍କ ପୂର୍ଣ୍ଣାଙ୍ଗ ମୂର୍ତ୍ତି ସ୍ଥାପନ କରିଛନ୍ତି । ସେହିପରି ରକ୍ତ ଅଭାବ ରେ ରୋଗୀ ମୃତ୍ୟୁ ବରଣ କରି ନକରନ୍ତି ସେହି ଲକ୍ଷ ନେଇ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ନବରଙ୍ଗପୁର ପୋଲିସ ବିଭାଗ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପୋଲିସ ପଡିଆ ଠାରେ ଆୟୋଜିତ ଏହି ଶିବିର କୁ ମଧ୍ୟ ମନ୍ତ୍ରୀ ଉଦଘାଟନ କରିଛନ୍ତି ।ଏହି ଅବସରରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଡାବୁଗାଁ ବିଧାୟକ ମନୋହର ରଂଧାରୀ,ନବରଙ୍ଗପୁର ଜିଲ୍ଳାପାଳ, ଅଜିତ କୁମାର ମିଶ୍ର,ଏବଂ ଆରକ୍ଷୀ ଅଧିକ୍ଷକ ନିତିନ କୁଶଳକର ଯୋଗ ଦେଇଥିଲେ ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.